www.samajalive.in
Saturday, December 13, 2025
23.1 C
Bhubaneswar

ଦେଶର ବିଭିନ୍ନ ଭାଗରେ ପାରମ୍ପରିକ ହିନ୍ଦୁ ନବବର୍ଷ ପାଳିତ

ଦେଶର ବିଭିନ୍ନ ଭାଗରେ ଆଜି ପାରମ୍ପରିକ ହିନ୍ଦୁ ନବବର୍ଷ ପାଳିତ ହୋଇଛି। ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ନବବର୍ଷକୁ ଉଗାଡ଼ି ଭାବରେ ପାଳନ କରାଯାଇଥିବା ବେଳେ କର୍ଣ୍ଣାଟକରେ ୟୁଗାଡ଼ି, ମହାରାଷ୍ଟ୍ରରେ ଗୁଡ଼ିପଡ଼ୱା, ତାମିଲନାଡୁରେ ପୁଥାଣ୍ଡୁ, କେରଳରେ ବିଶୁ, ପଞ୍ଜାବରେ ବୈଶାଖୀ, ଓଡ଼ିଶାରେ ପଣାସଂକ୍ରାନ୍ତୀ, ପଶ୍ଚିମବଙ୍ଗରେ ପୋଇଲା ବୈଶାଖ ଓ ଆସାମରେ ବୋହାଗ୍‍ ବିହୁ ଭାବରେ ପାଳନ କରାଯାଇଥାଏ। ତେଲୁଗୁ ଭାଷାଭାଷୀ ଲୋକମାନେ ଆଜି ତେଲୁଗୁ ନବବର୍ଷ ଉଗାଡ଼ି ପାଳନ କରିଛନ୍ତି। କୋଭିଡ୍‍ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ସବ ପାଳନ ସାମାନ୍ୟ ଫିକା ପଡ଼ିଯାଇଛି।

ଜନସାଧାରଣଙ୍କୁ ବାହାରକୁ ନ ଯାଇ ଘରେ ଉତ୍ସବ ପାଳନ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଏମ୍‍. ଭେଙ୍କୟା ନାଇଡୁ ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ଏହିସବୁ ଉତ୍ସବ ନୂତନ ବର୍ଷର ଆରମ୍ଭକୁ ଦର୍ଶାଇଥାଏ ଏବଂ ବିଭିନ୍ନତା ମଧ୍ୟରେ ଏକତାକୁ ଦର୍ଶାଇ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୂପରେ ପାଳନ କରାଯାଇଥାଏ। ଏହା ଆମ ଦେଶର ସମୃଦ୍ଧ ସଂସ୍କୃତିକୁ ପ୍ରଦର୍ଶିତ କରିଥାଏ। ଏହି ପର୍ବ ସମାଜରେ ସୌହାର୍ଦ୍ଦ୍ୟ ଓ ଭାତୃତ୍ୱ ଭାବକୁ ପ୍ରୋତ୍ସାହିତ କରିବ ବୋଲି ରାଷ୍ଟ୍ରପତି ଆଶାପ୍ରକାଶ କରିଛନ୍ତି।

- Advertisement -


ଉପରାଷ୍ଟ୍ରପତି ଏମ୍‍. ଭେଙ୍କୟା ନାଇଡୁ ନବବର୍ଷ ଅବସରରେ ଶୁଭେଚ୍ଛା ଜଣାଇବା ସହ ଏହି ପର୍ବ ଆମ ଦେଶର ଅନେକତା ମଧ୍ୟରେ ଏକତା ବାର୍ତ୍ତାକୁ ପ୍ରତିପାଦିତ କରିଥାଏ ବୋଲି କହିଛନ୍ତି। ସେ କହିଛନ୍ତି, ଆମର ଧର୍ମ ଗ୍ରନ୍ଥ ଗୁଡ଼ିକରେ ମାଟି ମା’କୁ ପୂଜା କରିବା ପାଇଁ ବିଭିନ୍ନ ଉପାଖ୍ୟାନ ବର୍ଣ୍ଣିତ ହୋଇଛି। ପରିବାର ଓ ସାଙ୍ଗମାନେ ଏକାଠି ହୋଇ ଉତ୍ସବ ପାଳନ କରିବା ପାଇଁ ନବବର୍ଷ ଆମକୁ ଅବସର ଯୋଗାଇ ଦେଇଥାଏ। କୋଭିଡ୍‍ ନାଇଣ୍ଟିନ୍‍ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ଓ ସୁରକ୍ଷା ନିୟମାବଳୀ ମଧ୍ୟରେ ପର୍ବ ପାଳନ କରିବା ପାଇଁ ଶ୍ରୀ ନାଇଡୁ ଅନୁରୋଧ କରିଛନ୍ତି।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉଗାଡ଼ି, ଗୁଡ଼ି ପଡ଼ବା, ଚୈତ୍ର ଶୁକ୍ଳାଦି, ଚେତିଚାନ୍ଦ, ବୈଶାଖୀ, ବିଶୁ, ନବରେହ, ପୁଥାଣ୍ଡୁ ଓ ପୋଇଲା ବୈଶାଖ ତଥା ପଣାସଂକ୍ରାନ୍ତୀ ଆଦି ପର୍ବ ପାଇଁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଏହିଁ ପର୍ବପର୍ବାଣୀ ଗୁଡ଼ିକ ଦେଶର ବିବିଧତାର ପ୍ରତୀକ ଏବଂ ଏକ ଭାରତ ଶ୍ରେଷ୍ଠ ଭାରତ ଭାବନାକୁ ପ୍ରତିଫଳିତ କରୁଛି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories