www.samajalive.in
Monday, December 15, 2025
16.1 C
Bhubaneswar

ରେମଡେସିଭିର ରପ୍ତାନି ବନ୍ଦ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବଢିଚାଲିଥିବା ଦୃଷ୍ଟିରୁ କେନ୍ଦ୍ର ସରକାର ରେମଡେସିଭିର ଇଞ୍ଜେକସନ୍‌ ଓ ଇଞ୍ଜେକସନ୍‌ ପ୍ରସ୍ତୁତିର କଞ୍ଚାମାଲ ରେମଡେସିଭିର ଆକ୍ଟିଭ ଫାର୍ମାସୁଟିକାଲ ଇନଗ୍ରେଡିଏନ୍ସ (ଏପିଆଇ)ର ରପ୍ତାନିକୁ ନିଷିଦ୍ଧ କରିଛନ୍ତି। କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଦେଶର ବିଭିନ୍ନ ସହରରେ ରେମଡେସିିଭିରର ଅଭାବ ଦେଖାଯାଇଛି। ଇବୋଲା ଭୂତାଣୁ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଏହି ଔଷଧ କରୋନା ଚିକିତ୍ସା ଲାଗି ମଧ୍ୟ ଉପାଦେୟ ବିବେଚିତ ହୋଇଛି। ଦେଶରେ କରୋନା ମହାମାରୀ ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଏହି ନିର୍ଦେଶ ବଳବତ୍ତର ରହିବ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ନିର୍ଦେଶରେ କୁହାଯାଇଛି ଯେ ରେମଡେସିଭିର ଔଷଧ ଉତ୍ପାଦନକାରୀ କମ୍ପାନୀମାନେ ୱେବସାଇଟରେ ନିଜର ମହଜୁଦକାରୀ ଓ ବିତରକଙ୍କ ବିବରଣୀ, ମହଜୁଦ ଥିବା ଷ୍ଟକ ପରିମାଣ ଦର୍ଶାଇବେ। ସେହିପରି ବଜାରରେ ଥିବା ଷ୍ଟକ ଯାଞ୍ଚ କରିବାକୁ ଡ୍ରଗ୍ସ ଇନ୍ସପେକ୍ଟରମାନଙ୍କୁ ନିର୍ଦେଶ ଦିଆଯାଇଛି। କଳାବଜାରୀ ରୋକିବାକୁ ଏହି ନିର୍ଦେଶ ଦିଆଯାଇଛି। ସେହିପରି ରାଜ୍ୟ ସ୍ବାସ୍ଥ୍ୟ ସଚିବମାନେ ଏ ସମ୍ପର୍କରେ ଡ୍ରଗ୍ସ ଇନ୍ସପେକ୍ଟରମାନଙ୍କୁ ଆବଶ୍ୟକ ନିର୍ଦେଶ ଦେବା ସହ ସ୍ଥିତିର ସମୀକ୍ଷା କରିବେ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories