www.samajalive.in
Sunday, December 14, 2025
23.1 C
Bhubaneswar

ଶ୍ରୀମନ୍ଦିର ସେବକ କରୋନା ସଂକ୍ରମିତ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରର ଜଣେ ସେବକ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ତାଙ୍କ ସ୍ବାବ୍‌ ସଂଗ୍ରହ କରାଯାଇଥିଲା। ସେ କରୋନା ସଂକ୍ରମିତ ଥିବା ରବିବାର ସନ୍ଧ୍ୟାରେ ମିଳିଥିବା ରିପୋର୍ଟରୁ ସୂଚନା ମିଳିଛି। ମନ୍ଦିର ପ୍ରଶାସନ ପକ୍ଷରୁ ଖୋଲା ଯାଇଥିବା ମାଗଣା ଜୋତାଷ୍ଟାଣ୍ଡରେ କାର୍ଯ୍ୟ କରୁଥିବା ୬ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହାପୂର୍ବରୁ ମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟର ୨ କର୍ମଚାରୀଙ୍କୁ କରୋନା ସଂକ୍ରମିତ ଚିହ୍ନଟ କରାଯାଇଥିଲା। ସେହିପରି ପୁରୀର ୩ଜଣ ସାମ୍ବାଦିକ, ୩ଜଣ କ୍ୟାମେରାମ୍ୟାନ ଏବଂ ଜଣେ ଫଟୋଗ୍ରାଫର କରୋନା ସଂକ୍ରମିତ ହୋଇଥିବା ଜଣେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ରବିବାର ସନ୍ଧ୍ୟାରେ ଜଣେ ସାମ୍ବାଦିକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। କରୋନା ପ୍ରତିଷେଧକ ଟିକା ନେବାସତ୍ତ୍ବେ ଜଣେ ଆଇନଜୀବୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ କଟକ ପଠାଯାଇଛି। ଗତ ସପ୍ତାହରେ ବଡ଼ଦାଣ୍ଡରେ ଥିବା ଏକ ହୋଟେଲର ଜଣେ କର୍ମଚାରୀଙ୍କ କରୋନାରେ ମୃତ୍ୟୁ ହୋଇଥିଲା।
ଜିଲାର ଆଉ ୪୩ କରୋନା ସଂକ୍ରମିତ ରବିବାର ଚିହ୍ନଟ ହୋଇଛନ୍ତି। ଏହାପରେ ସଂକ୍ରମିତଙ୍କ ସଂଖ୍ୟା ଜିଲାରେ ୧୪,୮୯୬କୁ ବୃଦ୍ଧି ପାଇଛି। ସେଥିରୁ ୩୦୪ଜଣ ସଂକ୍ରମିତ ପୁରୀ, ଭୁବନେଶ୍ବର ଏବଂ କଟକର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଶ୍ରୀଜଗନ୍ନାଥ ମେଡିକାଲ କଲେଜକୁ କୋଭିଡ ହାସପାତାଳ ଭାବେ ବ୍ୟବହାର କରିବାକୁ ପ୍ରଶାସନ ଚିନ୍ତା କରୁଛି। ଏହାଛଡା କୋଣାର୍କ, ନିମାପଡା ଏବଂ ବ୍ରହ୍ମଗିରିରେ ୩ଟି କୋଭିଡ କେୟାର କେନ୍ଦ୍ର ଖୋଲିବାକୁ ଜୋରଦାର ପ୍ରସ୍ତୁତି ଚାଲିଛି। ପୁରୀ ରେଳ ଷ୍ଟେସନରେ ଭୋର ୪ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ରେଳଗାଡି ଯୋଗେ ଆସୁଥିବା ପର୍ଯ୍ୟଟକଙ୍କ କୋଭିଡ ପରୀକ୍ଷା କରାଯାଉଛି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ଜିଲା ଯକ୍ଷ୍ମା ହାସପାତାଳରେ ଗତବର୍ଷ ଖୋଲା ଯାଇଥିବା ୧୫ଶଯ୍ୟା ବିଶିଷ୍ଟ କୋଭିଡ ଆଇସିୟୁ ପୁନଃକାର୍ଯ୍ୟକ୍ଷମ କରାଯିବାକୁ ଦାବି ହେଉଛି। ଏବେ ସପ୍ତାହର କେବଳ ରବିବାର ଦିନ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବନ୍ଦ କରାଯାଇଥିବା ବେଳେ ଶନିବାର ଦର୍ଶନ ବନ୍ଦପାଇଁ ପ୍ରଶାସନ ପକ୍ଷରୁ ସେବକଙ୍କ ସହ ଆଲୋଚନା କରାଯାଉଥିବା ଜଣାପଡିଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories