www.samajalive.in
Wednesday, December 10, 2025
15.1 C
Bhubaneswar

ଆରୋଗ୍ୟ ହାର ୯୧.୬୭ ପ୍ରତିଶତ : ସକ୍ରିୟ ସଂକ୍ରମିତ ସଂଖ୍ୟା ୯ ଲକ୍ଷ ୧୦ ହଜାର ୩୧୯

ନୂଆଦିଲ୍ଲୀ : ଦେଶରେ କୋଭିଡ ଆରୋଗ୍ୟ ହାର ୯୧.୬୭ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୯ ହଜାର ୨୫୬ ଜଣ ସୁସ୍ଥ ହେବା ସହ  ମୋଟ ଆରୋଗ୍ୟ ସଂଖ୍ୟା ୧ କୋଟି ୧୮ଲକ୍ଷ ୫୧ ହଜାର ୩୯୩ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୬୮୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିବାରୁ ମୃତ୍ୟୁସଂଖ୍ୟା ୧ଲକ୍ଷ ୬୬ ହଜାର ୮୬୨କୁ ବୃଦ୍ଧି ପାଇଛି।
ଦେଶରେ ଚିକିତ୍ସାଧୀନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୧୦ ହଜାର ୩୧୯ ରହିଛି, ଯାହାକି ମୋଟ୍‍ ସଂକ୍ରମଣର ୭.୦୪ ପ୍ରତିଶତ।
ଅନ୍ୟପକ୍ଷରେ ଆଜି ଦେଶରୁ ରେକର୍ଡ ସଂଖ୍ୟକ ଏକ ଲକ୍ଷ ୨୬ ହଜାର ୭୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରନ୍ତଙ୍କ ସଂଖ୍ୟା ୧ କୋଟି ୨୯ ଲକ୍ଷ ୨୮ ହଜାର ୫୭୪ରେ ପହଞ୍ଚିଛି।

ଭାରତୀୟ ଭେଷଜ ଗବେଷଣା ପରିଷଦ-ଆଇସିଏମ୍‍ଆର୍‍ ସୂଚନା ଅନୁଯାଇ ଗତକାଲି ୧୨ ଲକ୍ଷ ୩୭ ହଜାର କୋଭିଡ ନମୁନା ପରୀକ୍ଷା କରାଯାଇଛି। ଫଳରେ ଏପର୍ଯ୍ୟନ୍ତ ୨୫ କୋଟି ୨୬ଲକ୍ଷ ୭୭ ହଜାର ୩୭୯ ନମୁନା ପରୀକ୍ଷା କରାଯାଇ ସାରିଲାଣି। ଆଜି ସୁଦ୍ଧା ୨ ହଜାର ୪୪୭ଟି ପରୀକ୍ଷାଗାରରେ କୋଭିଡ ନମୁନା ପରୀକ୍ଷା କରାଯାଉଛି। ତନ୍ମଧ୍ୟରୁ ୧ ହଜାର ୨୨୯ଟି
ସରକାରୀ ପରୀକ୍ଷାଗାର ଥିଲାବେଳେ ୧ହଜାର ୨୧୮ଟି ବେସରକାରୀ ପରୀକ୍ଷାଗାର ରହିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories