ସବୁ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର, ରାତିରେ ହେବ ସାନିଟାଈଜ ଆମ ଓଡ଼ିଶାନିଉଜ ଆଲର୍ଟପୁରୀ By Samajalive Desk Last updated Apr 3, 2021 Share Related Posts ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିର କଟିଲା ଚାଲାଣ: ଆଗରୁ… Nov 20, 2024 ଫେବୃୟାରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା Nov 20, 2024 ଏଣିକି ରବିବାର ବ୍ୟତୀତ ସପ୍ତାହର ସମସ୍ତ ଦିନ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲା ରହିବ। ସାର୍ବଜନୀନ ଦର୍ଶନ ସକାଳ ୬ଟାରୁ ଆରମ୍ଭ ହେବ। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଗଠିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବୈଠକରେ ଏହି ନିଷ୍ପତ୍ତି ହୋଇଛି। କରୋନା ସଂକ୍ରମଣ ଦୃଷ୍ଟିରୁ ପୂର୍ବରୁ ଜାରି କରାଯାଇଥିବା କଟକଣାଗୁଡିକ ଉପରେ ବିସ୍ତୃତ ଆଲୋଚନା ପରେ ଏଥିରେ କେତେକ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ନିଷ୍ପତ୍ତି ଅନୁଯାୟୀ ଆସନ୍ତାକାଲି ଠାରୁ ଅର୍ଥାତ ଏପ୍ରିଲ ୪ ତାରିଖ ପରଠାରୁ ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ବନ୍ଦ ରହିବ। ପ୍ରତି ରବିବାର ଦିନ ମନ୍ଦିର ପରିସରର ସମ୍ପୂର୍ଣ୍ଣ ପରିମଳ କରାଯିବ। ସପ୍ତାହରେ ଦୁଇ ଥର ସର୍ବସାଧାରଣ ଦର୍ଶନ ଶେଷ ହେବ ପରେ ମନ୍ଦିର ବନ୍ଦ ହେବା ପରେ ରାତିରେ ମନ୍ଦିର ପରିସରକୁ ସାନିଟାଇଜ କରାଯିବ। ଏହାଛଡା କୋଭିଡ୍ ଉପଯୁକ୍ତ ଆଚରଣ ପାଳନ ନିଶ୍ଚିତ କରିବା ପାଇଁ ତଦାରଖ ବ୍ୟବସ୍ଥା କଡାକଡି କରାଯିବ। ସେହିପରି ଅନ୍ୟ ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ପ୍ରତିବନ୍ଧକ ସମ୍ପର୍କରେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀଗୁଡିକ ମଧ୍ୟ ପାଳନ କରାଯିବ। Share FacebookTwitterWhatsApp
Comments are closed.