www.samajalive.in
Friday, December 5, 2025
20.1 C
Bhubaneswar

ଧାନହାଣ୍ଡିରୁ ଆରମ୍ଭ ହେଲା ଧାନମଣ୍ଡି – ମନ୍ତ୍ରୀ କହିଲେ, କଥା ରଖିଲୁ

ଡେସ୍କ: ଓଡ଼ିଶାର ଧାନ ହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରୁ ବୁଧବାର ଠାରୁ ଆରମ୍ଭ ହୋଇଛି ଧାନ କିଣା ପ୍ରକ୍ରିୟା। ଏହି ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆଜି ଆରମ୍ଭ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବରଗଡ଼ ଜିଲ୍ଲା କଳାପାଣି ମଣ୍ଡିରେ ପୂଜାର୍ଚ୍ଚନା କରିବା ପରେ ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ସରକାର କଥା ଦେଇଥିଲେ ଓ ଆଜି କଥା ରଖିଛନ୍ତି।

ସେ କହିଛନ୍ତି, ଧାନ କିଣା ପ୍ରକ୍ରିୟାକୁ ସ୍ଵଛ କରିବା ସହ ଚାଷୀମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ସୀମା ସିଲ୍‌ ସହ ମଣ୍ଡିରେ ସିସିଟିଭି ଲଗାଯାଇଛି ଓ ପାଟ୍ରୋଲିଂ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, ଆଜି ବରଗଡ଼ର ୩ଟି ମଣ୍ଡିରୁ ଧାନ କିଣା ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଅର୍ଥାତ ଗୁରୁବାର ଠାରୁ ଅନ୍ୟ ସ୍ଥାନ ଗୁଡିକରେ ଧାନ ମଣ୍ଡି କାର୍ଯ୍ୟକ୍ଷମ ହେବ।

- Advertisement -

ଏହି ଅବସରରେ ଯୋଗାଣ ମନ୍ତ୍ରୀ କହିଛନ୍ତି, କୃଷକଙ୍କ ଉନ୍ନତିକୁ ଲୋକଙ୍କ ସରକାର ସର୍ବାଧିକ ଗୁରୁତ୍ଵ ଦେଉଛନ୍ତି। ଆଜି ଆନୁଷ୍ଠାନିକ ଭାବେ ବରଗଡ଼ରେ ଧାନମଣ୍ଡି ଖୋଲାଯିବା ସହିତ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ଦଲାଲ ମୁକ୍ତ ଧାନ କିଣା, କଟନୀ ଛଟନୀ ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବା ସହ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନକୁ ସରକାର ସୁନିଶ୍ଚିତ କରୁଛନ୍ତି।

ଆମ ସରକାର ପ୍ରତିଶ୍ରୁତି ପୂରଣ କରି ଚାଷୀଙ୍କ ଠାରୁ ୩୧୦୦ ଟଙ୍କାରେ ଧାନ କିଣିବା ସହିତ ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ନିମନ୍ତେ ମଣ୍ଡିରେ ନୋଡାଲ ଅଧିକାରୀ, କଣ୍ଟ୍ରୋଲ ରୁମ, ପାଟ୍ରୋଲିଂ ବ୍ୟବସ୍ଥା ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଶୃଙ୍ଖଳିତ ଭାବେ ଧାନ କିଣିବା ସହ ସମସ୍ତ ବ୍ୟବସ୍ଥା ଉପରେ ନଜର ରଖିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି।

ସୂଚନାଯୋଗ୍ୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦୁଇ ଦିନିଆ ବରଗଡ ଗସ୍ତରେ ଆସି ଗତକାଲି ଖରିଫ୍ ଧାନ ସଂଗ୍ରହ ପାଇଁ ଜିଲ୍ଲାର ପୂର୍ବ ପ୍ରସ୍ତୁତିର ସମୀକ୍ଷା କରିଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories