ଆସାମର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ପ୍ରଚାର ଶେଷ ହେବ। ଏହି ପର୍ଯ୍ୟାୟରେ ୩୯ଟି ଆସନ ପାଇଁ ଭୋଟ୍ ନିଆଯିବ। ଦ୍ୱିତୀୟ ପର୍ଯ୍ୟାୟରେ ମୋଟ୍ ୩୪୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ମତଦାନ ଏପ୍ରିଲ୍ ପହିଲା ଦିନ ହେବ। ଆଜି ରାଜ୍ୟରେ ହୋଲି ପର୍ବ ପାଳନ ହେଉଥିବା ସତ୍ତ୍ବେ ନିର୍ବାଚନ ପ୍ରଚାର ଜାରି ରହିଛି। ବିଭିନ୍ନ ଦଳର ନେତାମାନେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଯଥାସମ୍ଭବ ଉଦ୍ୟମ ଚଳାଇଛନ୍ତି।
ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଗୌହାଟୀରେ ଲୋକମାନଙ୍କ ସହ ହୋଲି ଖେଳିଛନ୍ତି। ହିମନ୍ତ ବିଶ୍ୱଶର୍ମା ଆଜି ଅନେକ ନିର୍ବାଚନ ସଭାରେ ବିଜେପି ସପକ୍ଷରେ ମତଦାନ କରିବାକୁ ଭୋଟରମାନଙ୍କୁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସର ରାଜ୍ୟଶାଖା ସଭାପତି ରିପୁନ ବୋରା କହିଛନ୍ତି, ତାଙ୍କ ପାର୍ଟିର ନିଯୁକ୍ତି ଗ୍ୟାରେଣ୍ଟି ପ୍ରତି ରାଜ୍ୟର ଯୁବପିଢ଼ି ଅଧିକ ଆଶାବାନ ହୋଇଥିବା ଜଣାପଡ଼ିଛି। ବୋଡ଼ଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ ନେତା ରିହନ ଦୈମାରୀ ଉଦାଲଗୁଡ଼ିଠାରେ ର୍ୟାଲିଗୁଡ଼ିକରେ ଉଦ୍ବୋଧନ ଦେଇଛନ୍ତି। ଏଆଇୟୁଡ଼ିଏଫ, ଆସାମ ଗଣପରିଷଦ, ୟୁପିପିଏଲ ଓ ଆସାମ ଜାତୀୟ ପରିଷଦ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଯଥାସମ୍ଭବ ଉଦ୍ୟମ ଚଳାଇଛନ୍ତି।



