www.samajalive.in
Wednesday, December 10, 2025
26.1 C
Bhubaneswar

ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ, ଫୋକସରେ ନନ୍ଦିଗ୍ରାମ

ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଏପ୍ରିଲ୍‍ ପହିଲାରେ ହେବ। ଏହି ପର୍ଯ୍ୟାୟରେ ୩୦ଟି ନିର୍ବାଚନ ମଣ୍ଡଳୀରେ ଭୋଟ୍‍ ନିଆଯିବ। ସେଗୁଡ଼ିକ ମଧ୍ୟରେ ପୂର୍ବ ମେଦିନୀପୁର ଜିଲ୍ଲାର ୯ଟି ଆସନ ରହିଛି। ସେଗୁଡ଼ିକ ମଧ୍ୟରେ ନନ୍ଦୀଗ୍ରାମ ଆସନ ମଧ୍ୟ ରହିଛି। ନନ୍ଦୀଗ୍ରାମ ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୨୦୧୬ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସକୁ ନନ୍ଦୀଗ୍ରାମରେ ଶତକଡ଼ା ୬୭ ଭାଗ ଭୋଟ୍‍ ମିଳିଥିଲା।

୨୦୧୯ ସାଧାରଣ ନିର୍ବାଚନରେ ତୃଣମୂଳ କଂଗ୍ରେସକୁ ସେଠାରୁ ୬୩ ପ୍ରତିଶତ ଭୋଟ୍‍ ମିଳିଥିବା ବେଳେ ବିଜେପିକୁ ସେଠାରୁ ୩୯ ପ୍ରତିଶତ ଭୋଟ୍‍ ମିଳିଥିଲା। ଅନ୍ୟପକ୍ଷରେ ବାମପନ୍ଥୀ ଦଳ ଓ କଂଗ୍ରେସକୁ ୧୦ ପ୍ରତିଶତ ଭୋଟ୍‍ ମିଳିଥିଲା। ପୂର୍ବ ମେଦିନୀପୁରର ନନ୍ଦୀଗ୍ରାମ ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିଦ୍ୱନ୍ଦିତା କରୁଥିବାରୁ ଏହା ବିଜେପି ଓ ତୃଣମୂଳ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ବିଜେପି ସେଠାରେ ଶୁଭେନ୍ଦୁ ଅଧିକାରୀଙ୍କୁ ଛିଡ଼ା କରାଇଛି। ସିପିଆଇଏମର ମିନାକ୍ଷୀ ମୁଖାର୍ଜୀ ସଂଯୁକ୍ତ ମୋର୍ଚ୍ଚାରୁ ପ୍ରାର୍ଥୀ ରହିଛନ୍ତି।

- Advertisement -

ମମତା ବାନାର୍ଜୀ କ୍ରମାନ୍ୱୟରେ ୧୦ବର୍ଷ ଧରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳି ଆସୁଛନ୍ତି। ସେ ମଧ୍ୟ ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି। ୨୦୧୬ରେ ଶୁଭେନ୍ଦୁ ଅଧିକାରୀ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଭାବେ ନନ୍ଦୀଗ୍ରାମ ଆସନରୁ ବିଜୟୀ ହୋଇଥିଲେ। କିଛିଦିନ ପୂର୍ବେ ସେ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି। ସେଠାରୁ ସେ ପୁନଃନିର୍ବାଚିତ ହେବାକୁ ଆଶା ରଖିଛନ୍ତି। ଅନ୍ୟପକ୍ଷରେ ଯୁବନେତା ମିନାକ୍ଷୀ ମୁଖାର୍ଜୀ ସେହି ଆସନରୁ ବିଜୟୀ ହେବାକୁ ଆଶା ରଖିଛନ୍ତି। ରାଜନୈତିକ ବିଶ୍ଳେଷକମାନଙ୍କ ମତରେ ଏହି ଆସନ ପ୍ରମୁଖ ନେତାମାନଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବ। ନିର୍ବାଚନ ପ୍ରଚାର ଶେଷ ହେବାକୁ ଆଉ ମାତ୍ର ଦୁଇଦିନ ସମୟ ଥିବାରୁ ବିଜେବି, ତୃଣମୂଳ କଂଗ୍ରେସ, ସଂଯୁକ୍ତ ମୋର୍ଚ୍ଚା ଓ ଅନ୍ୟ ଦଳଗୁଡ଼ିକ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଯଥାସମ୍ଭବ ଉଦ୍ୟମ ଚଳାଇଛନ୍ତି।

ପଶ୍ଚିମବଙ୍ଗରେ ଗତକାଲି ହୋଲି ପର୍ବ ପାଳିତ ହୋଇଥିବାରୁ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର କରିପାରିନଥିଲେ। ଆଜି ସେଠାରେ ପ୍ରଚାର ଖୁବ୍‍ ସରଗରମ ରହିଛି। ବିଜେପି, ତୃଣମୂଳ କଂଗ୍ରେସ ଓ ସଂଯୁକ୍ତମୋର୍ଚ୍ଚାର ଲୋକପ୍ରିୟ ନେତାମାନେ ର‍୍ୟାଲି ଓ ରୋଡ୍‍ଶୋ’ମାନ କରୁଛନ୍ତି। ଏହା ବ୍ୟତୀତ ପ୍ରାର୍ଥୀମାନେ ରାସ୍ତାକଡ଼ ସଭାସମିତିମାନ କରୁଛନ୍ତି। ବିଭିନ୍ନ ପାର୍ଟିର କର୍ମୀମାନେ ଘରଘର ବୁଲି ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଭୋଟ୍‍ ମାଗୁଛନ୍ତି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories