www.samajalive.in
Monday, December 15, 2025
15.1 C
Bhubaneswar

ପ୍ରାଚୀନ ବଣ୍ଡା ଜନଜାତି ନୃତ୍ୟ ଦର୍ଶକଙ୍କୁ ଦେଇଥିଲା ଭିନ୍ନ ଏକ ଅନୁଭୂତି

ନୂଆଦିଲ୍ଲୀ: ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବିଶ୍ୱ ଦରବାରରେ ପରିଚିତ କରାଇବା ନିମନ୍ତେ ଓଡ଼ିଆ ସମାଜ, ନୂଆଦିଲ୍ଲୀ ପକ୍ଷରୁ ପ୍ରଥମର ଥର ପାଇଁ ଭର୍ଚୁଆଲ ପ୍ଲାଟଫର୍ମରେ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ଓଡ଼ିଶା ପର୍ବ -୨୦୨୧ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନ ଉତ୍ସବରେ ଲକ୍ଷାଧିକ ଦର୍ଶକ ଏହି ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ କଳା, ସାହିତ୍ୟ, ସଂସ୍କୃତି, ନୃତ୍ୟ, ସଙ୍ଗୀତକୁ ଏକ ନିଆରା ଢଙ୍ଗରେ ବିଶ୍ୱବ୍ୟାପୀ ଅନୁଭବ କରିବାର ସୁଯୋଗ ପାଇଥିଲେ। ଗୁରୁ ଚନ୍ଦ୍ରକାନ୍ତ ସୂତାର ଏବଂ ତାଙ୍କ ଦଳ ଦ୍ୱାରା ପ୍ରଦର୍ଶିତ ‘ପଞ୍ଚ ମହାଭୁତ’ ଫ୍ୟୁଜନ ଛଉ ନୃତ୍ୟ ଦ୍ୱାରା ଆରମ୍ଭ ହୋଇଥିଲା। ଇଣ୍ଡିଆନ୍ କାଉନ୍ସିଲ ଫର୍ କଲଚରାଲ ରିଲେସନ୍ସର ମହାନିର୍ଦେଶକ ଦିନେଶ ପଟ୍ଟନାୟକ ସମୃଦ୍ଧ ଓଡିଆ ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ଓଡିଆ ସମାଜ, ନୂଆଦିଲ୍ଲୀର ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ଏହାପରେ ଓଡ଼ିଆ ସମାଜ ଦ୍ୱାରା ପ୍ରସ୍ତୁତ ବୃତଚ୍ଚିତ୍ର ‘ପାଇକ ବିଦ୍ରୋହ’ ପ୍ରଦର୍ଶନ କରାଯାଇଥିଲା। ଏହାପରେ ମାନ୍ୟବର ଲୋକସଭା ସାଂସଦ ଭର୍ତୃହରି ମହତାବ ନିଜର ବାର୍ତ୍ତା ମାଧ୍ୟମରେ ଓଡିଆ ସଂସ୍କୃତିକୁ ଲୋକପ୍ରିୟ କରାଇବାରେ ଗତ ଚାରି ବର୍ଷ ଧରି ଓଡିଶା ପର୍ବର ବଳିଷ୍ଠ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ମାଲକାନଗିରିସ୍ଥିତ ବାନ୍ଧଗୁଡ଼ା ବ୍ଲକ ଖଇରପୁଟ ଅଞ୍ଚଳର କଳାକାରମାନଙ୍କ ଦ୍ୱାରା ପ୍ରାଚୀନ ବଣ୍ଡା ଜନଜାତି ନୃତ୍ୟ ଦର୍ଶକଙ୍କୁ ଦେଇଥିଲା ଭିନ୍ନ ଏକ ଅନୁଭୂତି। ପାରାଅଲମ୍ପିକ୍ ସଟ୍ଲର୍ ପ୍ରମୋଦ ଭଗତ ‘ମନର କଥା’ ମାଧ୍ୟମରେ ତାଙ୍କ ଜୀବନଯାତ୍ରାର ଅନୁଭୂତି ବାଣ୍ଟିଥିବାବେଳେ ଅଲ୍ ରୁଷିଆ ଓଡ଼ିଆ ସମାଜ, ମସ୍କୋ ଦ୍ୱାରା ପ୍ରଦର୍ଶିିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଥିଲା ସନ୍ଧ୍ୟାର ଅନନ୍ୟ ଆକର୍ଷଣ। ସୁପ୍ରିମକୋର୍ଟ ଆଇନଜୀବୀ ସାର୍ଥକ ନାୟକ, ପଦ୍ମଶ୍ରୀ ରମାକାନ୍ତ ପଣ୍ଡା ଓ ଡ. ପ୍ରିୟମ୍ବଦା ମହାନ୍ତି ହେଜମାଦୀଙ୍କ ସହ ଆଳାପ ଏବଂ ତାଙ୍କ ଜୀବନ କାହାଣୀ ଅନ୍‌ଲାଇନ ଦର୍ଶକଙ୍କ ପାଇଁ ଥିଲା ବେଶ୍ ପ୍ରେରଣାଦାୟୀ।


ସ୍ଥାନୀୟ ବୁଣାକାରମାନଙ୍କ କାରୁକାର୍ଯ୍ୟକୁ ବିଭିନ୍ନ ହସ୍ତତନ୍ତ ମାଧ୍ୟମରେ ଆଦୃତ କରାଇବା ପାଇଁ ଲଣ୍ଡନସ୍ଥିତ ଓଡ଼ିଆ ସୋସାଇଟି ଦ୍ୱାରା ଫ୍ୟୁଜନ ନୃତ୍ୟ ପରିବେଷଣ ଥିଲା ସନ୍ଧ୍ୟାର ଅନ୍ୟତମ ଆକର୍ଷଣ। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ପ୍ରଦର୍ଶିତ ପରେଡରେ ଓଡ଼ିଶାର କଳାହାଣ୍ଡିସ୍ଥିତ ‘ବଜାସାଲ’ ସମ୍ପର୍କିତ ଏକ ପ୍ରମାଣିକ ଚିତ୍ର ପ୍ରଦର୍ଶନ କରାଯାଇଥିଲା। ବିଚିତ୍ରାନନ୍ଦ ସ୍ୱାଇଁ ଏବଂ ତାଙ୍କ ଦଳ (କେବଳ ପୁରୁଷ ନୃତ୍ୟଶିଳ୍ପୀମାନଙ୍କ) ଦ୍ୱାରା ପ୍ରସ୍ତୁତ ଓଡ଼ିଶୀ ନୃତ୍ୟ ‘ତାଳ ତରଙ୍ଗ’ ଦର୍ଶକଙ୍କୁ ଦେଇଥିଲା ଅଦ୍ଭୁଦପୂର୍ବ ମନୋରଞ୍ଜନ।
ଇଂଲଣ୍ଡସ୍ଥିତ ସଫ୍ଟବ୍ୟାଙ୍କ ସିଇଓ ରାଜୀବ ମିଶ୍ରଙ୍କ ବହୁମୂଲ୍ୟ ଷ୍ଟାଟ୍ଅପ୍ ପରାମର୍ଶ ଯୁବ ଉଦ୍ୟୋଗୀମାନଙ୍କୁ ଦେଇଥିଲା ନୂତନ ଦିଗ୍ଦର୍ଶନ। କଳାହାଣ୍ଡି ଜିଲାର ରାପର୍ ଦୁଲେ ତାଣ୍ଡି ସନ୍ଧ୍ୟାକୁ କରିଥିଲେ ବେଶ୍ ରଙ୍ଗାୟିତ। ଅମରେନ୍ଦ୍ର ସାହୁ, ସହ ପ୍ରତିଷ୍ଠାତା ତଥା ସିଇଓ, ନେଷ୍ଟ ଆୱେ ଟେକ୍ନୋଲୋଜି, ବିବେକାନନ୍ଦ ପାଣି, ସହ ପ୍ରତିଷ୍ଠାତା ତଥା ସିଟିଓ, ରିଭେଇରି ଲାଙ୍ଗୁଏଜ୍ ଟେକ୍ନୋଲୋଜୀ, ଶ୍ରୀନିବାସନ ନାରାୟଣ, ସହପ୍ରତିଷ୍ଠାତା ତଥା ସିଇଓ, ଗୁଡ୍ ମିଟିଂସ ପ୍ରମୁଖ ଶ୍ରୀ ଦେବାଶିଷ ମିଶ୍ର, ପାର୍ଟନର ଡେଲୋଇଟ୍‌ଙ୍କ ସଞ୍ଚାଳନରେ ଟେକ୍ ଟକ୍ କାର୍ଯ୍ୟକ୍ରମରେ ଭାଗନେଇଥିଲେ। ଏହାପରେ ଓଡ଼ିଶାର ବରଗଡ଼ ଜିଲାର ସମ୍ବଲପୁରୀ ଲୋକନୃତ୍ୟ ଏକାଡେମୀର କଳାକାର ରବି ରତନ ସାହୁଙ୍କ ଦ୍ୱାରା ଓଡ଼ିଶାର ଲୋକକଳା ବାଦ୍ୟଯନ୍ତ୍ରର ସମନ୍ୱୟ କାର୍ଯ୍ୟକ୍ରମ ‘ଆଦି ଧୁନ’ ଦର୍ଶକଙ୍କୁ ଓଡ଼ିଶାର ସୌନ୍ଦର୍ଯ୍ୟମୟ ପ୍ରାକୃତିକ ପରିବେଶ ସହ ଯୋଡ଼ିବାରେ ସକ୍ଷମ ହୋଇଥିଲା। ପଦ୍ମଶ୍ରୀ ପ୍ରତିଭା ରାୟ ଏବଂ ହରପ୍ରସାଦ ଦାସଙ୍କ କଥୋପକଥନ ‘ଆମ ଭାଷା ଓ ସାହିତ୍ୟ: ଆମ ଗୌରବମୟ ପରିଚୟ’ ଦର୍ଶକଙ୍କୁ ଦେଇଥିଲା ଓଡ଼ିଆ ସାହିତ୍ୟର ଅନନ୍ୟ ଜ୍ଞାନ। ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ସ୍ୱୟଂ ପାଢୀ, ତାରିକ ଅଜିଜ୍ ଏବଂ ସୋହିନୀ ମିଶ୍ରଙ୍କ ଦ୍ୱାରା ପରିବେଷିତ ସଙ୍ଗୀତ ଭିତିକ କାର୍ଯ୍ୟକ୍ରମ ‘ସୂର ଝଙ୍କାର’ ଏବଂ ମୁମ୍ବାଇ ଓଡ଼ିଆ ଗ୍ରୂପ ସୁଜିତ କୁମାରଙ୍କ ମେଲୋଡ଼ି ଗୀତ ପରିବେଷିତ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories