www.samajalive.in
Sunday, December 7, 2025
26.1 C
Bhubaneswar

ହୋଲି ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭକାମନା

ଆଜି ରଙ୍ଗର ପର୍ବ ହୋଲି ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ଵରାଷ୍ଟ୍ରମନ୍ତ୍ରୀ ଦେଶବାସୀଙ୍କ ଶୁଭକାମନା ଜଣାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ କରିଛନ୍ତି ଯେ ହୋଲିର ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ଶୁଭକାମନା। ରଙ୍ଗର ପର୍ବ ହୋଲି ସାମାଜିକ ସୌହାର୍ଦ୍ୟର ପର୍ବ ଅଟେ। ଏହା ଲୋକମାନଙ୍କ ଜୀବନରେ ଖୁସୀ, ଉତ୍ସାହ ଓ ଆଶାର ସଂଚାର କରିଥାଏ। ଏହି ଉଲ୍ଲାସର ପର୍ବ ଆମର ସାଂସ୍କୃତିକ ବିବିଧତାରେ ନିହିତ ରାଷ୍ଟ୍ରୀୟ ଚେତନାକୁ ଶକ୍ତି ପ୍ରଦାନ କରୁ ଏହା ହିଁ ମୋର କାମନା।


ଉପ ରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ ହୋଲି ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇ ଟ୍ୱିଟ କରିଛନ୍ତି ଯେ ସମସ୍ତ ଦେଶବାସୀଙ୍କୁ ହୋଲିର ହାର୍ଦିକ ଶୁଭକାମନା। ଏହି ଉଲ୍ଲାସମୟ ପର୍ବ ଆପଣଙ୍କ ଓ ଆପଣଙ୍କର ପ୍ରିୟଜନଙ୍କର ଜୀବନରେ ସୌହାର୍ଦ, ସହୃଦୟତା, ଶାନ୍ତି, ସ୍ୱାସ୍ଥ୍ୟ, ଶିକ୍ଷା ସମୃଦ୍ଧି ଆଣୁ। ସେ କରୋନା ସଂକ୍ରମଣ ବଢୁଥିବାକୁ ଦେଖି ସରକାରଙ୍କ ଦ୍ୱାରା ପ୍ରଣୀତ ଆବଶ୍ୟକ ସାବଧାନତା ପାଳନ କରିବାକୁ ଅନୁରୋଧ କରିଛନ୍ତି।

- Advertisement -


ହୋଲି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି କହିଛନ୍ତି, ସମସ୍ତଙ୍କୁ ହୋଲିର ଢେର ଶୁଭକାମନା। ଆନନ୍ଦ, ଉତ୍ସାହ, ହର୍ଷ ଓ ଉଲ୍ଲାସର ଏହି ପର୍ବ ସମସ୍ତଙ୍କର ଜୀବନରେ ନୂଆ ଉତ୍ସାହ ଓ ନୂଆ ଶକ୍ତି ସଂଚାର କରୁ।


କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ହୋଲି ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ସେ ଟ୍ୱିଟ କରିଛନ୍ତି ଯେ ସମସ୍ତ ଦେଶବାସୀଙ୍କୁ ହୋଲିର ପବିତ୍ର ପର୍ବରେ ହାର୍ଦିକ ଶୁଭକାମନ।। ରଙ୍ଗ, ଉତ୍ସାହ, ଏକତା ଓ ସଦଭାବନାର ଏହି ମହାପର୍ବ ଆପଣଙ୍କ ଜୀବନରେ ସୁଖ, ଶାନ୍ତି ଓ ସୌଭାଗ୍ୟ ଆଣୁ।


କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ହୋଲି ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇ କହିଛନ୍ତି ଯେ ରଙ୍ଗର ପର୍ବ ହୋଲି ସମସ୍ତଙ୍କ ଜୀବନରେ ହର୍ଷ ଓ ଉଲ୍ଲାସ ସହିତ ଉତମ ସ୍ୱାସ୍ଥ୍ୟ ଓ ସମୃଦ୍ଧି ନେଇ ଆସୁ।


ହୋଲି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ – ସମସ୍ତ ଦେଶବାସୀଙ୍କୁ ରଙ୍ଗ, ଉତ୍ସାହ, ହର୍ଷ ଓ ଉଲ୍ଲାସର ପର୍ବ ହୋଲିର ହାର୍ଦିକ ଶୁଭକାମନା। ରଙ୍ଗର ପର୍ବ ନବ ଉର୍ଜାର ସଂଚାର କରି ଆମ ସମସ୍ତଙ୍କ ଜୀବନକୁ ସୁଖ, ସମୃ୍‍ଦ୍ଧି ଓ ସୌଭାଗ୍ୟରେ ପରିପୂର୍ଣ କରୁ।


ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ରଙ୍ଗ ଓ ଆନନ୍ଦର ପର୍ବ ହୋଲି ଅବସରରେ ରାଜ୍ୟବାସୀଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ନିଜକୁ ତଥା ବନ୍ଧୁ ପରିଜନଙ୍କୁ ସୁରକ୍ଷିତ ରଖିବା ପାଇଁ ଚଳିତ ବର୍ଷ ଘରେ ରହି ହୋଲି ପାଳନ କରନ୍ତୁ। କୋଭିଡଠାରୁ ଦୂରେଇ ରହିବା ପାଇଁ ନିୟମର କଡ଼ାକଡ଼ି ପାଳନ ସମସ୍ତଙ୍କର ସଙ୍କଳ୍ପ ହେଉ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories