www.samajalive.in
Monday, December 15, 2025
27.1 C
Bhubaneswar

ରାଜ୍ୟରେ ବୃଦ୍ଧି ପାଉଛି ବେଆଇନ ଶ୍ରମିକ ଚାଲାଣ, ନବରଙ୍ଗପୁରରୁ ୪୧ ଶ୍ରମିକ ଉଦ୍ଧାର

ନବରଙ୍ଗପୁର ପୁଲିସ ପକ୍ଷରୁ ବେଆଇନ ଶ୍ରମିକ ଚାଲାଣ ବେଳେ ଦୁଇଟି ବସ ଉପରେ ଚଢ଼ାଉ କରି ୪୧ ଜଣ ଶ୍ରମିକ ଉଦ୍ଧାର ସହ ଦୁଇଟି ଯାତ୍ରୀବାହି ବସ ଅଟକ ରଖିଛନ୍ତି। ଏହି ଶ୍ରମିକମାନଙ୍କ ମଧ୍ୟରେ ୩ ଜଣ ନାବାଳକ ଥିବା ଜଣାପଡିବା ପରେ ସେମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରିଙ୍କୁ ହସ୍ତାନ୍ତର କରାଯାଇଛି। ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କ ମଧ୍ୟରେ ୧୮ ଜଣ ଶ୍ରମିକ କେରଳକୁ ଯାଉଥିଲେ ଏବଂ ଶ୍ରମିକ ଠିକାଦାରଙ୍କ ମାଧ୍ୟମ ଯାଉଥିଲେ କିନ୍ତୁ ପଞ୍ଜିକରଣ କରିନଥିଲେ। ସମସ୍ତଙ୍କ ପଞ୍ଚିକରଣ ପରେ କେରଳ ଯିବାକୁ ଅନୁମତି ଦିଆଯାଇଥିବା ବେଳେ ଅନ୍ୟ ତେଇଶି ଜଣ କେଉଁଠିକୁ ଯାଉଥିବା ଜାଣି ନଥିବା ବେଳେ ଠିକାଦାର ଫେରାର ଥିବାରୁ ସମସ୍ତ ୨୩ ଜଣକୁ ଘରକୁ ଫେରାଇ ଦିଆଯାଇଛି।

ସୂଚନା ଅନୁଯାୟୀ ଏହି ଶ୍ରମିକମାନେ ତେନ୍ତୁଳିଖୁଣ୍ଟି, ଡ଼ାବୁଗା ଓ ପାପଡାହାଣ୍ଡି ବ୍ଲକର ବାସିନ୍ଦା। ସମସ୍ତେ ହାଇଦ୍ରାବାଦକୁ ଯାଉଥିବା ଦୁଇ ଗୋଟି ଯାତ୍ରୀବାହି ବସରେ ଯାଉଥିଲେ। କୌଣସି ସୂତ୍ରରୁ ଖବର ପାଇଁ ନବରଙ୍ଗପୁର ପୁଲିସ୍ ବସ୍ ଉପରେ ଚଢାଉ କରି ଚାଲାଣ ହେଉଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ପଞ୍ଜିକରଣ କରି କେରଳ ରାଜ୍ୟକୁ ଛାଡ଼ି ଦିଆ ଯାଇଥିଲା। ଶ୍ରମିକମାନଙ୍କ ମଧ୍ୟରୁ ହାଇଦ୍ରାବାଦକୁ ଯିବାକୁ ଥିବା ୨୩ ଜଣ ଠିକାଦାର କିଏ ଓ କେଉଁଠିକୁ ଯାଉଥିଲେ ସ୍ପଷ୍ଟ କହି ନ ପାରିବା ଯୋଗୁଁ ଅଟକ ରଖାଯାଇଥିବା ଜିଲ୍ଲା ଶ୍ରମ ଅଧିକାରୀ ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ଜିଲ୍ଲାରେ କାମ ମିଳିନଥିବା ଓ ମନରେଗା କାମ ମେସିନରେ ହେଉଥିବା ଏବଂ ଓଡ଼ିଶା ତୁଳନାରେ କେରଳରେ ଅଧିକ ସୁବିଧା ଓ ପାରିଶ୍ରମିକ ମିଳୁଥିବା ଯୋଗୁଁ ବାହାର ରାଜ୍ୟକୁ ଶ୍ରମିକ ଚାଲାଣ ହେଉଥିବା ଜଣାପଡିଛି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories