www.samajalive.in
Thursday, December 11, 2025
27.1 C
Bhubaneswar

ଦେବଗଡ଼ ଓକିଲ ସଂଘ ନିର୍ବାଚନ: ପ୍ରମଥେଶ ସଭାପତି, ଟିକେଶ୍ୱର ସମ୍ପାଦକ

ଦେବଗଡ଼ ଜିଲ୍ଲା ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟରେ ନିର୍ବାଚନ ଅଧିକାରୀଭାବେ ଆଇନଜୀବୀ ଶ୍ରୀବତ୍ସ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ନିର୍ବାଚନରେ ସମ୍ପାଦକ ପଦବୀ ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ଏହି ପଦବୀ ପାଇଁ ଆଇନଜୀବୀ ଟିକେଶ୍ୱର ଧଳ ଓ ଆଇନଜୀବୀ ତରଣୀକାନ୍ତ ଦାଶଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା। ଏଥିରେ ଟିକେଶ୍ୱର ୩୭ଟି ଭୋଟ ପାଇଥିବାବେଳେ ତରଣୀକାନ୍ତ ୩୨ଟି ଭୋଟ ପାଇଛନ୍ତି। ୪ଟି ଭୋଟ ନାକଚ ହୋଇଯାଇଛି।

ସମ୍ପାଦକ ବ୍ୟତୀତ ଅନ୍ୟ ସମସ୍ତ ପଦବୀ ପାଇଁ ଜଣେ ଲେଖାଏଁ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସମସ୍ତେ ନିର୍ଦନ୍ଦ୍ୱରେ ଜିତିଛନ୍ତି। ଏହି ନିର୍ବାଚନରେ ଜିଲ୍ଲା ଓକିଲ ସଂଘର ସଭାପତି ଭାବେ ଆଇନଜୀବୀ ପ୍ରମଥେଶ ଗୁରୁ, ଉପସଭାପତି ଭାବେ ରୁଦ୍ରମଣୀ ବେହେରା, ସମ୍ପାଦକ ଭାବେ ଟିକେଶ୍ୱର ଧଳ, ସହସମ୍ପାଦକ ଭାବେ ବିରେନ କୁମାର ପ୍ରଧାନ ଓ କୋଷାଧ୍ୟକ୍ଷ ଭାବେ ରାଜକିଶୋର ପ୍ରଧାନ ନିର୍ବାଚିତ ହୋଇଛନ୍ତି।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories