www.samajalive.in
Wednesday, December 10, 2025
18.1 C
Bhubaneswar

କୁଷ୍ଠରୋଗ ମୁକ୍ତ ବ୍ୟକ୍ତିଙ୍କ ଚିକିତ୍ସା ଓ ସଶକ୍ତିକରଣ: ୧୫୫ ଜଣଙ୍କୁ ମିଳିବ ଭିନ୍ନକ୍ଷମ ପ୍ରମାଣପତ୍ର ଓ ୩୨ ଜଣଙ୍କୁ କୃତ୍ରିମ ଅଙ୍ଗ

ସୁନ୍ଦରଗଡ଼/ରାଉରକେଲା: କୁଷ୍ଠ ରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଉଛି। ରାଉରକେଲାର ୬ଟି ସ୍ଥାନରେ ୫ ଦିନ ଧରି ଚାଲିଥିବା ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍ କ୍ୟାମ୍ପ ଶେଷ ହୋଇଛି। ସେଥିରୁ ଚିହ୍ନଟ ହୋଇଥିବା ୩୯୨ ଜଣ ହିତାଧିକାରୀଙ୍କ ପାଇଁ ଆବଶ୍ୟକତା ଅନୁଯାୟୀ ଚିକିତ୍ସା, ସହାୟକ ଉପକରଣ, କୃତ୍ରିମ ଅଙ୍ଗ ପ୍ରଦାନ ତଥା ଭତ୍ତା ଅନ୍ୟାନ୍ୟ ସୁବିଧା ସୁନିଶ୍ଚିତ କରାଯିବ ବୋଲି ଜଣାପଡିଛି।

- Advertisement -

ଗତ ୨୨ ତାରିଖରୁ ରାଉରକେଲାର ଦୁର୍ଗାପୁର (ଏ) କଲୋନୀରେ ଯାଞ୍ଚ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହାକୁ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଶୁଭାରମ୍ଭ କରିଥିଲେ। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ପକ୍ଷରୁ ଏହି ସ୍କ୍ରିନଙ୍ଗ କ୍ୟାମ୍ପ ଆୟୋଜନ କରାଯାଇଥିଲା। ଏଥିରେ ସୁନ୍ଦରଗଡ଼ସ୍ଥିତ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରର ବିଶେଷଜ୍ଞମାନେ ମଧ୍ୟ ସାମିଲ ହୋଇଥିଲେ। ଦୁର୍ଗାପୁର (ଏ) ବସ୍ତିରେ ୮୦ ଜଣ, ଦୁର୍ଗାପୁର-ବି ବସ୍ତିରେ ୧୨୨ ଜଣ, ନୟାବଜାର ବସ୍ତିରେ ୬୦ ଜଣ, ଦେଓଗାଁ କୁଷ୍ଠ କଲୋନୀରେ ୨୯ ଜଣ ଏବଂ ବୁର୍ଲାପାଲୀ କୁଷ୍ଠ କଲୋନୀରେ ୩୯ ଜଣଙ୍କୁ ମିଶାଇ ମୋଟ ୩୯୨ ଜଣଙ୍କର ଯାଞ୍ଚ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩୨ ଜଣ ହିତାଧିକାରୀଙ୍କୁ ସୁନ୍ଦରଗଡ଼ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରରେ ଚିକିତ୍ସା କରାଯାଇ କୃତ୍ରିମ ଅଙ୍ଗ ପ୍ରଦାନ କରାଯିବ। ଏହାଛଡ଼ା ୧୯ ଜଣଙ୍କୁ ସର୍ଜିକାଲ ଜୋତା, ଜଣଙ୍କୁ ହୁଇଲ ଚେୟାର, ୧୫୫ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ଏବଂ ୮ ଜଣଙ୍କୁ ଭିନ୍ନକ୍ଷମ ଭତ୍ତା ଦିଆଯିବ।

ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର କହିଛନ୍ତି ଯେ କୁଷ୍ଠ ରୋଗରୁ ଭଲ ହୋଇଥିବା ବ୍ୟକ୍ତିମାନଙ୍କ ଭିତରୁ ଅନେକଙ୍କ ମଧ୍ୟରେ ଭିନ୍ନକ୍ଷମ ସମସ୍ୟା ଦେଖାଦେଇଥାଏ। ତେଣୁ ସେମାନଙ୍କୁ ଚିହ୍ନଟ କରି ବିଭିନ୍ନ ସରକାରୀ ସୁବିଧା ଦେବା ଲାଗି ଏହି ସ୍କ୍ରିନିଙ୍ଗ୍ କ୍ୟାମ୍ପ କରାଯାଇଥିଲା। ଚିହ୍ନଟ ହୋଇଥିବା ହିତାଧିକାରୀମାନଙ୍କୁ ଆବଶ୍ୟକତା ଅନୁଯାୟୀ ଚିକିତ୍ସା ଓ ସହାୟକ ଉପକରଣ ଯୋଗାଇ ଦିଆଯିବ। ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି ଯେ କୁଷ୍ଠ ରୋଗରୁ ଭଲ ହୋଇଥିବା ବ୍ୟକ୍ତିଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ହେଉଛି ପ୍ରଶାସନର ମୂଳ ଲକ୍ଷ୍ୟ। ସେମାନଙ୍କୁ ବିଭିନ୍ନ ଅକ୍ଷମତା ପାଇଁ ଚିକିତ୍ସା ଓ ସହାୟତା ପ୍ରଦାନ ସହିତ ସରକାରୀ ସୁବିଧା ପ୍ରଦାନ କରି ସଶକ୍ତ କରିବାରେ ଏହି ସ୍କ୍ରିନିଙ୍ଗ୍ କ୍ୟାମ୍ପ ସହାୟକ ହେବ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories