www.samajalive.in
Tuesday, December 9, 2025
16.1 C
Bhubaneswar

ରାଜ୍ୟରେ ଖୋଲିବ ୧୫୬୭ଟି ନୂଆ ଅଙ୍ଗନବାଡି କେନ୍ଦ୍ର

ରାଜ୍ୟରେ ଅଧିକ ୧୫୬୭ଟି ନୂଆ ଅଙ୍ଗନବାଡି କେନ୍ଦ୍ର ଖୋଲିବ। ଶନିବାର ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‍ ଅଧିବେଶନ କାଳରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ମୂଳ ପ୍ରଶ୍ନ ଓ ବିରୋଧିଦଳ ନେତା ପ୍ରଦୀପ୍ତ ନାୟକ, ବିଜେଡି ବିଧାୟକ ପ୍ରଦୀପ ଅମାତ, କଂଗ୍ରେସ ବିଧାୟକ ସୁରେଶ ରାଉତରାୟ, ବିଜେପିର ଭାଷ୍କର ମଢେଇ, ବିଜେଡି ସଦସ୍ୟ ରଘୁନାଥ ଗମାଙ୍ଗ, ରମେଶ ଚନ୍ଦ୍ର ସାଏ, ବିଷ୍ଣୁବ୍ରତ ରାଉତରାୟ ଓ କଂଗ୍ରେସ ସଦସ୍ୟ ମହମ୍ମଦ ମୋକିମଙ୍କ ଅତିରିକ୍ତ ପ୍ରଶ୍ନ ଉତ୍ତରରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏହି ତଥ୍ୟ ଦେଇଛନ୍ତି।

ସେ କହିଛନ୍ତି, ରାଜ୍ୟରେ ମୋଟ୍‍ ୬୨ ହଜାର ୧୭୧ଟି ଅଙ୍ଗନବାଡି ଓ ୧୦ ହଜାର ୪୧୬ଟି ମିନି ଅଙ୍ଗନବାଡି କେନ୍ଦ୍ର ରହିଛି। ରାଜ୍ୟରେ ୭ ହଜାର ୮୪୪ଟି ନୂତନ ଅଙ୍ଗନବାଡି ଓ ମିନି ଅଙ୍ଗନବାଡି କେନ୍ଦ୍ର ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବର ପୁନଃ ତର୍ଜମା କରିବା ପାଇଁ କେନ୍ଦ୍ର ସରକାର ତାହାକୁ ରାଜ୍ୟକୁ ପଠାଇ ଦେଇଛନ୍ତି। ସମସ୍ତ ଜିଲ୍ଲାରୁ ସଂଶୋଧିତ ପ୍ରସ୍ତାବ ମିଳିଲା ପରେ ସେଗୁଡିକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ନିମନ୍ତେ ପ୍ରେରଣ କରାଯିବ। ଏବେ ନୂତନ ଭାବେ ୧ ହଜାର ୫୬୭ଟି ହଜାର ଅଙ୍ଗନବାଡି କେନ୍ଦ୍ର ଖୋଲିବା ପାଇଁ ଜିଲ୍ଲାମାନଙ୍କୁ ମଞ୍ଜୁରୀ ଦିଆଯାଇଛି। ମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ ଅଙ୍ଗନବାଡି କେନ୍ଦ୍ର ପ୍ରତିଷ୍ଠା ପାଇଁ ୫ ଲକ୍ଷ ଟଙ୍କା ବ୍ୟୟ ବରାଦ ଥିବା ବେଳେ ଏବେ ତାହାକୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିରୁ ରାଜ୍ୟ ସରକାର ୨ଲକ୍ଷ ଟଙ୍କା ଯୋଗାଇ ଦେଉଛନ୍ତି। ଅସମ୍ପୂର୍ଣ୍ଣ ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟ ସାରିବାକୁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି।

- Advertisement -

ମନ୍ତ୍ରୀ ବିଧାନସଭାରେ କହିଛନ୍ତି ଯେ କୋଭିଡ କାର୍ଯ୍ୟରେ ନିୟୋଜିତ ଅଙ୍ଗନବାଡି କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ରାଜ୍ୟ ସରକାର
୫୦ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ପ୍ରତିଷ୍ଠା ହେଉଥିବା ନୂତନ ଅଙ୍ଗନବାଡି କେନ୍ଦ୍ରରେ ବିଦ୍ୟୁତ୍‍ ଓ ଶୌଚାଳୟ ବ୍ୟବସ୍ଥା ହେଉଛି। ବିରୋଧିଦଳ ନେତା ଶ୍ରୀ ନାୟକ ପଚାରିଥିଲେ ଯେ କଳାହାଣ୍ଡି ଜିଲ୍ଲାରେ ଥିବା ଅଙ୍ଗନବାଡି କାନ୍ଥରେ ନନ୍ଦଘର-ବେଦାନ୍ତ-ଅଙ୍ଗନବାଡି କେନ୍ଦ୍ର ଲେଖାଯାଇଛି। ଏହି ଅଙ୍ଗନବାଡି କେନ୍ଦ୍ରରେ କାହାର ଅଂଶଧନ କେତେ? ମନ୍ତ୍ରୀ କହିଥିଲେ ଯେ ଏ ସଂକ୍ରାନ୍ତରେ ସୂଚନା ସଂଗ୍ରହକରି ସେ ଯୋଗାଇଦେବେ। ତେବେ ଜିଲ୍ଲା ଖଣିଜ ପାଣ୍ଠି ଅର୍ଥରେ ସେହିସବୁ ଜିଲ୍ଲାରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ଅନୁମତି ଦିଅଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories