www.samajalive.in
Monday, December 15, 2025
15.1 C
Bhubaneswar

ଉପଜିଲ୍ଲାପାଳଙ୍କ ବେଳାଭୁମି ତଦାରଖ

ଗୋପାଳପୁର :  ବ୍ରହ୍ମପୁର ଉପଜିଲ୍ଲାପାଳ ତଥା ପ୍ରଶାସକ ଅଧିକାରୀ ଭି.କୀର୍ତ୍ତି ଭାଷନ ଶନିବାର ଅପରାହ୍ନରେ ବେଳା ଭୂମିରେ ପହଞ୍ଚି ବେଳାଭୁମିରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଥିଲେ। ଉପଜିଲ୍ଲାପାଳ କହିଥିଲେ ଯେ ଚଳିତ ବର୍ଷ ଏପ୍ରିଲ୍ ମାସର ପ୍ରଥମ ସପ୍ତାହରେ ପରୀକ୍ଷା ମୂଳକ ଭାବେ ଶିଶୁ ଉଦ୍ୟାନ ସର୍ବସାଧାରଣ ପାଇଁ ଖୋଲାଯିବ। ସକାଳ ୯ ଟା ରୁ ରାତ୍ର ୯ ଟା ପର୍ଯ୍ୟନ୍ତ ଖୋଲା ରହିବ। ଇକୋ ରିଟ୍ରିଟ ଓ ବେଳାଭୁମିରେ ହୋଇଥିବା ଆଲୋକୀକରଣ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ। ତାହା ସହ ବେଳା ଭୂମିକୁ ଆସୁଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଲୋକ  କିପରି ମାସ୍କ ବ୍ୟବହାର କରିବା ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି। ତଦାରଖ ବେଳେ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମା ଶଙ୍କର ସେଠୀଙ୍କ ସମେତ ଏନ୍ଏସି କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories