www.samajalive.in
Thursday, December 11, 2025
27.1 C
Bhubaneswar

ଗୋପାଳପୁର ବତୀଘର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ପଦକ୍ଷେପ

ଗୋପାଳପୁର : ଗୋପାଳପୁର ରେ ଥିବା ଭାରତ ସରକାର ବନ୍ଦର ନୌ ପରିବହନ ଏବଂ ଜଳ ମାର୍ଗ ମନ୍ତ୍ରାଳୟ ବତୀଘର ଏବଂ ବତୀ ଜାହାଜ ନିର୍ଦ୍ଦେଶାଳୟ କୋଲକାତା ପକ୍ଷରୁ ନିର୍ମାଣ ହୋଇଥିବା ୩ ଏକର ଜମିରେ ନିର୍ମିତ ବତୀଘର ୨୦୧୩ ଠାରୁ ବତୀଘର ଉପରେ କୋଷ୍ଟ ଗାର୍ଡ ପକ୍ଷରୁ ଜଳ ପଥ ରେ ଅନୁପ୍ରବେଶ କାରୀ ଙ୍କୁ ରୋକିବା ପାଇଁ ରାଡାର ଖଞ୍ଜା ଯାଇଥିବାରୁ ବେଳା ଭୂମି କୁ ଆସୁଥିବା ପର୍ଯ୍ୟଟକ ଙ୍କୁ ବତୀଘର ଉପର କୁ ବାରଣ କରାଯାଇଛି। ପର୍ଯ୍ୟଟକ ଙ୍କୁ ଆକୃଷ୍ଟ ପାଇଁ  ବତୀଘର ଉପରେ ଲାଗିଥିବା ରାଡ଼ାର କୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତାବ ରହିଥିବା ବେଳେ ପରିସର ମଧ୍ୟରେ ଶିଶୁ ପାର୍କ, ବତୀଘର ଉପରକୁ ଯିବା ପାଇଁ ଲିଫ୍ଟ, ମ୍ୟୁଜିୟମ ପାଇଁ ମଧ୍ଯ ପ୍ରସ୍ତାବ ରହିଛି। ଚଳିତ ବର୍ଷ ଜାନୁଆରି ମାସରେ ଡାଇରେକ୍ଟର ଜେନେରାଲ ଇ. ମୂର୍ତ୍ତି, ଡାଇରେକ୍ଟର ବିରେନ୍ଦ୍ର ଯାଦବ ବତୀଘର ପରିଦର୍ଶନ ରେ ଆସିଥିଲେ। ଏହି ପ୍ରସ୍ତାବ ଗୁଡିକ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଓଡ଼ିଶାରେ ଗୋପାଳପୁର, ପ୍ରୟାଗି, ପୁରୀ,ଚନ୍ଦ୍ରଭାଗା, ପାରାଦୀପ, ଫଲ୍ସ ପଏଣ୍ଟ,ରେ ବତୀଘର ରହିଛି। ଧାମରା ଓ ଡଗରା ରେ ବତୀଘର ନିର୍ମାଣ କରାଯିବ ବୋଲି ଜଣାପଡ଼ଛି।ଚନ୍ଦ୍ରଭାଗା ରେ ଥିବା ବତୀଘର ରେ ଲିଫ୍ଟ, ଓ ଶିଶୁ ପାର୍କ ନିର୍ମାଣ ଶେଷ ହୋଇଛି।ଗୋପାଳପୁର ରେ ଥିବା ବତୀଘର ମଧ୍ୟ ଲିଫ୍ଟ, ଶିଶୁ ପାର୍କ, ମ୍ୟୁଜୀୟମ ନିର୍ମାଣ କରାଯାଇ ସର୍ବସାଧାରଣ ନିମନ୍ତେ ଖୋଲାଯିବ ବୋଲି ବତୀଘର ଅଧିକାରୀ ଆଶିଷ କୁମାର ଦାଶ କହିଛନ୍ତି।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories