www.samajalive.in
Tuesday, December 9, 2025
26.1 C
Bhubaneswar

ସିଏମସି ସିଲ୍‌ କଲା କଟକର ସୁପରମାର୍କେଟ

ଭୁବନେଶ୍ଵର: କଟକ ସହରରେ କୋଭିଡ଼ ନିୟମକୁ ଉଲ୍ଲଙ୍ଘନ କରିବା ମହଙ୍ଗା ପଡ଼ିଛି। କଟକ ସହରର ରାଣୀହାଟସ୍ଥିତ ହିନ୍ଦ୍ ସିନେମା ହଲ ସୁପର ମାର୍କେଟକୁ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ସିଲ କରାଯାଇଛି। କଟକ ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସିଏମସି ‌ପକ୍ଷରୁ ଜିଲାରେ କୋଭିଡ ଉଲ୍ଲଙ୍ଘନ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଛି। ଆଜି କଟକ ସହରରେ କୋଭିଡ୍‌ ଉଲ୍ଲଙ୍ଘନ ପ୍ରକ୍ରିୟା ଯାଞ୍ଚ କରାଯାଇଥିଲା। ଏହି ସମୟରେ ହିନ୍ଦ୍‌ ସିାନମ ହଲ୍‌ ସୁପର ମାର୍କେଟରେ ଲୋକମାନେ ସାମାଜିକ ଦୂରତା ନିୟମକୁ ଉଲ୍ଲଙ୍ଘନ କରିଥିବା ଦେଖିବାକୁ ମିଳିଥିଲା। ତେଣୁ  ସିଏମସି ‌ପକ୍ଷରୁ କଟକ ସହରର ରାଣୀହାଟସ୍ଥିତ ହିନ୍ଦ୍ ସିନେମା ହଲ ସୁପର ମାର୍କେଟକୁ ସିଲ୍‌ କରି ଦିଆଯାଇଛି। ସିଏମସି ଅଧିକାରୀଙ୍କ ଉପସ୍ଥତିରେ ଏହି ସୁପରମାର୍କେଟକୁ ସିଲ କରାଯାଇଛି। ସେହିପରି କଟକ ଚଣ୍ଡିଛକରେ ଥିବା ଏକ କୋଚିଂ ସେଣ୍ଟର ସିଲ୍‌ କରାଯାଇଛି। କୋଭିଡ୍‌ ଗାଇଡ୍‌ ଲାଇନ୍‌ ଉଲ୍ଲଙ୍ଘନ ଅଭିଯୋଗରେ ସିଲ୍‌ ସିଏମ୍‌ସି ପକ୍ଷରୁ ଉକ୍ତ କୋଚିଂ ସେଣ୍ଟରକୁ ସିଲ୍‌ କରାଯାଇଥିବା ସୂଚନା ମିଳିଛି।

 

- Advertisement -

ଅପରପକ୍ରାଷରେ ରାଜ୍ୟ ସମେତ କେତେକ ଜିଲାରେ ମଧ୍ୟ କରୋନା ସଂକ୍ରମଣରେ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟାରେ କଟକ ଜିଲାରେ ନୂଆ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହିତ ରେଭେନ୍ସା ବିଶ୍ବବିଦ୍ୟାଳୟର ହଷ୍ଟେଲରେ ୩ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୁଣି କରୋନାର ଅଣାୟତ୍ତ ସ୍ଥିତିକୁ ଏଡାଇବା ପାଇଁ ସହରରେ ସିଏମସି ‌କଡାକଡି ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories