www.samajalive.in
Sunday, December 7, 2025
26.1 C
Bhubaneswar

ରାଉରକେଲା ଏନ୍‌ଆଇଟିର ୩ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ: ସୁନ୍ଦରଗଡ଼ ଜିଲାପାଳ

ରାଉରକେଲା : ରାଉରକେଲାସ୍ଥିତ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜି (ଏନ୍‌ଆଇଟି)ର ୩ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୁନ୍ଦରଗଡ଼ ଜିଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି।  ଜିଲାପାଳ ନିଖିଲ ପବନ କଲ୍ୟାଣ କହିଛନ୍ତି ଯେ କରୋନା ସଂକ୍ରମିତ ଛାତ୍ରମାନଙ୍କୁ  ସ୍ୱତନ୍ତ୍ର ଭାବେ ଆଇସୋଲେସନରେ ରଖାଯାଇଛି । ନିଟ୍‌ କ୍ୟାମ୍ପସରେ ଯେଭଳି ସଂକ୍ରମଣ ଆଉ ନ ବ୍ୟାପିବ ସେ ନେଇ ଆବଶ୍ୟକ  ପଦକ୍ଷେପ ନିଆଯାଇଛି। ରାଜ୍ୟରେ ଗତ ତିନି ଦିନ ହେଲା ସୁନ୍ଦରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଉପରେ ରହି ଆସୁଛି। ଅପରପକ୍ଷରେ ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲାରେ ସର୍ବାଧିକ ୨୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଉରକେଲା ରେଲ୍‌ୱେ ଷ୍ଟେସନରେ ରେଳ ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଇଛି l ଘର ଘର ବୁଲି ସ୍ୱାସ୍ଥ୍ୟକର୍ମୀ ଯାଞ୍ଚ କରୁଥିବାବେଳେ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ ଜାରି ରହିଛି ବୋଲି ଜିଲାପାଳ ନିଖିଲ ପବନ କଲ୍ୟାଣ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ କଟକ ସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ମଧ୍ୟ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଅଧ୍ୟାପିକା ହୋଇଥିବା ବେଳେ ଅନ୍ୟ ଜଣେ ବିଦ୍ୟାର୍ଥୀ ବୋଲି ଜଣାପଡ଼ିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories