www.samajalive.in
Tuesday, December 9, 2025
16.1 C
Bhubaneswar

‘ପେଟ୍ରୋଲ-ଡିଜେଲ ଜିଏସଟି ଅଧୀନକୁ ଆଣିବା ୧୦ ବର୍ଷ ପର୍ଯ୍ୟନ୍ତ ସମ୍ଭବ ନୁହେଁ’

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲକୁ ଜିଏସଟି ଅଧୀନକୁ ଆଣିବା ଲାଗି ରାଜ୍ୟଗୁଡ଼ିକ ପ୍ରସ୍ତାବ ଆଣିବା ପରେ ସରକାର ଏ ଦିଗରେ ପ୍ରସ୍ତୁତ ଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ। ଗତ ମଙ୍ଗଳବାର ସଂସଦରେ ଆର୍ଥିକ ବିଲ୍‌-୨୦୨୧ ଉପରେ ଆଲୋଚନା ସମୟରେ ସେ ଏହା କହିଥିଲେ। କିନ୍ତୁ ବୁଧବାର ରାଜ୍ୟସଭାର ବିଜେପି ସାଂସଦ ସୁଶୀଲ କୁମାର ମୋଦୀ ଆଗାମୀ ୮/୧୦ ପର୍ଯ୍ୟନ୍ତ ପେଟ୍ରୋଲ-ଡିଜେଲକୁ ଜିଏସଟି ଅଧୀନକୁ ଆଣିବା ସମ୍ଭବ ନୁହେଁ ବୋଲି କହିଛନ୍ତି।

ରାଜ୍ୟସଭାରେ ସୁଶୀଲ ମୋଦୀ କହିଛନ୍ତି ଯେ, ପେଟ୍ରୋଲ-ଡିଜେଲରେ ୬୦ ଟଙ୍କାର ଟିକସ ରହୁଛି। ସେଥିରେ ୩୫ ଟଙ୍କା କେନ୍ଦ୍ର ଏବଂ ୨୫ ଟଙ୍କା ରାଜ୍ୟ ସରକାରଙ୍କର। କେବଳ ଏତିକି ନୁହେଁ, କେନ୍ଦ୍ରର ୩୫ ଟଙ୍କା ମଧ୍ୟରୁ ୪୨% ରାଜ୍ୟ ସରକାରଙ୍କ ନିକଟକୁ ଯାଇଥାଏ।

- Advertisement -

ସୁଶୀଲ ମୋଦୀ ଆହୁରି କହିଥିଲେ ଯେ, ସେ ଜିଏସଟି ପରିଷଦ ସହିତ ଜଡ଼ିତ ରହିଛନ୍ତି। ଅଧିକାଂଶ ସମୟରେ ପେଟ୍ରୋଲ-ଡିଜେଲକୁ ଜିଏସଟି ଅଧୀନକୁ ଆଣିବା କଥା କୁହାଯାଇଥାଏ। ସେ ସଂସଦରୁ ଜାଣିବାକୁ ଚାହୁଁଛନ୍ତି ଯେ, ଯଦି ପେଟ୍ରୋଲ ଏବଂ ଡିଜେଲକୁ ଜିଏସଟି ଅଧୀନକୁ ଅଣଯାଏ, ତେବେ ରାଜ୍ୟଗୁଡ଼ିକର ହେବାକୁ ଥିବା ୨ ଲକ୍ଷ କୋଟି ଟଙ୍କାର କ୍ଷତିର ଭରଣା କେଉଁଠୁ କରାଯିବ। କେନ୍ଦ୍ର ଏବଂ ରାଜ୍ୟ ଉଭୟ ମିଶି ପେଟ୍ରୋଲ ଓ ଡିଜେଲରୁ ବାର୍ଷିକ ୫ ଲକ୍ଷ କୋଟି ଟଙ୍କା ରାଜସ୍ବ ହାସଲ କରୁଛନ୍ତି। ତାହାର ଭରଣା କେଉଁଠୁ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, ଜିଏସଟିରେ ସର୍ବାଧିକ ୨୮% ଟିକସ ସ୍ଲାବ ରହିଛି। ଏବେ ପେଟ୍ରୋଲ ଓ ଡିଜେଲରେ ୬୦% ଟିକସ ନିଆଯାଉଛି। ତେଣୁ ଏହାକୁ ଜିଏସଟିକୁ ଆଣିଲେ ବାର୍ଷିକ ଯେଉଁ ଦୁଇରୁ ଅଢ଼େଇ ଲକ୍ଷ କୋଟି ଟଙ୍କା କ୍ଷତି ହେବ ତାହା କେଉଁଠୁ ଭରଣା କରାଯିବ। ତେଣୁ ଏହି ଦୁଇଟି ଉତ୍ପାଦକୁ ଜିଏସଟି ଅଧୀନକୁ ଆଣିବା ଆଗାମୀ ୮/୧୦ ବର୍ଷ ପର୍ଯ୍ୟନ୍ତ ସମ୍ଭବ ନୁହେଁ। କଂଗ୍ରେସ କ୍ଷମତାସୀନ ରାଜ୍ୟ ସରକାର କିମ୍ବା ବିଜେପି କ୍ଷମତାସୀନ ରାଜ୍ୟ ସରକାର ଏଥିପାଇଁ କେବେ ବି ପ୍ରସ୍ତୁତ ହେବେ ନାହିଁ ବୋଲି ସେ କହିଛନ୍ତି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories