www.samajalive.in
Monday, December 15, 2025
27.1 C
Bhubaneswar

ନବରଙ୍ଗପୁରରେ ପ୍ରତିଷ୍ଠା ହେବ ଓଡିଶାର ପ୍ରଥମ “ହେଲିପୋର୍ଟ”

ନବରଙ୍ଗପୁର : ଓଡିଶାରେ ପ୍ରଥମ ଭାବେ ନବରଙ୍ଗପୁରରେ ପ୍ରତିଷ୍ଠା ହେବାକୁ ଯାଉଛି “ହେଲିପୋର୍ଟ”। ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ରଙ୍କର ଆନ୍ତରିକ ଉଦ୍ୟମରେ ଏଥିପାଇଁ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଭାରତୀୟ ବୀମାନସେବା ପ୍ରାଧିକରଣ ଭୁବନେଶ୍ୱରର ସହକାରୀ ସାଧାରଣ ପରିଚାଳକ ତଥା “ଉଡାନ” ଯୋଜନାର ଓଡିଶାର ନୋଡାଲ ଅଫିସର ସରୋଜ କୁମାର ସାହୁ ନବରଙ୍ଗପୁର ପହଞ୍ଚିବା ପରେ  ଜିଲାପାଳଙ୍କର ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲାପାଳ ନିମାଇଁ ଚରଣ ସୁତାର, ଗୃହ ଓ ରାସ୍ତାନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ.ପ୍ରଫୁଲ ମିଶ୍ର, ଜିଲା ପର୍ଯ୍ୟଟନ ଅଧିକାରୀ ମହେନ୍ଦ୍ର କୁମାର ସାହୁ ଓ ନବରଙ୍ଗପୁର ତହସିଲଦାର ରବୀନ୍ଦ୍ର କୁମାର ରାଉତ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରିଥିଲେ। ପରେ ଜିଲାପାଳଙ୍କର କାର୍ଯ୍ୟାଳୟରେ ଜିଲାପାଳଙ୍କର ପ୍ରକୋଷ୍ଠରେ ଜିଲାପାଳ ଡଃ.ମିଶ୍ର ଙ୍କର ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ସହରର ଉପକଣ୍ଠ ହିର୍ଲି ନିକଟସ୍ଥ ମଣ୍ଡେଇ ପଡିଆ ପଛରେ ଥିବା ସରକାରୀ ଜାଗାରେ ଏହି ନୂତନ “ହେଲିପୋର୍ଟ” ପ୍ରତିଷ୍ଠା କରାଯିବାକୁ ଚିହ୍ନଟ ହୋଇଥିବା ଜଣାଯାଇଛି। ପ୍ରାୟ ୫ଏକର ଜାଗାରେ ଏହା କରାଯିବାର ଲକ୍ଷ୍ୟ ରଖାଯାଇଛି।  ଏହି ହେଲିପୋର୍ଟ ରେ ଏକା ସାଙ୍ଗରେ ୫ଟି ହେଲିକପ୍ଟର ରହିପାରିବାର ବ୍ୟବସ୍ଥା କରାଯିବ । ଏଥିପାଇଁ ଆବଶ୍ୟକ ହ୍ୟାଙ୍ଗର, ଟିକେଟିଂ, ଫ୍ୟୁଏଲ ଟ୍ୟାଙ୍କ୍‍  ,ହେଲିକପ୍ଟରର ରାତ୍ରୀକାଳୀନ ରହିବା ବ୍ୟବସ୍ଥା ସହିତ  ସୁରକ୍ଷା, ଦମକଳ, ଆମ୍ବୁଲାନ୍ସ ,ଯାତ୍ରୀଟିକଟ ଘର ଓ ବିଶ୍ରାମ ଗୃହ, ଫୁଡପାର୍କ ରହିବା ପାଇଁ ଯୋଜନା ରଖାଯାଇଛି। ଜିଲାପାଳ ଡଃ.ମିଶ୍ର ଏହି ଅଞ୍ଚଳ ଗମନାଗମନ କ୍ଷେତ୍ରରେ ପଛରେ ରହିଥିବାବେଳେ ରାଜଧାନୀ ଯିବାକୁ ବହୁତ ସମୟନଷ୍ଟ ହେଉଛି। ତେଣୁ  ଉଡାନ ଯୋଜନାରେ ଏଠାରୁ  ଯାତ୍ରୀବାହୀ ହେଲିକପ୍ଟର ଉଡିବା ଉପରେ ଗୁରୁତ୍ୱ ଦେଇଥିଲେ। ତେବେ  ଏଥିପାଇଁ ଯାହା ସବୁ ଭିତ୍ତିଭୂମିର ଆବଶ୍ୟକ ତାହା ଜିଲାପ୍ରଶାସନ ପକ୍ଷରୁ ପ୍ରାଥମିକତା ଭାବେ ଯୋଗାଇ ଦିଆଯିବ ବୋଲି କହିଥିଲେ। ପ୍ରାଧିକରଣ ବୀମାନସେବା ସହକାରୀ ସାଧାରଣ ପରିଚାଳକ ଶ୍ରୀ ସାହୁ ନବରଙ୍ଗପୁର ରେ ଓଡିଶାର ପ୍ରଥମ ଭାବେ ହେଲିପୋର୍ଟ ପ୍ରତିଷ୍ଠା କରାଯିବାକୁ ପଦକ୍ଷେପ ନିଆଯାଉଥିବା କହିଥିଲେ। ସେଥିପାଇଁ ଆବଶ୍ୟକ ଜମି  ଓ ଭିତ୍ତିଭୂମି ଯୋଗାଇ ଦେବାକୁ ସେ  ଅନୁରୋଧ କରିଥିଲେ। ଏଠାରୁ   କଳାହାଣ୍ଡି ଜିଲାର ଉତ୍‍କେଲା, ଜୟପୁର ସହ ସଂଯୋଗ କରି ଭୂବନେଶ୍ୱରକୁ ହେଲିକପ୍ଟର ସେବା ଯୋଗାଇ ଦେବାକୁ ପଦକ୍ଷେପ ନିଆଯିବ। ଯାହାଦ୍ୱାରା ଏହି ପଛୁଆ ଅଞ୍ଚଳବାସୀ ତ୍ୱରୀତ ଯାତ୍ରାସେବା ପାଇପାରିବେ ବୋଲି କହିଥିଲେ। ତେବେ ଏଥିପାଇଁ ରହିଥିବା ପ୍ରାଧିକରଣ ତଥା ଡିଜିସିଏର ଗାଇଡ୍‍ଲାଇନ ପାଳନ ଉପରେ ଗୁରୁତ୍ୱ ଦେବା ସହ ଏଥିପାଇଁ  ରହିଥିବା ବହୁନୀତି ନିୟମ ସଂପର୍କରେ ଅବଗତ କରାଇଥିଲେ। ହେଲିକପ୍ଟର ଉଡାଣ ପାଇଁ ବିଭିନ୍ନ ଘରୋଇ କମ୍ପାନୀ  ସହ ଯୋଗଯୋଗ କରାଯାଉଥିବା କହିଥିଲେ। ଯେତେଶୀଘ୍ର ହେବ ନବରଙ୍ଗପୁରରେ ହେଲିପୋର୍ଟ ପ୍ରତିଷ୍ଠା ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ। ତେବେ ଜିଲାପାଳଙ୍କର ଉଦ୍ୟମରେ ଜିଲାବାସୀ ହେଲିକପ୍ଟରସେବା ପାଇବାକୁ ଥିବାବେଳେ ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବାବେଳେ ଜିଲାରେ ଖୁସି ପ୍ରକାଶ ପାଇଛି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories