www.samajalive.in
Sunday, December 14, 2025
23.1 C
Bhubaneswar

ଗୋପାଳପୁରରେ ବିଶ୍ବ ଘର ଚଟିଆ ଦିବସ ପାଳିତ 

ଗୋପାଳପୁର :  ମାର୍ଚ୍ଚ ୨୦ ବିଶ୍ଵ ଘର ଚଟିଆ ଦିବସ ଅବସରରେ ଆଜି ଗୋପାଳପୁର ଠାରେ ଋଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତି ପକ୍ଷରୁ ବିଶ୍ଵ ଘର ଚଟିଆ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଋଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତିର ସମ୍ପାଦକ ରବୀନ୍ଦ୍ର ନାଥ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଡିଏଫ୍ଓ ଅମ୍ଳାନ ନାୟକ ଯୋଗ ଦେଇ ଏହି ଭଳି ଘର ଚଟିଆ ସଂରକ୍ଷଣ ଓ ସଚେତନତାକୁ ଭୂୟଂସି ପ୍ରଶଂସା କରିଥିଲେ। ଆଗମୀ ଦିନରେ ସମିତି ଏହି ଭଳି ଚଟିଆ ମାନଙ୍କ ସରକ୍ଷଂଣ କାର୍ଯ୍ୟ ଜାରି ରଖିବାକୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଡିଏଫଓ ଶ୍ରୀ ନାୟକ ଗୋପାଳପୁରେ ଘରେ ଘରେ ଚଟିଆ ସରକ୍ଷଂଣ ନିମନ୍ତେ ଲଗାଯାଇଥିବା ଚଟିଆ ଘର ବୁଲି ଦେଖିଥିଲେ।

- Advertisement -

ଏହି ଅବସରରେ ସମିତିରେ ଓଏଏସ ତାଲିମ ନେଉଥିବା ୫୦ ପ୍ରଶିକ୍ଷାର୍ଥୀ ସହ ପ୍ରକୃତି ପ୍ରେମୀ ଯୋଗ ଦେଇଥିଲେ। ଆଜି ସମିତି ପକ୍ଷରୁ ଘର ଘର ବୁଲି ଚଟିଆ ସଂରକ୍ଷଣ ଦେଖିବା ସହ ଚଟିଆ ବସା ଓ ଖାଦ୍ୟ ଶସ୍ୟ ବାନ୍ଧିଥିଲେ। ଏହି କ୍ରମରେ ଆଜି ନୂତନ ଭାବେ  ୧୦୦ ମାଟିହାଣ୍ଡି, ୫୦ ପେପର୍ ବକ୍ସ, ୫୦ ଚଟିଆ ନିମନ୍ତେ କାଠ ବକ୍ସ ଓ ଖାଦ୍ୟ ରୁପେ ୫୦ ଧାନକେଣ୍ଡା ବାନ୍ଧିଥିଲେ। ପୁର୍ବରୁ ଗୋପାଳପୁରରେ ସମିତି ପକ୍ଷରୁ ୧୦୦ ବସା ବନ୍ଧାଯାଇଥିଲା। ୨୦୧୪ ରେ ଏଠାରେ ପ୍ରାୟ ୨୦୦ ଚଟିଆ ଦେଖା ଯାଉଥିବା ବେଳେ ୨୦୨୧ ରେ ଏହି ସଖ୍ୟାଂ ୩୦୦୦ ରୁ ଉର୍ଦ୍ଧ୍ବକୁ ବୃଦ୍ଧି ପାଇଥିବା ଜଣାପଡିଛି। ଆଗମୀ ଦିନରେ ଗୋପାଳପୁର ରେ ଆହୁରି ୧୦୦୦ ବସା ବାନ୍ଧିବାକୁ ସ୍ତିର କରାଯାଇଥିବା ସହ ସରକାରଙ୍କ ସାହାଯ୍ୟ ସହୋଯୋଗ ମିଳିଲେ ଆଗାମୀ ଦିନରେ ଗୋପାଳପୁରକୁ ଚଟିଆ ସହର କରିବା ସହ ପର୍ଯ୍ୟଟକ ଚଟିଆ ଦେଖିବାକୁ ଆକୃଷ୍ଟ ହେବେ ବୋଲି ସମ୍ପାଦକ ସାହୁ କହିଛନ୍ତି। ତାହା ସହ ଆଗାମୀ ଦିନରେ ପୁରୀରେ ଚଟିଆ ସଂରକ୍ଷଣ ଅଭିଯାନ ଆରମ୍ଭ କରିବାକୁ  ନିଷ୍ପିତି ନେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସମିତିର ନିର୍ଦ୍ଦେଶକ ଆଶିଷ କୁମାର ଜେନା, ଦେବାଶିଷ ମହାପାତ୍ର, ବରନେନ୍ଦୁ ମହାନ୍ତି, ସହ ନିର୍ଦ୍ଦେଶକ ସୌମ୍ୟ ପ୍ରିୟଦର୍ଶୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories