www.samajalive.in
Sunday, December 14, 2025
26.1 C
Bhubaneswar

ବହୁ ଗୁଣକାରୀ ବାସହୀନ ପଳାଶ ଫୁଲ

ହରଭଙ୍ଗା : ଋତୁରାଜ ବସନ୍ତର ଆଗମନରେ ବୃକ୍ଷଲତା ପତ୍ରଝଡା ଯୋଗୁଁ ସବୁଜ ଧରାପୃଷ୍ଠ ରଙ୍ଗହୀନ ହୋଇପଡିଥାଏ।ଏହି ସମୟରେ ପ୍ରକୃତିରାଣୀକୁ ନିଜ ରଙ୍ଗରେ ରଙ୍ଗୀନ କରିଥାଏ ଲାଲ ବର୍ଣ୍ଣର ପଳାଶ ଫୁଲ। ବିଶେଷକରି ଏହି ସମୟରେ ଚାରିଆଡେ ଲାଲ ରଙ୍ଗର ପଳାଶ ଫୁଲର ପୁଲକିତ ରଙ୍ଗ ପରିବେଶକୁ ଶୋଭାବର୍ଦ୍ଧନ କରିଥାଏ। କଥାରେ ଅଛି ପଳାଶ କୁସୁମ ଦିଶେ କେଡେ ମନୋହର, ବାସେ ନାହିଁ ସେତ ବୋଲି ପାଏନା ଆଦର। ମାତ୍ର ପଳାଶର କିମ୍ବଦନ୍ତୀଙ୍କୁ ରୁଦ୍ଧିମନ୍ତ କଲେ ତାର ଅନେକ ଅର୍ନ୍ତନିହୀତ ଗୁଣ ରହିଥିବା ଜାଣିବାକୁ ମିଳେ। ପ୍ରାୟତଃ ଲାଲି,ଧଳା,ହଳଦିଆ ତିନୋଟି ରଙ୍ଗର ପଳାଶ ଫୁଲ ଦେଖିବାକୁ ମିଳେ। ବିଶେଷକରି ଲାଲ ରଙ୍ଗ ପଳାଶ ଫୁଲ ଅଧିକାଂଶ ପରିମାଣରେ ଦେଖିବାକୁ ମିଳିଥାଏ। କିମ୍ବଦନ୍ତୀ ଅନୁସାରେ ପଳାଶ ବୃକ୍ଷରେ ବ୍ରହ୍ମା ଏବଂ ଲକ୍ଷ୍ମୀ ବାସକରିଥାନ୍ତି। ଲାଲ ପଳାଶ ଫୁଲକୁ ଜଗନ୍ନାଥଙ୍କ ଅଧର ସହିତ ତୁଳନା କରାଯାଇଥାଏ। ବିଶେଷକରି ଶିବରାତ୍ରୀରେ ଶିବଙ୍କ ଠାରେ ପଳାଶ କୁସୁମ ଲାଗି ହୋଇଥାଏ। ଦୋଳପୂର୍ଣ୍ଣିମାରେ ରାଧାକୃଷ୍ଣ ଏବଂ ଚୈତ୍ର ମାସରେ ମଙ୍ଗଳାଙ୍କ ଠାରେ ଲାଲବର୍ଣ୍ଣ ପଳାଶ ଫୁଲ ଲାଗିହୋଇଥାଏ। ସେହିପରି ପୁରାତନ ଯୁଗରେ ପଳାଶ ଗଛର ଡାଳରୁ ବ୍ରସ ପ୍ରସ୍ତୁତ କରି ଘରେ ଚୂନ, ରଙ୍ଗ ଭଳି ଲେପନ କଲେ ମଶା, ବୁଢିଆଣୀ ଜାଲ ଘରେ ହ୍ରାସ ପାଇଥାଏ। ଏଥି ସହିତ ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି।ଏହି ଗଛର ଚେରକୁ ବରଣ କରି ଧାରଣ କଲେ ସନ୍ତାନ ପ୍ରାପ୍ତି ହୋଇଥାଏ। ଏହା ସହିତ କ୍ଷତାକ୍ତ ସ୍ଥାନରେ ଏହାର ଚେରକୁ ଲେପନ କଲେ ଘା ମଧ୍ୟ ଭଲ ହୋଇଥାଏ। ପଳାଶ ଫୁଲକୁ ତେଲରେ ମିଶାଇ ଲେପନ କଲେ ଚର୍ମରୋଗ ମଧ୍ୟ ଭଲ ହୋଇଥାଏ। ଅତି ପୁରୁଣା ରୁ ପୁରୁଣା ବାତରୋଗ ପଲାଶ ପତ୍ର ଢେମ୍ଫର ପ୍ରୟୋଗ କଲେ ରୋଗ ଭଲ ହୋଇଥାଏ। ଘରେ ଧନ ପ୍ରାପ୍ତି ପାଇଁ ଏହି ଗଛର ଚେର ଲାଭଦାୟକ ହୋଇଥାଏ। ବିଭିନ୍ନ ତନ୍ତ୍ରପୂଜାରେ ଏହି ଗଛର ପତ୍ର ,ଚେର ମଧ୍ୟ ଲାଗିଥାଏ। ଏତେସବୁ ଗୁଣଥାଇ ମଧ୍ୟ ପଳାଶ ଫୁଲ ବାସହୀନ ଯୋଗୁଁ ଆଦର ପାଇନଥାଏ।।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories