www.samajalive.in
Monday, December 15, 2025
16.1 C
Bhubaneswar

‘ରାଖି ପାଇଁ ଜାମିନ’ ନିର୍ଦ୍ଦେଶ ସୁପ୍ରିମକୋର୍ଟରେ ରଦ୍ଦ

ନୂଆଦିଲ୍ଲୀ: ଏକ ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତକୁ ମଧ୍ୟପ୍ରଦେଶ ହାଇକୋର୍ଟ ଦେଇଥିବା ସର୍ତ୍ତମୂଳକ ଜାମିନକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ପୀଡିତା ଯୁବତୀଙ୍କ ଦ୍ବାରା ନିଜ ହାତରେ ରାଖି ବାନ୍ଧିବା ସର୍ତ୍ତରେ ହାଇକୋର୍ଟ ଅଭିଯୁକ୍ତ ଜଣଙ୍କୁ ଜାମିନ ପ୍ରଦାନ କରିଥିଲେ। ତେବେ ଏପରି ଜାମିନକୁ ବିଚାରପତି ଏଏମ୍ ଖାନୱିଲକରଙ୍କ ନେତୃତ୍ବ ସୁପ୍ରିମକୋର୍ଟଙ୍କ ପୀଠ ଗୁରୁବାର ରଦ୍ଦ କରିଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ପରମ୍ପରାଗତ ଧାରାରୁ ବିଚାରପତିମାନେ ଦୂରେଇ ରହିବା ଦରକାର। ଏହା ସହିତ ବିଚାରପତି, ଓକିଲ ଓ ସରକାରୀ ଓକିଲମାନଙ୍କୁ ଲିଙ୍ଗଗତ ସମ୍ବେଦନଶୀଳତା ବାବଦରେ ଶିକ୍ଷା ଦେବାର ବ୍ୟବସ୍ଥା କରିବାକୁ ଜୁଡିସିଆଲ ଏକାଡେମୀ ପରାମର୍ଶ ଦେଇଛନ୍ତି।

୨୦୨୦ ଜୁଲାଇ ୩୦ରେ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଇନ୍ଦୋର ପୀଠ ତାଙ୍କ ଜାମିନ ସର୍ତ୍ତରେ ଅଭିଯୁକ୍ତକୁ ମିଠା ପ୍ୟାକେଟ ସହିତ ପୀଡ଼ିତାଙ୍କ ଘରକୁ ଯିବାକୁ କହିଥିଲେ। ପୀଡିତାକୁ ଅନୁରୋଧ ପୂର୍ବକ ତାଙ୍କ ଦ୍ବାରା ନିଜ ହାତରେ ରାଖି ବାନ୍ଧିବେ। ରାଖି ବାନ୍ଧିବା ପ୍ରତିବଦଳରେ ପୀଡିତାଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେବେ ଓ ପ୍ରକ୍ରିୟାଗତ ପରମ୍ପରା ଅନୁଯାୟୀ ପୀଡିତାଙ୍କୁ ୧୧,୦୦୦ ଟଙ୍କା ଦେବେ। ହାଇକୋର୍ଟଙ୍କ ଏପରି ସର୍ତ୍ତକୁ ବିରୋଧ ପୂର୍ବକ ଓକିଲ ଅପର୍ଣ୍ଣା ଭଟ୍ଟ ଓ ଅନ୍ୟ ୮ ମହିଳା ଓକିଲ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆବେଦନକାରୀମାନେ ଦର୍ଶାଯାଇଥିଲେ ଯେ ପୀଡ଼ିତା ଯୁବତୀ ଦ୍ବାରା ଅଭିଯୁକ୍ତ ନିଜ ହାତରେ ରାଖି ବାନ୍ଧିବା ସର୍ତ୍ତ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହାଦ୍ବାରା ପୀଡିତା ଯୁବତୀ ଅଧିକ ନିର୍ଯାତିତ ହେବ। ରକ୍ଷାବନ୍ଧନ ଭାଇ-ଭଉଣୀଙ୍କ ସମ୍ପର୍କର ପର୍ବ। ଅଦାଲତ ପୀଡ଼ିତାର ଆଘାତକୁ ଉପେକ୍ଷା କରିଛି। ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ମଧ୍ୟ ଏହି ଜାମିନ ସର୍ତ୍ତକୁ ବିରୋଧ କରିଥିଲେ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories