www.samajalive.in
Monday, December 15, 2025
14.1 C
Bhubaneswar

ଚିନ୍ତା ବଢ଼ାଉଛି ମହାରାଷ୍ଟ୍ର

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ୧୦୦ ଦିନର ରେକର୍ଡ ଭାଙ୍ଗିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ଗୁରୁବାର ଦିନକ ମଧ୍ୟରେ ୩୫,୮୭୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏହା ଗତ ୧୦୦ଦିନ ମଧ୍ୟରେ ସର୍ବାଧିକ ରହିଛି। ଗତବର୍ଷ ଡିସେମ୍ବର ୬ରେ ଗୋଟିଏ ଦିନରେ ୩୬,୦୧୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଗୁରୁବାର ଦେଶରେ ଚିହ୍ନଟ ହୋଇଥିବା ନୂତନ ସଂକ୍ରମିତଙ୍କ ମଧ୍ୟରୁ କେବଳ ମହାରାଷ୍ଟ୍ରରେ ୨୫,୮୩୩ ସଂକ୍ରମିତ ଅଛନ୍ତି। ମୁମ୍ବଇ ସହରରୁ ୫୧୮୦ ସଂକ୍ରମିତ ବାହାରିଛନ୍ତି। ସେହିପରି ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୫୮ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ବୁଧବାର ମଧ୍ୟ ରାଜ୍ୟରେ ୨୩, ୧୭୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଫଳରେ ମହାରାଷ୍ଟ୍ରକୁ ନେଇ ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି। କାରଣ ମହାରାଷ୍ଟ୍ରରୁ ଦେଶର ୬୨% ସଂକ୍ରମିତ ବାହାରୁଛନ୍ତି। ଫେବୃଆରୀ ମାସରୁ ଏହି ସଂକ୍ରମଣ ବଢିବାରେ ଲାଗିଛି। ଫେବୃଆରୀ ମାସରେ ଦୈନିକ ୩୦୦୦ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଏହା ଏବେ ପ୍ରାୟ ୮ଗୁଣା ବୃଦ୍ଧି ପାଇଛି। ଏପରିକି ଦେଶରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୨୦.୬% ସଂକ୍ରମିତ ମହାରାଷ୍ଟ୍ରରୁ ବାହାରିଛନ୍ତି। ଦେଶର ୧୦ଟି ଜିଲାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବାବେଳେ ମହାରାଷ୍ଟ୍ରରେ ୯ଟି ଜିଲା ଅଛି। ବୁଧବାର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ବୈଠକ ବେଳେ ମହାରାଷ୍ଟ୍ରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ବେଗ ପ୍ରକାଶ କରିଥିଲେ। ନୂଆ ସଂକ୍ରମଣ ସହିତ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୧୪,୭୪,୬୦୫ରେ ପହଞ୍ଚିଛି। ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ୧୭୨ ଆକ୍ରାନ୍ତଙ୍କ ମୃତ୍ୟୁସହିତ ମୋଟ ମୃତ୍ୟୁସଂଖ୍ୟା ୧,୫୯,୨୧୬ରେ ପହଞ୍ଚିଛି। ଦେଶରେ ଏବେ ୨,୫୨,୩୬୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଥିବାବେଳେ ୧,୧୦,୬୩,୦୨୫ ସୁସ୍ଥ ହୋଇଛନ୍ତି।

ସେହିପରି ପଞ୍ଜାବରେ କରୋନା ସଂକ୍ରମଣର ଦୈନିକ ହାର ୫% ହିସାବରେ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ରାଜ୍ୟରେ ୨୦୩୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାକୁ ଦେଖି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ରାଜ୍ୟର ୯ଟି ଜିଲାରେ ରାତ୍ରିକାଳୀନ କର୍ଫ୍ୟୁ ସମୟକୁ ଆଉ ୨ଘଣ୍ଟା ବଢାଇ ଦେଇଛନ୍ତି। ଲୁଧିଆନା, ଜଳନ୍ଧର, ପଟିଆଲା, ମୋହାଲି, ଅମୃତସର, ଗୁରୁଦାସପୁର, ହୋସିଆରପୁର, କପୁରତାଲା ଓ ରୋପାର ଜିଲାରେ କର୍ଫ୍ୟୁ ଅବଧି ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବ। ପୂର୍ବରୁ ରାତି ୧୧ଟାରୁ କର୍ଫ୍ୟୁ ଲାଗୁ ହେଉଥିଲା।

- Advertisement -

ଦିଲ୍ଲୀରେ ସଂକ୍ରମଣ ଧୀରେ ଧୀରେ ବୃଦ୍ଧିକୁ ଦେଖି ଦିଲ୍ଲୀ ସରକାର ଗୁରୁବାର ସମୀକ୍ଷା ବୈଠକ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ବରେ ହୋଇଥିବା ସମୀକ୍ଷା ବୈଠକରେ ସରକାର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। କରୋନା କଟକଣା ଯେପରିକି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ହାତ ବିଶୋଧନରେ କୌଣସି ପ୍ରକାର ଅବହେଳା ନ କରିବାକୁ କୁହାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେଜରିୱାଲ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଦିଲ୍ଲୀରେ କରୋନା ଟିକାକରଣ ଅଭିଯାନକୁ ତ୍ବରାନ୍ବିତ କରାଯାଇଛି। ଯେଉଁମାନେ ଟିକା ନେବା ନେଇ ଦ୍ବନ୍ଦ୍ବରେ ଅଛନ୍ତି ସେମାନେ ତୁରନ୍ତ ଟିକା ନେବା ଦରକାର। କେନ୍ଦ୍ର ସରକାର ଟିକାକରଣ ଯୋଗ୍ୟତା ମାନଦଣ୍ଡକୁ କୋହଳ କଲେ ଦିଲ୍ଳୀର ସମସ୍ତ ୧୮ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କୁ ୩ ମାସ ମଧ୍ୟରେ ଟିକାକରଣ କରାଯାଇପାରିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories