www.samajalive.in
Monday, December 15, 2025
16.1 C
Bhubaneswar

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ସଂଘର୍ଷ ରାଲି

ରେଙ୍ଗାଲିକ୍ୟାମ୍ପ : ଅତାବିରା ଅଞ୍ଚଳରେ ଏବେ ଦିନକୁ ଦିନ  ଚୋରି ଡକାୟତି ଠାରୁ ଆରମ୍ଭ କରି ହତ୍ୟା ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରକାରର ଅପରାଧ ମୂଳକ କାର୍ଯ୍ୟ ଦିନକୁ ଦିନ ବଢି ଚାଲିଛି। ହେଲେ ଅପରାଧୀ ଧରାପଡୁନି। ଆଇନର ବିପର୍ଯ୍ୟସ୍ତ ଯୋଗୁଁ ଏସବୁ ହେଉଥିବା ଅଞ୍ଚଳବାସୀ ହୃଦବୋଧ କରୁଛନ୍ତି। ଏନେଇ ପୁଲିସର ଅପାରଗତା ଉପରେ ଅନେକ ଥର ଆଙ୍ଗୁଳି ନିର୍ଦ୍ଦେଶ କରାଯାଇଥିଲେ ମଧ୍ୟ ପୁଲିସ ଠିକ୍ ଭାବରେ ଶୃଙ୍ଖଳା ଯୋଗାଇ ପାରୁନି। ଅଞ୍ଚଲରେ  ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ସଟ୍ଟା,ଜୁଆ ଆଉ ବେଆଇନ ମଦର କାରବାର ଯୋଗୁଁ ଅପରାଧ ବଢ଼ି ଚାଲିଛି। ଦିନ ଦ୍ବି ପ୍ରହରରେ ଦୋକାନ ମାନଙ୍କରୁ ଲକ୍ଷ ଲକ୍ଷ ଟଙ୍କା ସହ ସୁନା ଗହଣା ଚୋରି ହେଉଛି। ବ୍ୟବସାୟୀ ତଥା ସାଧାରଣଲୋକେ ଅସୁରକ୍ଷିତ ମନେ କରୁଛନ୍ତି। ତଥାପି ପୁଲିସ ପକ୍ଷରୁ କୌଣସି ଆଖି ଦୃଶିଆ ପଦକ୍ଷେପ ନିଆଯାଉ ନାହିଁ। ତେଣୁ ଆଜି ଅତାବିରା ବଣିକ ସଂଘର ନେତୃତ୍ୱରେ  ଗତକାଲି ଏକ ସଭା କରାଯାଇ ଜିଲ୍ଲାପାଳଙ୍କୁ ଏହା ଅବଗତ କରାଇବେ ବୋଲି ନିଷ୍ପତ୍ତି ନିଆଯାଇଥିଲା । ତେଣୁ ଆଜି ବଣିକ ସଂଘର ନେତୃତ୍ୱରେ ଅତାବିରା ବି ଜେ ଡି ଦଳ,କଂଗ୍ରେସ ଦଳ, ଭାରତୀୟ ଜନତା ଦଳ, ଓକିଲ ସଂଘ, ବରିଷ୍ଠ ନାଗରିକ ସଂଘ, ମାରୱାଡ଼ି ଯୁବା ମଞ୍ଚ, କେଏସିଏ ତଥା ଅଞ୍ଚଳର ବିଭିନ୍ନ କ୍ଲବ ଓ ବିଭିନ୍ନ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ  ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ପ୍ରତିବଦରେ ଏକ ସଂଘର୍ଷ ରାଲି  ଅତାବିରା ସହର ପରିକ୍ରମା କରି ତହସିଲ କାର୍ଯ୍ୟାଳୟକୁ ପହଞ୍ଚି ଥିଲେ। ତହସିଲଦାରଙ୍କୁ ଘେରାଉ କରି ତାଙ୍କ ଜରିଆରେ ବରଗଡ଼ ଜିଲ୍ଲାପାଳଙ୍କୁ ୪ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଏହି ଦାବି ପତ୍ରରେ ଉଲ୍ଲେଖ ରହିଛି ଯେ, ଚୋରି ଜିନିଷ ଠାବ କରିବା, ସଟ୍ଟା, ଜୁଆ,ବେଆଇନ ମଦ ବିକ୍ରି ଆଦିକୁ ବନ୍ଦ କରି ଅପରଧମୂଳକ କାର୍ଯ୍ୟକୁ ନିୟନ୍ତ୍ରଣ କରିବା। ରାତ୍ରୀ କାଳୀନ ପାଟ୍ରୋଲି୍ଂ  ବ୍ୟବସ୍ଥା କଡା କଡ଼ି କରି ପ୍ରତିଶ୍ରୁତି ଅନୁଯାୟୀ ପିସିଆର୍ ଭେନ୍ ଯୋଗାଇବା। ସହରର ବିଭିନ୍ନ ଛକ ତଥା ଜନଗହଳି ମାନଙ୍କରେ ଉନ୍ନତ ମାନର ପୁଲିସ ପହରାର ବ୍ୟବସ୍ଥା କରାଯିବା ପାଇଁ ଦାବି ରହିଛି। ଆହୁରି ମଧ୍ୟ  ଆସନ୍ତା ୧୫ତାରିଖ ସୁଦ୍ଧା ଚୋରି ଘଟଣାର ପର୍ଦାଫାସ କରିବା ସହ ଉପରୋକ୍ତ ଦାବି ଗୁଡ଼ିକ ପୂରଣ କରା ନ ଗଲେ ୧୬ତାରିଖ ଦିନ ତହସିଲ କାର୍ଯ୍ୟଳୟରେ ଧାରଣା ଦେଇ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି  ସମସ୍ତ ଦଳ ଓ ସଂଗଠନ ମିଳିତ ଚେତାବନୀ ଦେଇଛନ୍ତି। ଆଜିର ଏହି ଆନ୍ଦୋଳନରେ ବିଜେଡି ଦଳର ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା,ସତ୍ୟ ମିଶ୍ର,ଟଙ୍କ ଦାଶ ,ବୀରେନ କର,ଉକିଳ ସଂଘର ଉନି କ୍ରିଷ୍ଣା ନାଏର,ବରିଷ୍ଠ ନାଗରିକ ସଂଘ ତଥା ଅବସର ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବେଣୁଧର ମିଶ୍ର, କଂଗ୍ରେସ ଦଳର ସଭାପତି ଅବିନାଶ  ପ୍ରଧାନ,ବଣିକ ସଂଘର ଜୟପ୍ରକାଶ ଅଗ୍ରୱାଲ,ରଘୁ ବାରିକ୍,ମାରୱାଡ଼ି  ୟୁବାମଞ୍ଚର ଉମେଶ ଅଗ୍ରୱାଲ, ବି ଜେ ପି ଦଳର ସୁରେନ ସ୍ୱାଇଁ ପ୍ରମୁଖ ଶତାଧିକ ନାଗରିକ ଉପସ୍ଥିତ ଥିଲେ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories