www.samajalive.in
Sunday, December 14, 2025
17.1 C
Bhubaneswar

ଡିଜିଟାଲ ସମ୍ବାଦ ପ୍ରକାଶନ ନିୟମ, ଅଭିଯୋଗ ସମାଧାନ ପାଇଁ ହେବ ତ୍ରିସ୍ଥରୀୟ ବ୍ୟବସ୍ଥା

କେନ୍ଦ୍ର ସୂଚନା ଓ ପ୍ରସାଣଣ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି ଯେ, ନୂତନ ଡିଜିଟାଲ ସମ୍ବାଦ ପ୍ରକାଶନ ନିୟମ ଡିଜିଟାଲ ସମ୍ବାଦ ପ୍ରକାଶକଙ୍କ ଉପରେ କିଛିଟା ଦାୟିତ୍ୱ ନ୍ୟସ୍ତ କରିଛି। ଭିଡିଓ କନ୍‍ଫରେନ୍ସିଂ ଜରିଆରେ ଡିଜିଟାଲ ସମ୍ବାଦ ପ୍ରକାଶ ସଂଘ ସହ ଡିଜିଟାଲ ମିଡିଆ ନୈତିକତା କୋର୍ଡ ସମ୍ପର୍କରେ ଆଲୋଚନା ସମୟରେ ସେ ଏହା କହିଛନ୍ତି। ଏହି ଆଲୋଚନାରେ ଇଣ୍ଡିଆ ଟୁଡେ, ଦୈନିକ ଭାସ୍କର, ହିନ୍ଦୁସ୍ଥାନ ଟାଇମ୍ସ, ଇଣ୍ଡିଆନ ଏକ୍ସପ୍ରେସ, ଟାଇମସ ଅଫ ଇଣ୍ଡିଆ, ଏବିପି, ଇନାଡୁ, ଦୈନିକ ଜାଗରଣ ଓ ଲୋକମତର ପ୍ରତିନିଧି ଯୋଗ ଦେଇଥିଲେ।

ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭେଡକର କହିଛନ୍ତି ଯେ, ସାମ୍ବାଦିକତା ଆଚରଣ ଏବଂ କେବୁଲ ଟେଲିଭିଜନ ନେଟୱାର୍କ ଅଧିନିୟମ ଅନୁଯାୟୀ ନାଗରିକମାନଙ୍କ ଅଭିଯୋଗର ସମାଧାନ ପାଇଁ ଏକ ତ୍ରିସ୍ତରୀୟ ଅଭିଯୋଗ ସମାଧନା ବ୍ୟବସ୍ଥା ରହିବ ଯେଉଁଥିରେ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଡିଜିଟାଲ ସମ୍ବାଦ ପ୍ରକାଶକ ଏବଂ ସେମାନଙ୍କ ଦ୍ୱାରା ଗଠିତ ସ୍ୱନିୟାମକ ସଂସ୍ଥାଗୁଡିକ କାର୍ଯ୍ୟ କରିବେ। ଫଳରେ ଡିଜିଟାଲ ସମ୍ବାଦ ପ୍ରକାଶକମାନେ ମଧ୍ୟ ମନ୍ତ୍ରଣାଳୟକୁ କିଛି ମୌଳିକ ସୂଚନା ପ୍ରଦାନ କରିବେ ଏବଂ ପର୍ଯ୍ୟାୟକ୍ରମେ ସେମାନଙ୍କ ଦ୍ୱାରା ଅଭିଯୋଗରେ ସମାଧାନପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡିକୁ ମଧ୍ୟ ସାର୍ବଜନୀନ କରିବେ। ସେ କହିଛନ୍ତି, ଏହି ବ୍ୟବସ୍ଥା ଲାଗୁ ହେଲେ ଡିଜିଟାଲ ଗଣମାଧ୍ୟମ ସମ୍ବାଦ ଆଇନ ପରିସରଭୁକ୍ତ ହୋଇପାରିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories