www.samajalive.in
Sunday, December 7, 2025
15.1 C
Bhubaneswar

ପ୍ରପର୍ଟି ଟ୍ୟାକ୍ସ ପ୍ରତ୍ୟାହାର ଦାବିରେ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଜିଲା କଂଗ୍ରେସ ଏକାମ୍ର ନିର୍ବାଚନ ମଣ୍ଡଳୀରେ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ବେଆଇନ୍ ଭାବେ ୧୦ ଗୁଣା ବର୍ଦ୍ଧିତ ଘର ଟିକସ ବାବଦ (ହୋଲ୍ଡିଂ ଟ୍ୟାକ୍ସ) ଏବଂ ସଂପତି ଟିକସ (ପ୍ରପର୍ଟି ଟ୍ୟାକ୍ସ) ପ୍ରତ୍ୟାହାର ଦାବିରେ ଭୁବନେଶ୍ୱର ଜିଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ସାମନ୍ତରାପୁର ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶ୍ରୀ ଦାସ ଏହି ପରିପ୍ରେକ୍ଷୀରେ କହିଥିଲେ ଯେ ଏହି ଟ୍ୟାକ୍ସ କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତାବିଡା ସଦୃଶ। ପୂର୍ବରୁ ଘର ଉପରେ ଦେୟ ଆଦାୟ ହେଉଥିବା ବେଳେ ବର୍ତ୍ତମାନ ଏହା ସଂପୂର୍ଣ୍ଣ ଜମିର ବାର୍ଷିକ ମୂଲ୍ୟ (ନିର୍ଦ୍ଧାରିତ ବେଂଚ୍ ମାର୍କ)ର ୦.୫ ପ୍ରତିଶତ ଆଦାୟ କରାଯିବ, ଯାହା ସଂପୂର୍ଣ୍ଣ ଭାବେ ବେଆଇନ୍। ଟ୍ୟାକ୍ସ ଆଦାୟ କରାଯାଉଛି କିନ୍ତୁ ଡ୍ରେନେଜ୍ ବ୍ୟବସ୍ଥା, ପରିଚ୍ଛନ୍ନତା, ପାନୀୟଜଳ, ରାସ୍ତାଘାଟ, ବିଦ୍ୟୁତ୍ ସରବରାହ ଅବ୍ୟବସ୍ଥିତ ହୋଇ ପଡିଛି। ଯଦି ଏହି ବେଆଇନ୍ ଭାବେ ବୃଦ୍ଧି କରାଯାଉଥିବା ଟ୍ୟାକ୍ସକୁ ଭୁବନେଶ୍ୱର ମହାନଗର ନିଗମ ପ୍ରତ୍ୟାହାର ନକରନ୍ତି ତେବେ ଆଗାମୀ ଦିନରେ ଏହା ବୃହତ୍ ଆନ୍ଦୋଳନର ରୂପ ନେବ ଏବଂ ଭୁବନେଶ୍ୱର ଜିଲା କଂଗ୍ରେସ ବିଏମ୍‌ସି ଘେରାଉ କରିବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି।

 

- Advertisement -

ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ରଶ୍ମି ମହାପାତ୍ର, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ଆଶିଷ ମଲ୍ଲିକ, ଅଶୋକ ଦାସ, ମିହିର ଆଚାର୍ଯ୍ୟ, ଶତୃଘ୍ନ ବେହେରା, ବେଣୁଧର ପାତ୍ର, ଶ୍ରୀୟା ମହାନ୍ତି, ଶ୍ରେୟା ପଣ୍ଡା ପ୍ରମୁଖ ଏକ ଦଶଜଣିଆ ପ୍ରତିନିଧି ଦଳ ବିଶ୍ୱଜିତ୍ ଦାସଙ୍କ ନେତୃତ୍ୱରେ ସାମନ୍ତରାପୁର ଛକ ସ୍ଥିତ ବିଏମ୍‌ସି ଡେପୁଟି କମିଶନରଙ୍କ କାର୍ଯ୍ୟାଳୟରେ ଡେପୁଟି କମିଶନରଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।
ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସଭାପତି ଇନ୍ଦ୍ରଜିତ୍ ପରିଡା, ମନୋରଞ୍ଜନ ବଟୁ, ସେକ୍ ଅଫତାବ ଅଲ୍ଲୀ, ଶ୍ରୀଧର ବଳିଆରସିଂ, ମନୋରଞ୍ଜନ ଜେନା, ଦେବରାଜ ମିଶ୍ର, ଜୟକୃଷ୍ଣ ମଲିଆ, ଯୋଗୀନାଥ ବାହୁବଳେନ୍ଦ୍ର, ମିତ୍ରଭାନୁ ମହାପାତ୍ର, ଯୋଗୀନାଥ ନାୟକ, କ୍ଷୀରୋଦ ବେହେରା, ସେକ୍ ତାକ୍ୟୁମ୍‌, ଅକ୍ଷୟ ଦାସ, ସିପ୍ରା ସେନାପତି, ରୀନା ସାହୁ, ପ୍ରମେଶ ସାହୁ, ଜେବି ତ୍ରିପାଠୀ, ଶାହାରୁଖ୍ ଖାନ୍‌, ସୁବ୍ରତ ସେନାପତି, ଆତ୍ମାରାମ ପତି, ସରୋଜ ମହାନ୍ତି, ସଞ୍ଜୀବ ମହାନ୍ତି, ଗୁଗୁ ରାଉତ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories