www.samajalive.in
Sunday, December 14, 2025
19.1 C
Bhubaneswar

କୁଶଙ୍ଗ ବନ୍ୟପ୍ରାଣୀ ବିଭାଗର କଠୋରନୀତି ; ଜଙ୍ଗଲରେ ନିଆଁ ଲଗାଇବା ଘଟଣାରେ ୨ ଗିରଫ

ହରଭଙ୍ଗା : ଚଳିତବର୍ଷ ରାଜ୍ୟର ସମଗ୍ର ଜଙ୍ଗଲରେ ମନୁଷ୍ୟକୃତ ଜଙ୍ଗଲ ପୋଡି ଘଟଣା ସରକାରଙ୍କୁ ବିବ୍ରତ କରିଛି। ମନୁଷ୍ୟକୃତ ନିଆଁକୁ ଆୟତ କରିବା ପାଇଁ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ କଡାଆଭିମୁଖ୍ୟକୁ  ଅନୁପାଳନ କରି କୁଶଙ୍ଗ ବନ୍ୟପ୍ରାଣୀ ବିଭାଗ ଜଙ୍ଗଲରେ ନିଆଁ ଲଗାଉଥିବା ଘଟଣାରେ ବୁଧୁବାର ଅପରାହ୍ନରେ ଦୁଇ ଜଣଙ୍କୁ ଗିରଫ କରିଛି। ଦୁଇ ଗିରଫ ଅଭିଯୁକ୍ତହେଲେ ହରଭଙ୍ଗା ଥାନା ଅର୍ନ୍ତଗତ ଘୁମୁରିପଡା ଗ୍ରାମର ମୋହନ ଦେହୁରୀ(୩୬)ଏବଂ ଫକୀର ନାଏକ(୪୨)ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ଗତକାଲି କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜର ପଦ୍ମତୋଳା ଅଭୟାରଣ୍ୟ ଜଙ୍ଗଲରେ ନିଆଁ ଲଗାଉଥିବା ସମୟରେ ବନ୍ୟପ୍ରାଣୀ ବିଭାଗ ଏମାନଙ୍କୁ କାବୁ କରିଥିଲା। ଦୁଇ ଅଭିଯୁକ୍ତଙ୍କୁ ଜଙ୍ଗଲ ସୁରକ୍ଷା ଆଇନରେ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଥିବା କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜର ପ୍ରଦୀପ ଭୂତିଆ ସୂଚନା ଦେଇଛନ୍ତି। ପ୍ରଥମଥର ପାଇଁ ଜଙ୍ଗଲରେ ନିଆଁ ଲଗାଉଥିବା ଘଟଣାରେ ବନ୍ୟପ୍ରାଣୀ ବିଭାଗର ଏଭଳି କଠୋରନୀତି ସାରା ଅଂଚଳରେ ଭୟର ଗୁଞ୍ଜରଣ ସୃଷ୍ଟି କରିଛି।। ଏଭଳି କାର୍ଯ୍ୟାନୁଷ୍ଠାନ ଆଗକୁ ଜଙ୍ଗଲରେ ମନୁଷ୍ୟକୃତ ନିଆଁକୁ ବହୁମାତ୍ରରେ ହ୍ରାସ କରିବ ବୋଲି ମତ ପ୍ରକାଶ ପାଉଛି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories