www.samajalive.in
Sunday, December 14, 2025
26.1 C
Bhubaneswar

ଇ-ଏପିକ୍‌ ଡାଉନ୍‌ଲୋଡ୍‌ ପାଇଁ ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ୱର: ଭାରତ ନିର୍ବାଚନ ଆୟୋଗଙ୍କ ତରଫରୁ ନୂତନ ଭୋଟର ଯେଉଁମାନେ ପ୍ରଥମ ଥର ସ୍ୱତନ୍ତ୍ର ଭୋଟର ତାଲିକା ୨୦୨୧ରେ ଏକକ ମୋବାଇଲ୍‌ ନମ୍ବର ସହ ନାମ ପଞ୍ଜୀକରଣ କରିଥିବେ ସେମାନଙ୍କ ପାଇଁ ଇଲେକ୍‌ଟ୍ରୋନିକ୍ସ ଫଟୋ ପରିଚୟ ପତ୍ର ଏନ୍‌ଭିଏସ୍‌ପି କିମ୍ବା ଭୋଟର ହେଲ୍‌ପ୍‌ ଲାଇନ୍‌ ଆପ୍‌ ଜରିଆରେ ଡାଉନ୍‌ଲୋଡ଼ କରିପାରିବେ। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ମୋଟ ୪୨,୪୨୧ ଜଣଙ୍କ ମଧ୍ୟରୁ ୧୦,୯୨୨ ଜଣ ଭୋଟର ସେମାନଙ୍କ ଇ-ଏପିକ୍‌ ଡାଉନ୍‌ଲୋଡ଼ କରିଛନ୍ତି। ଅବଶିଷ୍ଟ ଭୋଟରମାନଙ୍କୁ ଇ-ଏପିକ୍‌ ଯୋଗାଇଦେବା ନିମନ୍ତେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ରାଜ୍ୟର ସମସ୍ତ ଭୋଟ ଗ୍ରହଣ କେନ୍ଦ୍ରଗୁଡ଼ିକରେ ଆସନ୍ତା ୧୩/୦୩/୨୦୨୧ (ଶନିବାର) ଏବଂ ୧୪/୦୩/୨୦୨୧ (ରବିବାର) ଦୁଇଦିନ ସ୍ୱତନ୍ତ୍ର ଅଭିଯାନ ଦିବସ କରାଯିବା ପାଇ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି।


ଏ ସଂପର୍କରେ ରାଜ୍ୟର ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳମାନଙ୍କ ସହ ଯୁଗ୍ମମୁଖ୍ୟ ନିର୍ବାଚନ ଅଧିକାରୀ ଭିଡ଼ିଓ କନ୍‌ଫରେନ୍ସ୍‌ ଜରିଆରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୋଟରମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ଇ-ଏପିକ୍‌ ଡାଉନ୍‌ଲୋଡ଼ କରିବାର ପ୍ରଣାଳୀ ବାବଦରେ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟର ସହକାରୀ ସଫଟେୱୟାର ଇଂଜିନିୟର ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ଉକ୍ତଦିନ ସ୍ୱତନ୍ତ୍ର ଅଭିଯାନ ଦିବସରେ ସଂପୃକ୍ତ ବୁଥସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଇ-ଏପିକ୍‌ ଡାଉନ୍‌ଲୋଡ଼
କରିବାକୁ ଚାହୁଁଥିବା ଭୋଟରମାନଙ୍କୁ ସମସ୍ତ ପ୍ରକାରର ସୁବିଧାସୁଯୋଗ ଯୋଗାଇଦେବେ ବୋଲି ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories