www.samajalive.in
Sunday, December 14, 2025
26.1 C
Bhubaneswar

କିଡନୀ କବଳିତ ଗାଁ ଚନ୍ଦ୍ରଶେଖରପୁର, ଆକ୍ରାନ୍ତଙ୍କ ସହାୟତା ପାଇଁ ଜିଲ୍ଲାପ୍ରଶାସନକୁ ୫ଦଫା ଦାବି ପତ୍ର

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଂଚାୟତର ଚନ୍ଦ୍ରଶେଖରପୁର ଗାଁର କିଡନୀ ଆକ୍ରାନ୍ତ ରୋଗୀଙ୍କୁ ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବୌଦ୍ଧ ସହକାରୀ ଜିଲ୍ଲାପାଳ ଅବିନାଶ ପାଣ୍ଡିଆଙ୍କୁ ୫ଦଫା ଦାବି ପତ୍ର ପ୍ରଦାନ କରାଯାଇଛି। ସେଥିରେ ଉଲ୍ଲେଖ ରହିଛି ଯେ, କିଡନୀ କବଳିତ ଚନ୍ଦ୍ରଶେଖରପୁର ଗାଁରେ ବସବାସ କରୁଥିବା ୨୮ ପରିବାରରୁ ୧୭ଟି ପରିବାର କିଡନୀରୋଗ ଗ୍ରାସ କରିସାରିଛି। ଏହି ମାରାମକ ବ୍ୟାଧିରେ ୧୨ଜଣଙ୍କ ମୃତ୍ୟୂ ଘଟିଥିବାବେଳେ ବର୍ତ୍ତମାନ ଆଉ ୯ଜଣ ଗରିବ ଶ୍ରେଣୀର ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି। ମାତ୍ର ରୋଗର ଭୟାବହତା ଦିଗରେ ଜିଲ୍ଲାପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଉପଯୁକ୍ତ ଚିକିତ୍ସାଭାବରୁ ଗାଁ ପୁରୁଷ ଶୂନ୍ୟ ହେବାକୁ ବସିଛି। ଏହା ସହିତ ଆକ୍ରାନ୍ତ ରୋଗୀଙ୍କ ବ୍ୟୟବହୁଳ ଚିକିତ୍ସା ପାଇଁ ଅର୍ଥାଭାବରୁ ଗରିବ ରୋଗୀ ମେଡିକାଲ ଯାଇନପାରି  ଉପଯୁକ୍ତ ଚିକତ୍ସାରୁ ବଂଚିତ ହୋଇ ଅକାରଣରେ ଗୋଟିଏ ପରେ ଗୋଟିଏ ଜୀବନ ଚାଲିଯାଉଛି। ଗରିବ ଆକ୍ରାନ୍ତ ରୋଗୀଙ୍କ ଉନ୍ନତମାନର ମାଗଣା ଚିକିତ୍ସା ସହାୟତା ସହିତ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା, ମୃତକଙ୍କ ପରିବାରକୁ ୫ଲକ୍ଷଟଙ୍କାର କ୍ଷତିପୂରଣ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ସାଙ୍ଗକୁ ଗାଁରେ ରହିଥିବା ଜଳ ଉତ୍ସଗୁଡିକର ପାଣିର ପରୀକ୍ଷା କରି ବିହିତ ପଦକ୍ଷେପ ଗ୍ରହଣ କରାଯିବାକୁ ଗ୍ରାମର କଇଁ ଛନ୍ଦ,ପ୍ରତାପ କିଶୋର ଡାଙ୍ଗ,ଭଗବାନ ଡାଙ୍ଗ,ସଂଜୟ ବେହେରା ପ୍ରମୁଖ ଦାବୀ କରିଛନ୍ତି। ଏଦିଗରେ ଜିଲ୍ଲାପ୍ରଶାସନ ଆବଶ୍ୟକୀୟ ଦୃଷ୍ଟି ଦେବାକୁ ଦାବି ହେଉଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories