www.samajalive.in
Saturday, December 13, 2025
18.1 C
Bhubaneswar

ରାଜ୍ୟରେ ବନାଗ୍ନି ଆୟତ୍ତାଧୀନ: ଟାସ୍କଫୋର୍ସ

ଭୁବନେଶ୍ବର: ରାଜ୍ୟ ସରକାରଙକ ଏକୀକୃତ ତଥା ସକ୍ରିୟ ଆଭିମୁଖ୍ୟ ଯୋଗୁଁ ଶିମିଳିପାଳ ବ୍ୟାଘ୍ରପ୍ରକଳ୍ପ ଇଲାକା ସହ ସମଗ୍ର ରାଜ୍ୟରେ ବନାଗ୍ନିକୁ ପ୍ରାୟତଃ ଆୟତାଧିନ କରାଯାଇପାରିଛି। ରାଜ୍ୟର ବନାଗ୍ନି ପରିସ୍ଥିତି ୪୯୭ଟି ବନାଗ୍ନି ପଏଣ୍ଟ ସ୍ଥାନରେ ସମଗ୍ର ରାଜ୍ୟରେ ଆଜି ୧୦୪୮ ସାଟେଲାଇଟ୍‌ ଆଧାରିତ ବନାଗ୍ନି ପଏଣ୍ଟ ପଞ୍ଜୀକରଣ କରାହୋଇଛି। ଗତ ଦୁଇ ଦିନରେ ଶିମିଳିପାଳ ବ୍ୟାଘ୍ରପ୍ରକଳ୍ପ ଇଲାକା ମଧ୍ୟରେ ୨୬ ଓ ୨୪ ବନାଗ୍ନି ପଏଣ୍ଟ ତୁଳନାରେ କେବଳ ୫ଟି ବନାଗ୍ନି ପଏଣ୍ଟ ରିପୋର୍ଟ ହୋଇଅଛି। ଆହୁରି ମଧ୍ୟ ଶିମିଳିପାଳର କିଛି ଅଂଶ ଗତକାଲି ବର୍ଷା ଅନୁଭବ କରିଛି, ଯାହାକି ଶିମିଳିପାଳରେ ଅଗ୍ନି ବିସ୍ତାରକୁ ସମ୍ଭବତଃ ରୋକିପାରେ। ଆଇଏମ୍‌ଡି ଭୁବନେଶ୍ବର ଆକଳନ ଅନୁଯାୟୀ ମଧ୍ୟ ଆଗାମୀ ୩ ଦିନରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ମଧ୍ୟବର୍ତ୍ତୀ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି, ଯାହା ଜଙ୍ଗଲ ଅଗ୍ନି ହ୍ରାସ ପାଇଁ ସକରାତ୍ମକ ଦିଗ ହେବ ବୋଲି ଫରେଷ୍ଟ ଫାୟାର୍‌ ଟାସ୍କ ଫୋର୍ସ ତଥା ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟ ପ୍ରେସ୍‌ ରିଲିଜ୍‌ ଜାରି କରି ସୂଚନା ଦେଇଛନ୍ତି।


ଯଦିଓ ଅଗ୍ନିସ୍ଥିତି ନିୟନ୍ତ୍ରଣରେ ଅଛି, ତଥାପି ଜଙ୍ଗଲର ଅଗ୍ନିଋତୁ ବାକି ଥିବାରୁ ଅଗ୍ନିକାଣ୍ଡର ପୁନରାବୃତିକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସତର୍କ ରହିଛନ୍ତି। ରାଜ୍ୟ ସରକାରଙ୍କ ଦ୍ବାରା ସମସ୍ତ ଜଙ୍ଗଲ କ୍ଷେତ୍ର କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଗତକାଲି ଚେୟାର୍‌ମ୍ୟାନ୍‌ ଏବଂ ଟାସ୍କଫୋର୍ସ ସମସ୍ତ ଆଞ୍ଚଳିକ ବନ ସଂରକ୍ଷକ ଓ ବନଖଣ୍ଡ ଅଧିକାରୀଙ୍କୁ ନେଇ ଭିଡ଼ିଓ ସମ୍ମିଳନୀରେ ବନାଗ୍ନି ଉପରେ ସବିଶେଷ ସମୀକ୍ଷା କରିଥିଲେ। ସେମାନଙ୍କୁ ସଜାଗ ରହିବାକୁ, ରାତ୍ରି ପାଟ୍ରୋଲିଂ ଏବଂ ତୁରନ୍ତ ଜଙ୍ଗଲ ଅଗ୍ନି ପଏଣ୍ଟରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟ ପ୍ରକାଶ କରିଥିଲେ।
ନିଆଁକୁ ଆୟତ କରିବା ପାଇଁ ଅଧିକ ଫାୟାର୍‌ ୱାଚର୍‌ଙ୍କ ଯୋଗଦାନ, ଦ୍ବିଗୁଣିତ ପରିମାଣ ଲିଫ୍‌ ବ୍ଲୋୟର୍‌ ବ୍ୟବହାର, ଗ୍ରାମବାସୀଙ୍କ ଯୋଗଦାନ ଏବଂ ଏକତ୍ରୀକରଣ ସହିତ କ୍ଷେତ୍ର କର୍ମଚାରୀଙ୍କ ଦିନରାତି ଉଦ୍ୟମ ନିଆଁକୁ ଆୟତ କରିବାରେ ସାହାଯ୍ୟ କରୁଛି। ଅଧିକନ୍ତୁ ଆଗତରୁ ନିୟୋଜିତ ଥିବା ୪ଟି ଓଡିଆର୍‌ଏଫ୍‌ ଦଳ ସ୍ଥାନରେ ବର୍ତ୍ତମାନ ୨୫ଜଣ ସଦସ୍ୟ ବିଶିଷ୍ଟ ୮ଟି ଓଡିଆର୍‌ଏଫ୍‌ ଦଳ ନିୟୋଜିତ ହୋଇଛନ୍ତି। ପିଆର୍‌ଆଇ ଅନୁଷ୍ଠାନ, ଏସ୍‌ଏଚ୍‌ଜି ଏବଂ ଜିଲା ପ୍ରଶାସନର ସକ୍ରିୟ ସମର୍ଥନ ଅଧିକ ଲାଭାନ୍ବିତ କରିଛି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟ ଜାରି କରିଥିବା ପ୍ରେସ୍ ରିଲିଜିରେ ଦର୍ଶାଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories