www.samajalive.in
Tuesday, December 9, 2025
17.1 C
Bhubaneswar

ଏଣିକି କାଠ, କିରାସିନିରେ ରୋଷେଇ

ନୂଆଦିଲ୍ଲୀ: ଗୃହିଣୀମାନେ ଏଣିକି ରୋଷେଇ ପାଇଁ କାଠ, ଘସି, କିରାସିନି ବ୍ୟବହାର କରିବେ। କାରଣ ରନ୍ଧନ ଗ୍ୟାସ ସେମାନଙ୍କ ପାଇଁ ଦୁର୍ଲଭ ହେବାକୁ ଯାଉଛି। କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍‍ ଉପରେ ଯୋଗାଇଦେଉଥିବା ରିଆତି ପରିମାଣ ହ୍ରାସ କରିଚାଲିଛନ୍ତି ଏବଂ ଗ୍ୟାସ୍‍ ସିଲିଣ୍ଡର ଦର ଚଳିତ ସମୟରେ ପ୍ରତି ମାସରେ ଦୁଇ ତିନିଥର ବଢିବାରେ ଲାଗିଛି। ଫଳରେ ଗୃହିଣୀମାନେ ପୂର୍ବସ୍ଥିତିକୁ ଫେରିବାକୁ ବାଧ୍ୟ ହେଲେଣି। ସେମାନଙ୍କ ପାଇଁ ଜାଳେଣି କାଠ, କିରାସିନି ଏବେ ବିକଳ୍ପ ହୋଇଛି।

ପାଞ୍ଚବର୍ଷ ତଳେ ନରେନ୍ଦ୍ର ମୋଦୀଙ୍କ ସରକାର ଗୃହିଣୀମାନଙ୍କୁ ସହଜରେ ଏବଂ ପ୍ରଦୂଷଣମୁକ୍ତ ରୋଷେଇ କରିବାର ସୁଯୋଗ ଦେବାକୁ ବହୁଚର୍ଚ୍ଚିତ ଉଜ୍ଜ୍ୱଳା ଯୋଜନା ଆରମ୍ଭ କରିଥିଲେ। ସେଥିରେ ଦରିଦ୍ର ଏବଂ ଗ୍ରାମୀଣ ପରିବାରଗୁଡିକୁ ମାଗଣାରେ ରନ୍ଧନ ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଥିଲା। ଏବେ କିନ୍ତୁ ଦୃଶ୍ୟପଟ୍ଟ ସଂପୂର୍ଣ୍ଣ ଭିନ୍ନ ହୋଇଯାଇଛି। ସରକାର ବିପୁଳ ବିତ୍ତୀୟ ନିଅଣ୍ଟ ପରିସ୍ଥିତିର ସମ୍ମୁଖୀନ ହେଉଥିବାବେଳେ ବିଭିନ୍ନ କ୍ଷେତ୍ରରେ ଦିଆଯାଉଥିବା ରିଆତି କାଟିବା ଆରମ୍ଭ କରିଛନ୍ତି। ତାହାଛଡା ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ପୂର୍ବରୁ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ରିଆତି ଟଙ୍କା ଆସୁଥିବାବେଳେ ଏବେ ତାହା ଆସିବା ମଧ୍ୟ ବନ୍ଦ ହୋଇଯାଇଛି। ନିକଟରେ ସଂସଦରେ ଉପସ୍ଥାପନ କରାଯାଇଥିବା କେନ୍ଦ୍ର ବଜେଟରେ ରନ୍ଧନ ଗ୍ୟାସ୍‍ ବାବଦରେ ଦିଆଯାଉଥିବା ରିଆତି ପରିମାଣ ଅର୍ଦ୍ଧେକ ହ୍ରାସ କରାଯାଇଛି। ଇତିମଧ୍ୟରେ ଦେଶରେ ଏଲପିଜି ସିଲିଣ୍ଡର ମୂଲ୍ୟ ମାତ୍ରାଧିକ ବୃଦ୍ଧିପାଇଛି। ଏହା ନିମ୍ନ ଆୟକାରୀ ଓ ଦରିଦ୍ର ପରିବାରଗୁଡିକ ପାଇଁ ଏକ ଶକ୍ତ ବୋଝ ପାଲଟିଛି। ସେଥିପାଇଁ ସେମାନେ ରୋଷେଇ କରିବାକୁ କାଠ, ଘସି, କିରାସିନି ଭଳି ପୂର୍ବ ପଦ୍ଧତିକୁ ଏବେ ଫେରିବା ଆରମ୍ଭ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories