www.samajalive.in
Sunday, December 14, 2025
19.1 C
Bhubaneswar

ସମ୍ବଲପୁର ରେଳ ମଣ୍ଡଳରୁ ବଙ୍ଗଳାଦେଶକୁ ତୁଳା ରପ୍ତାନୀ

ସମ୍ବଲପୁର : ଭାରତୀୟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳ ଅଧିନସ୍ଥ ଜୁନାଗଡ ରୋଡ ଷ୍ଟେସନରୁ ପଡୋଶୀ ଦେଶ ବଙ୍ଗଳାଦେଶକୁ ତୁଳା ରପ୍ତାନୀ କରାଯାଇଛି। କରୋନା ସଙ୍କଟ ପରେ ରେଳବାଇ ପକ୍ଷରୁ ରାଜସ୍ୱ ଆଦାୟ ଲକ୍ଷ୍ୟରେ ବିଭିନ୍ନ ପ୍ରକାରର ନୂତନ ଆୟର ସ୍ରୋତ ଖୋଜା ଯାଉଥିବା ବେଳେ କ୍ରମାଗତ ପ୍ରୟାସ ପରେ ୪୨ଟି ୱାଗନରେ ୨୪୭୧ ଟନ ଓଜନର ଏକ ତୁଳା ବୋଝେଇ ର୍ୟାକ ଚଳିତ ବର୍ଷ ପ୍ରଥମ ଥର ପାଇଁ ବଙ୍ଗଳାଦେଶର ଜୋନପୋଲ ଷ୍ଟେସନକୁ ପାଠାଯାଇଛି। କୃଷିଜାତ ଦ୍ରବ୍ୟ ଉତ୍ପାଦକୁ ପଡୋଶୀ ଦେଶକୁ ରପ୍ତାନୀ ପାଇଁ ପରିବହନ ଦିଗରୁ ସବୁଠାରୁ ସୁରକ୍ଷିତ, ଶୀଘ୍ର ଓ ଲାଭପ୍ରଦ ହୋଇଥିବାରୁ ଏବେ ରପ୍ତାନୀକାରୀମାନେ ରେଳବାଇ ପ୍ରତି ଆକୃଷ୍ଟ ହେଉଛନ୍ତି। ମଣ୍ଡଳ ରେଳ ପ୍ରବନ୍ଧକ ପ୍ରଦୀପ କୁମାର ବଙ୍ଗଳାଦେଶକୁ ଦୂରଗାମୀ ଟ୍ରାଫିକର ସଫଳତା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ରେଳବାଇ ଦ୍ୱାରା ସ୍ଥାପିତ ବିଜନେଓ ଡେଭଲପମେଣ୍ଟ ୟୁନିଟ ଦ୍ୱାରା ପରିବହନର ସୁରକ୍ଷିତ ଓ ଶସ୍ତା ଦିଗ ପାଇଁ ନିତି ଅପଣାଇ ନିୟମିତ ଗ୍ରାହକ ମାନଙ୍କୁ ପ୍ରୋତ୍ସାହିତ କରି ମାଲ ପରିବହନ ନିମନ୍ତେ ଉଦ୍ୟମ ଜାରି ରହିଛି ବୋଲି ରେଳବାଇ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି।

It is very simple to start using Cerazette when you use it immediately following another progestin device, because it also contains progestogen-based active substances, and follows the same pattern of action and contraceptive protection. cialis tadalafil In the case of a progestogen injection, it does not matter what day of the cycle you start Cerazette, however, it makes sense to start on the day you would normally have new progestin injections because injections are not immediately reversible.

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories