www.samajalive.in
Sunday, December 14, 2025
17.1 C
Bhubaneswar

ସଞ୍ଚାର କଳାର ସ୍ୱତନ୍ତ୍ରତାକୁ ଲିପିବଦ୍ଧ କରାଯାଉ : ଡକ୍ଟର ସଙ୍ଗୀତା ଗୋସାଇଁ

ସମ୍ବଲପୁର : ପଶ୍ଚିମ ଓଡିଶାର ଲୁପ୍ତପ୍ରାୟ ଲୋକକଳା ‘ସଞ୍ଚାର’ର ପୁନରୁଦ୍ଧାର କରିବା ପାଇଁ ସବୁ ସ୍ତରରେ ଉଦ୍ୟମ କରାଯାଉଛି। ହେଲେ ବର୍ତ୍ତମାନ ସମୟରେ ‘ସଞ୍ଚାର’ କଳାର ସ୍ୱତନ୍ତ୍ରତାକୁ ଲିପିବଦ୍ଧ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ବିଶିଷ୍ଟ ଓଡିଶୀ ସଙ୍ଗୀତଜ୍ଞ ତଥା ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ସଙ୍ଗୀତା ଗୋସାଇଁ କହିଛନ୍ତି। ଆଜି ସ୍ଥାନୀୟ ହୋଟେଲ ଶୀଲା ଟାୱାରର ସମ୍ମିଳନୀ କକ୍ଷ ଠାରେ ସାପ୍ତାହିକ ‘ସ୍ୱୀକାର’ ପକ୍ଷରୁ ଆୟୋଜିତ ‘ସଞ୍ଚାର କଳାରେ ଶାସ୍ତ୍ରୀୟତା’ ଶୀର୍ଷକ କର୍ମଶାଳାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଡକ୍ଟର ଗୋସାଇଁ କହିଲେ ଯେ, ଲୋକକଳା ହିସାବରେ ସଞ୍ଚାରର ଅଧିକ ଗ୍ରହଣୀୟତା ଓ ଜନାଦୃତି ରହିଛି। ଏହି କଳାର ମୌଳିକତା ବଜାୟ ରହିଲେ ଏହା ଲୋପ ପାଇବାର କୌଣସି ଆଶଙ୍କା ନାହିଁ। ଏଥିରେ ଶାସ୍ତ୍ରୀୟତା ଖୋଜିବା ପରିବର୍ତ୍ତେ ଏହାର ପ୍ରଚାର ପ୍ରସାର ଦିଗରେ ଅଧିକ ଗୁରୁତ୍ୱ ଦିଆଗଲେ ଏହା ବିଶ୍ୱ ଦରବାରରେ ପରିଚୟ ସୃଷ୍ଟି କରିବ। ଶିକ୍ଷାବିତ୍ ଅରବିନ୍ଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ମର୍ଦ୍ଦଳ ବାଦକ ସଚ୍ଚିଦାନନ୍ଦ ଦାସ  କହିଥିଲେ ଯେ, ସଞ୍ଚାର କଳାକୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ ସାମିଲ କରାଯାଇ ଯୁବପୀଢିଙ୍କୁ ଏହି କଳା ବିଷୟରେ ପାଠ ପଢାଯାଉଛି। ଏଥିରେ ସମ୍ବଲପୁର ବିଶ୍ୱବିଦ୍ୟାଳର ପ୍ରଦର୍ଶନ କଳା ବିଭାଗର ଅଧ୍ୟାପିକା ସୁପ୍ରିତୀ ମିଶ୍ରଙ୍କ ସମେତ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।  କର୍ମଶାଳା ପ୍ରାରମ୍ଭରେ ପତ୍ରିକାର ସମ୍ପାଦକ ହେମନ୍ତ କୁମାର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ଲୋକସଂସ୍କୃତି ଗବେଷକ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ଶ୍ୟାମ ସୁନ୍ଦର ଧର ‘ସଞ୍ଚାର’ କଳା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏଥିରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ସଞ୍ଚାର କଳାକାର ଅଲେଖ ସାହୁ ଓ ଦୂଃଖନାଶନ ବେହେରା, ବାସୁଦେବ ପଶାୟତ, ଦ୍ରୌପଦୀ ସନ୍ନ୍ୟାସୀ ପ୍ରମୁଖ ସଞ୍ଚାର ପରିବେଷଣ କରିଥିଲେ। ଏହି କର୍ମଶାଳାରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ବେହେଲା ବିଶେଷଜ୍ଞ ରମେଶ ଚନ୍ଦ୍ର ଦାସ, ସୀତାର୍ ବିଶେଷଜ୍ଞ ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀ, କଣ୍ଠଶିଳ୍ପୀ ବିଭୂତି ପଟ୍ଟନାୟକ, ସଙ୍ଗୀତ ନିର୍ଦ୍ଦେଶକ ମୋତିଲାଲ ଦୋରା, ନୃତ୍ୟଗୁରୁ ଭାରତ ଗୌରବ ଦାଶ, ପ୍ରଫେସର ଶଙ୍କର ପ୍ରସାଦ ପତି, ପ୍ରଫେସର ଶଶାଙ୍କ ଶେଖର ନନ୍ଦ, ଡକ୍ଟର ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ଜଗଦାନନ୍ଦ ବେହେରା, ବରଗଡ ଜିଲ୍ଲା କଳାପାଣି ମହାବିଦ୍ୟାଳୟ ଅଧ୍ୟକ୍ଷ ମୋହନ ସାହୁ, ଡକ୍ଟର ରାଜକୁମାର ସାଣ୍ଡିଲ୍ୟ, ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ଅବସରପ୍ରାପ୍ତ ନିର୍ଦ୍ଦେଶକ ପ୍ରଫୁଲ୍ଲ ମାଝୀଙ୍କ ସମେତ ବାରାଣାସୀ, କଟକ, ଭୁବନେଶ୍ୱର, ପୁରୀ, କେନ୍ଦ୍ରାପଡା, ବରଗଡ, ବଲାଙ୍ଗୀର, ସୁବର୍ଣ୍ଣପୁର ଜିଲ୍ଲାର ଅନେକ କଳାକାର ସାମିଲ ହୋଇଥିଲେ।

Skip to content Blog. vgrmalaysia Viagra australia sydney, Viagra By Australia www.

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories