Patra electronics

ଆଜି ବିଶ୍ୱ ରେଡିଓ ଦିବସ: ଶୀର୍ଷକ ‘ନୂଆ ବିଶ୍ୱ – ନୂଆ ରେଡିଓ’

ଆଜି ବିଶ୍ୱ ରେଡିଓ ଦିବସ ପାଳନ କରାଯାଉଛି। ୨୦୧୧ ମସିହାରେ ୟୁନେସ୍କୋ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଦ୍ୱାରା ଆଜିର ଦିନଟିକୁ ଆନ୍ତର୍ଜାତିକ ରେଡିଓ ଦିବସ ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ୨୦୨୧ରେ ଜାତିସଂଘ ସାଧାରଣ ପରିଷଦ ଏହାକୁ ଅନୁମୋଦନ କରିଛି। ୟୁନେସ୍କୋର ଅନୁଯାୟୀ, ରେଡିଓ ଏକ ଶକ୍ତିଶାଳୀ ମାଧ୍ୟମ ଭାବେ ନିଜର ଭୂମିକା ପ୍ରତିପାଦିତ କରି ଆସିଛି ଓ ଲୋକମାନଙ୍କ ପାଖରେ ଗଣତାନ୍ତ୍ରିକ ମୂଲ୍ୟବୋଧଗୁଡ଼ିକୁ ପହଞ୍ଚାଇ ପାରିଛି। ରେଡିଓର ଶ୍ରୋତା ସଂଖ୍ୟା ସବୁଠୁ ଅଧିକ ଓ ଏହା ମାଧ୍ୟମରେ ବିଶ୍ୱର ସର୍ବାଧିକ ସଂଖ୍ୟକ ଲୋକମାନଙ୍କ ପାଖରେ ସୂଚନା ପହଞ୍ଚାଯାଇ ପାରୁଛି। ୨୦୨୧ ବିଶ୍ୱ ରେଡିଓ ଦିବସର ଶୀର୍ଷକ ‘ନୂଆ ବିଶ୍ୱ – ନୂଆ ରେଡିଓ’ ରହିଛି। ବିଭିନ୍ନ ସଂକଟଜନକ ପରିସ୍ଥିତିରେ ରେଡିଓ ଗ୍ରହଣ କରିଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାର ଏଥିରେ ଆଲୋକପାତ କରାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ରେଡିଓ ସୂଚନା ପ୍ରଦାନର ସବୁଠୁ ଶକ୍ତିଶାଳୀ ମାଧ୍ୟମ ରହିଛି ଓ ଏହା ଲୋକମାନଙ୍କ ମନରେ ସକାରାତ୍ମକ ପ୍ରଭାବ ପକାଇପାରିଛି। ବିଶ୍ୱ ରେଡିଓ ଦିବସ ଅବସରରେ ଏକ ଟ୍ୱିଟ୍‍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ରେଡିଓର ଶ୍ରୋତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓ ନୂଆ ନୂଆ ବିଷୟ ଏବଂ ସଙ୍ଗୀତ ମାଧ୍ୟମରେ ରେଡିଓକୁ ଜୀବିତ ରଖିବାରେ ଯେଉଁମାନଙ୍କର ଭୂମିକା ରହିଛି, ସେମାନଙ୍କର ପ୍ରଶଂସା କରିଛନ୍ତି।

ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ରେଡ଼ିଓ ଦିନକୁ ଦିନ ଅଧିକ ଲୋକପ୍ରିୟ ହେଉଛି।

Comments are closed.