www.samajalive.in
Sunday, December 14, 2025
19.1 C
Bhubaneswar

ଜିଲାସ୍ତରୀୟ ବିଜେଡି ଯୁବ ଓ ଛାତ୍ର ସମାବେଶ; କେନ୍ଦ୍ରର ଅବହେଳାକୁ ନେଇ ବର୍ଷିଲେ ରାଜ୍ୟ ବିଜେଡି ନେତା

ନବରଙ୍ଗପୁର : ସ୍ଥାନୀୟ ଆରସିଡି ହାଇସ୍କୁଲ ପଡିଆ ଠାରେ ଶୁକ୍ରବାର ଅପରାହ୍ନ ୪ଟାରେ ଜିଲାସ୍ତରୀୟ ବିଜେଡି ଯୁବ ଓ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥୀ ଭାବେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟଦାଶ ବର୍ମା ଯୋଗଦେଇ କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଥିଲେ। ଏହି ଅଞ୍ଚଳଗସ୍ତରେ ଆସିଥିବା ରାଜ୍ୟ ବିଜେପି ସଭାପତି ଓ ବିରୋଧୀଦଳ ନେତାଙ୍କର ପ୍ରଶ୍ନ ନେଇ ତାଙ୍କର ମନରେ ଆନ୍ଦୋଳିତ କରୁଥିବା କହିଥିଲେ। ଓଡିଶା ପ୍ରତି ସବୁ କ୍ଷେତ୍ରରେ କେନ୍ଦ୍ର ସରକାର ଅବହେଳା କରୁଥିବା କହିବା ସହ ରେଳକ୍ଷେତ୍ରରେ ଅବିଭକ୍ତ କୋରାପୁଟ ଜିଲାକୁ ଚରମ ଅବହେଳା କରାଯାଇଥିବା କହିଥିଲେ। ଜୟପୁରଠାରୁ ନବରଙ୍ଗପୁର, ଜୟପୁର ଠାରୁ ମାଲକାନଗିରି ଓ ଗୁଣପୁରୁ ଠାରୁ ଥେରୁବାଲି ନୂତନରେଳପଥ ପାଇଁ ଚୁକ୍ତିନାମା ହୋଇଛି। ଏହି ରେଳପଥ ସମେତ ରାୟଗଡା ରେଳଡିଭିଜନ ନେଇ ରେଳବିଭାଗର  ଅବହେଳା କରୁଥିବା କହିଥିଲେ। ବଜେଟରେ କମ ଅର୍ଥ ବରାଦ ନେଇ ସେ ତିବ୍ର ସମାଲୋଚନା କରିଥିଲେ। ଏଠାରେ ପୂର୍ବରୁ ସାଂସଦଥିବା ପୂର୍ବତନ ରେଳଅଧିକାରୀ ବଳଭଦ୍ର ମାଝୀ ଏକ ବର୍ଷ ମଧ୍ୟରେ ବହୁ ପ୍ରଶ୍ନ ପଚାରିଛନ୍ତି। କିନ୍ତୁ ଏହି ରେଳ ଅବହେଳା କଥା କହୁନଥିବା କହିଥିଲେ। ଜିଲାର ଧାନମଣ୍ଡିର ସମାଧାନ ପାଇଁ ପୁନର୍ବାର ବୈଠକ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ରାଜ୍ୟସରକାର ଏହି ଅଞ୍ଚଳର ବିକାଶ ପାଇଁ ସମସ୍ତ ପଦକ୍ଷେପ ନେଉଥିବା କହିଥିଲେ। ରାଜ୍ୟ ଯୁବବିଜେଡି ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କେନ୍ଦ୍ରର ୟୁପିଏ ଓ ଏନଡିଏ ସରକାର ଓଡିଶାକୁ ଅବହେଳା କରିଆସିଛନ୍ତି। ଦିନେ ଅବିଭକ୍ତ କୋରାପୁଟ ଭୁକର ଭୂଗୋଳ ଥିଲା। ରାଜ୍ୟରେ ବିଜେଡି ସରକାର ଓ ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ଅଞ୍ଚଳର ବିକାଶ ହୋଇପାରିଛି। ଯୁବକ ଓ ଛାତ୍ର ମାନେ ନେତୃତ୍ୱ ନେବା ସହ ଆଗାମୀ ୨୦୨୪ ନିର୍ବାଚନ, ପଞ୍ଚାୟତ ଓ ପୌରପାଳିକା ନିର୍ବାଚନରେ ବିଜେଡିକୁ ବିଜୟୀ କରାଇବା ପାଇଁ ଏବେ ଠାରୁ ଆଗେଇ ଆସିବାକୁ ଅହ୍ୱାନ ଦେଇଥିଲେ। କଠିନ ପରିଶ୍ରମ କରିବା ସହ ଲୋକଙ୍କ ସହିତ ଜଡିତ ହୋଇ ରହିବାକୁ କହିଥିଲେ। କେବଳ ଆତ୍ମପ୍ରଚାର ନକରି ଜ୍ଞାନ ଆହରଣ କରି ଦକ୍ଷତା ବିକାଶ କରିବାକୁ ପରାମର୍ଶ ଦେଇଥିଲେ। ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ କେନ୍ଦ୍ରସରକାରର ଓଡିଶା ପ୍ରତି ଅବହେଳା ସଂପର୍କରେ କହିବା ସହ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କର ନେତୃତ୍ୱରେ ଓଡିଶା ବିକାଶ ହେଉଥିବା ସଂପର୍କରେ କହିଥିଲେ। ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ ନବୀନ ବାବୁ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଓ ଶ୍ରେଷ୍ଠ ପ୍ରଶାସକ ଭାବେ ବର୍ଣ୍ଣନା କରିଥିଲେ। ସାଂସଦ ରମେଶ ଚନ୍ଦ୍ର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ପ୍ରମୂଖ କେନ୍ଦ୍ର ସରକାରର ଅବହେଳା ସଂପର୍କରେ କହିବା ସହ ରାଜ୍ୟବିଜେଡି ସରକାରର ସଫଳତା ଓ ସୁଫଳ ସଂପର୍କରେ ଅବଗତ କରାଇଥିଲେ। ରାଜ୍ୟ କାର୍ଯ୍ୟକାରିଣୀସଦସ୍ୟ ପ୍ରହଲ୍ଲାଦ ତ୍ରିପାଠୀ ଓ ପ୍ରମୋଦ କୁମାର ପାଢୀ,ଜିଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତରା , ଅବିଭକ୍ତ କୋରାପୁଟ ଯୁବ ବିଜେଡିସଭାପତି ତାପସ ତ୍ରିପାଠୀ, ରାଜ୍ୟ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ଦିଲୁ ପଣ୍ଡା ଙ୍କର ସମେତ ବହୁନେତା ଯୋଗଦେଇଥିଲେ। ଜିଲା ଯୁବ ବିଜେଡି ସଭାପତି ଶିବାନନ୍ଦ ବିଷୋୟୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସମସ୍ତବ୍ଳକରୁ ବହୁସଂଖ୍ୟାରେ ଯୁବ ଓ ଛାତ୍ର ବିଜେଡି କର୍ମକର୍ତ୍ତା ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ  ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

 

- Advertisement -

 

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories