www.samajalive.in
Sunday, December 14, 2025
19.1 C
Bhubaneswar

ଡାଲମିଆ ସିମେଣ୍ଟ୍‍ (ଭାରତ) ଲିମିଟେଡ୍‍ ପକ୍ଷରୁ ଶିକ୍ଷାକୁ ସହାୟତା, ବରୁଣିଆରେ ସ୍କୁଲକୋଠା ନିର୍ମାଣ

ଟାଙ୍ଗି: ଅନ୍ତର୍ଭୁକ୍ତୀକରଣ ଓ ସମାନ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାର ଉଦ୍ୟମ ସ୍ୱରୂପ ଡାଲମିଆ ସିମେଣ୍ଟ୍‍ (ଭାରତ) ଲିମିଟେଡ୍‍ (ଡିସିବିଏଲ୍‍) ପକ୍ଷରୁ ଯାଜପୁରର ବରୁଣିଆଠାରେ ହରିଶଙ୍କର ବିଦ୍ୟାମନ୍ଦିରର ନୂତନ ସ୍କୁଲକୋଠାକୁ ଉଦଘାଟନ କରାଯାଇଛି। ଡିସିବିଏଲ ପକ୍ଷରୁ ସ୍କୁଲର ଗୋଟିଏ ଶ୍ରେଣୀଗୃହ ନିର୍ମାଣ କରାଯାଇଥିବା ବେଳେ ଅନ୍ୟ ଦୁଇଟି ଶ୍ରେଣୀ ଗୃହର ମରାମତି କରାଯାଇଛି। ଏହି ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ପ୍ରତି ସହାୟତା ପ୍ରଦାନ କରିବାଲାଗି କଂପାନି ପକ୍ଷରୁ ପ୍ରାୟ ୫.୬ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି।
ମୁୂଖ୍ୟ ଅତିଥି ଶ୍ରୀଯୁକ୍ତ ଅମର ଶତପଥୀଙ୍କ ଉପସ୍ଥିତିରେ ଶ୍ରୀଯୁକ୍ତ ରାମାବତାରଶର୍ମା, ଡେପୁଟି ଏକ୍‍ଜିକ୍ୟୁଟିଭ୍‍ ଡାଇରେକ୍ଟର ଓ ୟୁନିଟ୍‍ ମୁଖ୍ୟ, ଡିସିବିଏଲ୍‍, ଟାଙ୍ଗି ଉଦଘାଟନୀ ଅଭିଭାଷଣ ପ୍ରଦାନ କରିଥିଲେ। ଏହି  ଆୟୋଜିତ କାର୍ଯ୍ୟକ୍ରମରେ ବଡ଼ଚଣାର ଡିଇଓବିଇଓ, ଶ୍ରୀମତୀସ୍ୱାଗତିକା ପଣ୍ଡା, ସରପଞ୍ଚ, ପାରିଆଗ୍ରାମ ପଞ୍ଚାୟତ, ଶ୍ରୀଯୁକ୍ତ ଶ୍ରୀକାନ୍ତ ବେହେରା, ପିଏସ୍‍ ପରିଆଗ୍ରାମ ପଞ୍ଚାୟତ, ଗ୍ରାମର ବୟସ୍କ ବ୍ୟକ୍ତି ବିଶେଷ, ଶିକ୍ଷକ ଏବଂ ସ୍କୁଲ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।

ଏକ କଂପାନି ଭାବେ ଡିସିବିଏଲ କାରଖାନା ଅଞ୍ଚଳର ପରିପାର୍ଶ୍ବରେ ବାସକରୁଥିବା ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକଶିକ୍ଷା ପ୍ରଦାନ କରିବାଲାଗି ସର୍ବଦା ପ୍ରତିବଦ୍ଧ ରହିଛି। ଏହି ନିର୍ମାଣ ଜରିଆରେ କଂପାନି ଛାତ୍ରଛାତ୍ରୀମାନଙ୍କ ନିକଟରେ ବିନାକୌଣସି ପ୍ରତିବନ୍ଧକ କିମ୍ବା ବିଚ୍ୟୁତି ଦ୍ୱାରା ଉନ୍ନତ ଶିକ୍ଷା ଅନୁଭୂତି ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି।

- Advertisement -

ଏହି ଅବସରରେ ଶ୍ରୀଯୁକ୍ତ ରାମାବତାର ଶର୍ମା, ୟୁନିଟ୍‍ମୁଖ୍ୟ, ଡାଲମିଆ ସିମେଣ୍ଟ୍‍ (ଭାରତ) ଲିମିଟେଡ୍‍ କହିଛନ୍ତି ଯେ, “ଗୁଣାତ୍ମକ ଶିକ୍ଷା ହାସଲ କରିବା ଏକ ମୌଳିକ ମାନବ ଅଧିକାର। ଏକ କଂପାନିଭାବେ ଆମର ଦକ୍ଷତା ଅନୁସାରେ ସୁଯୋଗ ପ୍ରଦାନ କରିବା ଏବଂ ସମସ୍ତଙ୍କ ପାଇଁ ଏକ ଉନ୍ନତ ଭବିଷ୍ୟତ ଗଠନ କରିବାର ମୂଳଦୁଆ ପକାଇବାରେ ସହାୟତା ପ୍ରଦାନ କରିବାରେ ଆମେ ବିଶ୍ୱାସକରୁ।ସ୍କୁଲ ଭିତିଭୂମିର ମରାମତି ସହିତ ଆମେବେଶ ଆଶାବାଦୀ ରହିଛୁ ଯେ ଛାତ୍ରଛାତ୍ରୀମାନେ ଶ୍ରେଣୀରେ ଉପସ୍ଥିତ ରହିବାଲାଗି ଉତ୍ସାହିତମନେ କରିବେ ଏବଂ ସେମାନଙ୍କ ପାଇଁ ଏକ ଉନ୍ନତ ଭବିଷ୍ୟତ ଗଠନ କରିବାଲାଗି ଆମେ ନିରନ୍ତର ଭାବେ କାର୍ଯ୍ୟକରୁଛୁ।’’

କଂପାନିର କେସିଡବ୍ଲୁ ସିମେଣ୍ଟ୍‍ ପ୍ଲାଂଟ୍‍ ନିକଟରେ ନିର୍ମାଣ କରାଯାଇଥିବା ନୂଆ ସ୍କୁଲକୋଠାର ଲକ୍ଷ୍ୟ ହେଉଛି ବରୁଣିଆ ଗ୍ରାମ ପାଖାପାଖରେ ବାସକରୁଥିବା ଛାତ୍ରଛାତ୍ରୀଙ୍କୁ ଲାଭ ପ୍ରଦାନ କରିବା। ଏଥିରେ ସାମିଲ ରହିଛି ଅମିୟଝରି, ବରୁଣିଆ, ପରିଆ, ନନ୍ଦୁଆଝର, ନିମଡିହ, ବରଗଡ଼ ଓ କାଇମାଟିଆ ଗ୍ରାମ। ଏହି ସ୍କୁଲ ଯାହା ନବମ ଓ ଦଶମଶ୍ରେଣୀ ପାଠପଢ଼ା ଆରମ୍ଭ କରିଛି ସେଥିରେ ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୮୦ ରହିଥିବାବେଳେ ୧୧ ଶିକ୍ଷାଦାନ ଓ ଅଣ-ଶିକ୍ଷାଦାନ କର୍ମଚାରୀ ରହିଛନ୍ତି।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories