www.samajalive.in
Sunday, December 14, 2025
17.1 C
Bhubaneswar

୨୫ତମ ମାନସ ମେମୋରିଆଲ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟ; କଳିଙ୍ଗ ଖୋର୍ଦ୍ଧା ଚମ୍ପିଆନ

କଳାପଥର(ବାଙ୍କୀ) :ଆୟୋଜକ ଜୀନଜ୍ୟୋତି କ୍ରିକେଟ କ୍ଳବ ଆନୁକୁଲ୍ୟରେ କଳାପଥର-ଧଳାପଥର ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଥିବା ୨୫ ତମ ମାନସ ମେମୋରିଆଲ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଦିବସରେ କୁମାରବସ୍ତକୁ ୨ ୱିକେଟରେ ହରାଇ କଳିଙ୍ଗ ଖୋର୍ଦ୍ଧା ଚମ୍ପିଆନ ଅଖ୍ୟା ଅର୍ଜନ କରିଛି। ଟସ୍‍ରେ ଜିତି କୁମାରବସ୍ତ ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ୨୫ ଓଭରରେ ୯ ଓି୍ୱକେଟ ହରାଇ ୨୧୫ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ମୃତ୍ୟଜୟ ମାନସିଂହ ସର୍ବାଧିକ ୭ (୨୬) ଏବଂ ସୁଭେନ୍ଦୁ ପ୍ରଧାନ ୩୦(୧୯) ସଂଗ୍ରହ କରିଥିଲେ। ପ୍ରତିପକ୍ଷ ଦଳର ଏମ ଡି ତାବରିଜ ସର୍ବାଧିକ ୪ଟି ସଫଳତା ହାସଲ କରିଥିଲେ। ଏହାର ଜବାବରେ ଖୋର୍ଦ୍ଧା ଦଳ ୨୪.୨ ଓଭର ଖେଳି ୮ ବକଟେ ହରାଇ ଅବଶ୍ୟକୀୟ ରନ୍‍ ସଂଗ୍ରହ କରି ବିଜୟ ହାସଲ କରିଥିଲା। ଦଳ ପକ୍ଷରୁ ସୋମନାଥ ପ୍ରଧାନ ୧୧୩(୫୭) ଏବଂ ସ୍ୱାଧିନ ପାଇକରାୟ ଅପରାଜି୫୮(୪୫) ସଂଗ୍ରହ କରିଥିଲେ। କୁମାରବସ୍ତ ଦଳର ସୈାମ୍ୟରଞ୍ଜନ ଏବଂ ଜିତେନ୍ଦ୍ର ଦାସ ୩ଟି ଲେଖାଏଁ ସଫଳତା ହାସଲ କରିଥିଲେ। ଆଜିର ଫାଇନାଲ ମ୍ୟାଚରେ ସୋମନାଥ ପ୍ରଧାନଙ୍କୁ ମ୍ୟାନ ଅଫ ଦି ମ୍ୟାଚ,ମହମଦ୍‍ ତାବରେଜକୁ ମ୍ୟାନ ଅଫଦି ସିରିଜ,ଉତ୍ତମ ମହାନ୍ତି ବେଷ୍ଟ ବ୍ୟାଟ୍ସ ମ୍ୟାନ,ଏମ ଡି ସରିଫ ବେଷ୍ଟ ବୋଲର,ଚିକୁନି ସାହୁ ବେଷ୍ଟ ଫିଲ୍ଡର ଏବଂ ସ୍ୱାଧିନ ପାଇକରାୟଙ୍କୁ ବେଷ୍ଟ ଅଲରାଉଣ୍ଡର ଭାବେ ପୁରଷ୍କୃତ କରାଯାଇଥିଲା। ଫାଇନାଲ ଦିବସରେ କ୍ଳବର ମୁଖ୍ୟ ପରିଚାଳକ ସୁଧିରଞ୍ଜନ ପଣ୍ଡାଙ୍କ ସଂଯୋଜନାରେ କ୍ଳବର ମୁଖ୍ୟ ଉପଦେଷ୍ଟା କିଶୋର କୁମାର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ବାଙ୍କୀର ପୂର୍ବତନ ବିଧାୟକ ଡଃ ଦେବାଶିଷ ପଟ୍ଟନାୟକ,ସମ୍ମନୀତ ଅତିଥିଭାବେ ବେଗୁନିଆ-ବୋଲଗଡ ନିର୍ବାଚମ ମଣ୍ଡଳିର ବିଧାୟକ ପାର୍ଥି ପ୍ରଦୀପ କୁମାର ସାହୁ ଯୋଗ ଦେଇ ଖେଳାଳି ମାନଙ୍କୁ ପୁରଷ୍କୃତ କରିଥିଲେ। ଅନ୍ୟ ପକ୍ଷରେ କ୍ଳବର ବରିଷ୍ଠ ସଦସ୍ୟ ଜିତେନ୍ଦ୍ର ମହାପାତ୍ରଙ୍କୁ କଳାପଥର କ୍ରିର୍କେଟକୁ ଜୀବନ ବ୍ୟାପି ତ୍ୟାଗ ପାଇଁ ପୁରଷ୍କୃତ କରିଥିଲେ। ସାମ୍ବାଦିକ ମାନସ ରଞ୍ଜନ ସାହଙ୍କୁ ବେଷ୍ଟ ଖବରଦାତା ଆଓାଡ ୍ୱଏବଂ ଦୁର୍ଯୋଧନ ସାହୁଙ୍କୁ ମରଣୋତ୍ତର ସମ୍ମାନ,ଦୁର୍ଯୋଧନ ସେଠୀଙ୍କ ପ୍ରତିଷ୍ଠାତା ସଦସ୍ୟ,ଅଧ୍ୟାପକ କିଶୋର କୁମାର ସାହୁଙ୍କୁ ମୁଖ୍ୟ ଉପଦେଷ୍ଟା ଏବଂ ଗୁଡୁମ ଖୋର୍ଦ୍ଧାର ଭିନ୍ନକ୍ଷମ ଖେଳାଳି ଜଗନ୍ନାଥ ମହାପାତ୍ରଙ୍କ ଅଲରାଉଣ୍ଡର,ଉତ୍କଳ ଫିଟନେସ ସେଣ୍ଟର କଳାପଥରର ମୁଖ୍ୟ ପ୍ରଶିକ୍ଷକ ବିଶ୍ୱଦେବ ପଟ୍ଟନାୟକଙ୍କୁ ପୁରଷ୍କୃତ କରାଯାଇଥିଲା। ଖେଳ ପରିଚାଳନା କରିଥିଲେ ରମାକାନ୍ତ ପାତ୍ର ଏବଂ ମନୋଜ ମହାପାତ୍ର। ପ୍ରଦୀପ କୁମାର ନାୟକ ମୁକେଶ କୁମାର ସାହୁ ଧାରା ବିବରଣୀ ପ୍ରଦାନ କରିଥିବାବେଳେ ପ୍ରଦୀପ୍ତ କୁମାର ସାହୁ ଷ୍କୋରର ଥିଲେ। ସମାଜସେବୀ ନରେଶ କୁମାର ସାହୁ ,ଗୋରାଚାନ୍ଦ ମିଶ୍ର ମଞ୍ଚ ପରିଚାଳନାରେ ସହେଯାଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories