www.samajalive.in
Sunday, December 14, 2025
19.1 C
Bhubaneswar

ଟ୍ବିଟର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲା କେନ୍ଦ୍ର

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିବାଦୀୟ ଆକାଉଣ୍ଟକୁ ନେଇ କେନ୍ଦ୍ର ସରକାର ଏବଂ ଟ୍ବିଟର ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। କେନ୍ଦ୍ର ସରକାର ସ୍ପଷ୍ଟ ଭାବେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଅଧିନିୟମ ଧାରା ୬୯-ଏ’ର ଉଦାହରଣ ଦେଇ ଟ୍ବିଟର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି।

ସୂଚନା ଅନୁସାରେ, ଟ୍ବିଟର ସହିତ ହୋଇଥିବା ଭର୍ଚୁଆଲ ମିଟିଂରେ ଆଇଟି ସଚିବ ଅଜୟ ପ୍ରକାଶ କହିଥିଲେ ଯେ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଅଧିନିୟମ ୬୯-ଏ ଅନୁସାରେ ବହୁ ଚାଇନିଜ୍‌ ଆପ୍‌ ଗୋଟିଏ ଝଟ୍‌କାରେ ବନ୍ଦ କରିଦିଆଯାଇଥିଲା। ଏସବୁ ଆପ୍‌ ଭାରତୀୟମାନଙ୍କ ଗୋପନୀୟ ତଥ୍ୟ ସଂଗ୍ରହ କରୁଥିଲେ।

- Advertisement -

ସେହି ଆଇନରେ ଏଭଳି ବି ବ୍ୟବସ୍ଥା ଅଛି ଯେ, ଯଦି କୌଣସି ଅଧିକାରୀ, ସରକାରଙ୍କ ନିର୍ଦେଶାବଳୀ ପାଳନ କରନ୍ତି ନାହିଁ, ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ।ଏଥିରେ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହିତ ଜରିମାନା ଲାଗୁ ହୋଇପାରେ।

କେବଳ ଏତିକି ନୁହେଁ, ସମ୍ପୃକ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ଯଦି ୪୮ ଘଣ୍ଟା ଭିତରେ କେନ୍ଦ୍ର ସରକାରଙ୍କ ନିର୍ଦେଶକୁ ମାନେ ନାହିଁ, ତେବେ ସେ ଆଇନ ପଞ୍ଝାରେ ଫସିପାରନ୍ତି। ସୂଚନାଯୋଗ୍ୟ, ଟ୍ବିଟରରେ ଏକ ହାସଟ୍ୟାଗ୍‌ #modiplanningfarmergenocide କୁ ନେଇ କେନ୍ଦ୍ର ସରକାର ଆପତ୍ତି ଉଠାଇଥିଲେ। ଏହି ଟ୍ବିଟ୍‌କୁ ୨୫୦ରୁ ଅଧିକ ଆକାଉଣ୍ଟ ଜରିଆରେ ବ୍ୟାପ୍ତ କରାଯାଉଥିଲା।

କୃଷକ ଆନ୍ଦୋଳନ ଉପରେ ନଜର ରଖିଥିବା କେନ୍ଦ୍ରୀୟ ସୁରକ୍ଷା ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକ ସହିତ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି ଯେ, ସମସ୍ତ ସଂସ୍ଥାକୁ ଏ ସମ୍ପର୍କରେ ସ୍ବତନ୍ତ୍ର ନିର୍ଦେଶାବଳୀ ଜାରି କରାଯାଇଥିଲା। ବିଭିନ୍ନ ସଂସ୍ଥା ଟ୍ବିଟର ସହିତ ଜଡ଼ିତ ଅନେକ ପ୍ରକାର ରିପୋର୍ଟ ଆଇଟି ବିଭାଗକୁ ଦେଇଥିଲେ। ଗତ ୨ ସପ୍ତାହ ମଧ୍ୟରେ ୧୩୦୦ରୁ ଅଧିକ ଆକାଉଣ୍ଟ ଦେଖିବାକୁ ମିଳିଛି, ଯେଉଁଥିରେ ହିଂସା ପାଇଁ ଉସୁକାଇବା ଭଳି ବାର୍ତ୍ତା ଶେୟାର କରାଯାଉଥିଲା। ଅଧାରୁ ଅଧିକ ଏପରି ଆକାଉଣ୍ଟକୁ ବନ୍ଦ କରିବାକୁ ଟ୍ବିଟର ମନା କରିଦେଇଥିଲା। ଯାହା ଫଳରେ ସକରାର କାର୍ଯ୍ୟାନୁଷ୍ଠାନ ​‌ଚେତାବନୀ ଦେଇଛନ୍ତି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories