www.samajalive.in
Saturday, December 13, 2025
14.1 C
Bhubaneswar

ରାଜ୍ୟ ଅଭିଲେଖାଗାର ଡିଜିଟାଇଜେସନ୍‌ ହୋଇଛି ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଦସ୍ତାବିଜ

ଭୁବନେଶ୍ୱର: ଆଜି ରାଜ୍ୟ ଅଭିଲେଖାଗାରଠାରେ ସପ୍ତାହବ୍ୟାପୀ ‘ଅଭିଲେଖ ସପ୍ତାହ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିଲେଖାଗାର କଳେବର ବୃଦ୍ଧିର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ।ଏହି ଅବସରରେ ଏକ ଆଲୋଚନା ସଭାର ଆୟୋଜନ କରାଯାଇଥିଲା। ସଂସ୍କୃତି ନିର୍ଦେଶକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚକ ଭାବେ ଇତିହାସ ଗବେଷକ ତଥା ସମୀକ୍ଷକ ପ୍ରାଧ୍ୟାପକ ଅଶୋକ କୁମାର ପଟ୍ଟନାୟକ ଯୋଗଦେଇ ‘ଅଭିଲେଖାଗାର ଓ ବ୍ୟକ୍ତିଗତ ନଥି ହାସଲ’ ସଂପର୍କରେ ତାଙ୍କର ଗଭୀର ଅନୁଧ୍ୟାନମୂଳକ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ମୁଖ୍ୟବକ୍ତା କେତେକ ମୂଲ୍ୟବାନ ଦସ୍ତାବିଜ ହାସଲ ହେଉ ନଥିବା ଯୋଗୁଁ କେତେକ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକର ଅସଲ କାର ଣ ଆକଳନ କରାଯାଇ ପାରୁନାହିଁ ବୋଲି କହିଥିଲେ। ଅଭିଲେଖାଗାରରେ ଆବଶ୍ୟକୀୟ କର୍ମଚାରୀ ନିଯୁକ୍ତି ସହ ଆଧୁନିକ ଜ୍ଞାନକୌଶଳର ଉପଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ତା’ଛଡ଼ା କେତେକ ଅନୁସନ୍ଧିତ୍ସୁ ଯୁବଗବେଷକ ଏ ଦିଗରେ ଗଭୀର ଭାବେ ଗବେଷଣା ଏବଂ ଅଧ୍ୟୟନ ତଥା ଅନ୍ବେଷଣ କଲେ ଅନେକ ଉପାଦେୟ ତଥ୍ୟ ହାସଲ ହୋଇପାରନ୍ତା।

 

- Advertisement -

ରାଜଧାନୀର ଛାତି ଉପରେ ସଂସ୍କୃତି ବିଭାଗର ବିଭିନ୍ନ ଅନୁଷ୍ଠାନ ଗଢ଼ି ଉଠିଥିବା ଯୋଗୁଁ ଏଗୁଡ଼ିକର ମହତ୍ତ୍ୱ ନିଶ୍ଚିତ ଭାବେ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ ହେଉଥିବା ମୁଖ୍ୟ ଅତିଥି ଶ୍ରୀ ସେଠୀ ଦର୍ଶାଇଥିଲେ। ତେଣୁ ଏହିସବୁ ଅନୁଷ୍ଠାନଗୁଡ଼ିକ ବଞ୍ଚାଇ ରଖିବାକୁ ସବୁମତେ ପ୍ରୟାସ ହେବା ଆବଶ୍ୟକ ବୋଲି କହିଥିଲେ। ତେବେ ରାଜ୍ୟ ଅଭିଲେଖାଗାର ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଦସ୍ତାବିଜକୁ ଡିଜିଟାଇଜେସନ୍‌ କରି କେନ୍ଦ୍ରୀୟ ଅଭିଲେଖାଗାରର ମହାନିର୍ଦେଶକଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା ଗୌରବର ବିଷୟ ବୋଲି ସେ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ। ଏହି ଅବସରରେ ସିନେ ଅଭିଲେଖ ଆରମ୍ଭ କରିବାକୁ ପ୍ରସ୍ତାବ ରଖାଯାଇଥିଲା ।
ଗତବର୍ଷ ଅଭିଲେଖ ସପ୍ତାହ ଅବସରରେ ଓଡ଼ିଆ ସିନେମା ପତ୍ରିକାଗୁଡ଼ିକର ମଲାଟ ପୃଷ୍ଠା ଉପରେ ଏକ ଅଭିନବ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଚଳିତ ଥର ଅଭିଲେଖାଗାର ଓ ବ୍ୟକ୍ତିଗତ ନଥି ହାସଲ ଉପରେ ଏକ ପ୍ରଦର୍ଶନୀ ଆୟୋଜନ କରି ବିଶିଷ୍ଟ ବ୍ୟକ୍ତି ମାନଙ୍କର ହାତ ଲେଖା ଚିଠି, ପ୍ରେରିତ ପତ୍ର ଭଳି ଅନେକ ମୂଲ୍ୟବାନ ଦସ୍ତାବିଜର ଫଟୋଚିତ୍ର ପ୍ରଦର୍ଶନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ ସୁଲେମାନ୍‌ ଅଲ୍ଲୀ ବାର୍ଷିକ ବିବରଣୀ ପାଠ କରିବା ସ୍ୱାଗତ ଦେଇଥିଲେ। ମୁଖ୍ୟବକ୍ତା ପ୍ରାଧ୍ୟାପକ ପଟ୍ଟନାୟକ ଏବଂ କାର୍ଯ୍ୟକ୍ରମର ସଂଚାଳକ ଡ. ମୃତ୍ୟୁଞ୍ଜୟ ରଥଙ୍କୁ ଉପଢୌକନ, ସ୍ମୃତିଫଳକ ଓ ପୁଷ୍ପମାଲ୍ୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ଅବସରରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଏବଂ ଭାଷାବିତ୍‌ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ସଂସ୍କୃତିପ୍ରେମୀ ଉପସ୍ଥିତ ଥିଲେ।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories