www.samajalive.in
Sunday, December 14, 2025
15.1 C
Bhubaneswar

ଟିଟିଲାଗଡ଼ ପୌରପାଳିକା ଅଧିକାରୀଙ୍କ ଅଜବ ନିଷ୍ପତ୍ତି, ନିର୍ମାଣଧୀନ ରାସ୍ତା ମଝିରେ ରଖିଛନ୍ତି ‘ବିଦ୍ୟୁତ ଖୁଣ୍ଟ’

ଟିଟିଲାଗଡ:ଟିଟିଲାଗଡ ସହରର ୯ ନମ୍ବର ୱାର୍ଡ। ହାଇସ୍କୁଲ ପଡ଼ା ନିକଟରେ ଟିଟିଲାଗଡ ପୌରପାଳିକା ପକ୍ଷରୁ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଛି। ଏହି ରାସ୍ତା ମଝିରେ ଡିଭାଇଡର୍ ଭଳି ବିଦ୍ୟୁତ ଖୁଣ୍ଟ ରହିଛି। ଏଭଳି ବିଚିତ୍ର ରାସ୍ତା କେବେ କେହି ଦେଖି ନଥିଲେ। ତେବେ ରାସ୍ତାରେ ଯିବା ଆସିବାବେଳେ ଦୁର୍ଘଟଣା ଆଶଙ୍କାକୁ ଏଡ଼ାଇ ଦିଆ ନ ଯାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଟିଟିଲାଗଡ଼ ପୌରପାଳିକ ଅଧିକାରୀଙ୍କ ଏହି ଅବଜ ନିଷ୍ପତ୍ତି ଯୋଗୁ ନିର୍ମାଣଧୀନ ରାସ୍ତା ମଝିରେ ‘ବିଦ୍ୟୁତ୍‌ ଖୁଣ୍ଟ’ ରଖାଯାଇଛି। ଏବେ ଏହାର ପ୍ରତିବାଦରେ ଲୋକଙ୍କ ମଧ୍ୟରେ ଆନ୍ଦୋଳନର ଦାନା ବାନ୍ଧୁଛି। ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ସ୍ଥାନୀୟ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାସ୍ତା ମଝିରୁ ବିଦ୍ୟୁତ୍‌ ଖୁଣ୍ଟ ହଟାଇବାକୁ ନିବେଦନ କରାଯାଇଛି।

ସୂଚନା ଅନୁସାରେ, ପୂର୍ବରୁ ଏହି ରାସ୍ତା ମାଟି ଥିଲା। ଏହି ରାସ୍ତା ଦେଇ ବିଦ୍ୟୁତ ଖୁଣ୍ଟ ଯାଇଥିଲା। ଟିଟିଲାଗଡର ବିକାଶଶୀଳ ଅଞ୍ଚଳ ଭାବେ ଏହି ଅଞ୍ଚଳକୁ ରାସ୍ତା ନିର୍ମାଣ କରାଯାଇଛି। ବିଦ୍ୟୁତ ଖୁଣ୍ଟ ଅପସାରଣ କଲେ ବିଦ୍ୟୁତ ବିଭାଗକୁ ଅର୍ଥ ଦେବାକୁ ପଡିବ। ଯାହା ସମ୍ଭବ ନୁହେଁ। ତେଣୁ ପୌରପାଳିକାର ଅଧିକାରୀ ଏଭଳି ରାସ୍ତା ନିର୍ମାଣ କରିଛନ୍ତି। ଆଉ ସାମାଜିକ ଗଣମାଧ୍ୟମରେ ଏହି ରାସ୍ତା ଫଟୋ ଭାଇରାଲ ହେବା ପରେ ଆରମ୍ଭ ହୋଇଛି ସମାଲୋଚନା।
ଟିଟିଲାଗଡ ବିଧାୟିକା ତଥା ମନ୍ତ୍ରୀ ଟୁକୁନୀ ସାହୁଙ୍କ ଘର ୧୦ ନମ୍ବର ୱାର୍ଡରେ। ୯ ନମ୍ବର ୱାର୍ଡକୁ ଲାଗି। ମନ୍ତ୍ରୀଙ୍କ ପ୍ରତିନିଧି ଅରୁଣ ମିଶ୍ରଙ୍କ କହିବା ଅନୁସାରେ ଲୋକଙ୍କ ସୁବିଧା ପାଇଁ ଏଭଳି କରାଯାଇଛି। ତେବେ ଏହି ରାସ୍ତାଟି ୨ ଚକିଆ, ପାଦ ଚଲା ଲୋକଙ୍କ ପାଇଁ ସମସ୍ୟା ହୋଇ ନପାରେ। ହେଲେ ୪ ଚକିଆ ଓ ଅଜଣା ଲୋକ ଅନ୍ଧାରରେ ଧକ୍କା ଖାଇବାର ବେଶୀ ସମ୍ଭାବନା ରହିଛି। ତେବେ ଏଭଳି ବିଚିତ୍ର ରାସ୍ତା ନିର୍ମାଣ କରାଯାଇଥିବାରୁ ଟିଟିଲାଗଡ ପୌରପାଳିକାକୁ ସମାଲୋଚନା କରାଯାଇଛି। ଉଚ୍ଚ କର୍ତ୍ତୃପକ୍ଷ ଏହି ସମସ୍ୟା ପ୍ରତି ଧ୍ୟାନ ଦେଇ ରାସ୍ତ ମଝିରୁ ବିଦ୍ୟୁତ୍‌ ଖୁଣ୍ଟ ହଟାଇବା ନେଇ ସାଧାରଣରେ ଦାବି ହୋଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories