www.samajalive.in
Sunday, December 14, 2025
26.1 C
Bhubaneswar

ନବରଙ୍ଗପୁର ଗସ୍ତରେ ରାଜ୍ୟ ବିଜେପି ନେତା, ଧାନମଣ୍ଡିର ଅବ୍ୟବସ୍ଥା ନେଇ ବର୍ଷିଲେ ରାଜ୍ୟସଭାପତି

ନବରଙ୍ଗପୁର : ଗୁରୁବାର କୋଡୀଙ୍ଗା ଠାରେ ମଣ୍ଡି ଚାଲ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ବିଜେପି ନେତା ତଥା ରାଜ୍ୟସଭାପତି ସମୀର ମହାନ୍ତି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ମଣ୍ଡିରେ ଧାନ କିଣା ନ ହୋଇ ହଜାର ହଜାର କ୍ବୁଣ୍ଟାଲ ଧାନ ପଡି ରହିଛି, ଶୀତ କାକରରେ ଚାଷୀମାନେ ବସ୍ତା ବସ୍ତା ଧାନ ଆଣି ମଣ୍ଡିରେ ଜଗି ରହିଥିଲେ ମଧ୍ୟ ଧାନ ବିକ୍ରି କରିପାରୁ ନାହାଁନ୍ତି, ଟୋକନ ମିଳିଥିଲେ ମଧ୍ୟ ଟାର୍ଗେଟ ନ ଥିବା ଦର୍ଶାଇ ଚାଷୀ ଙ୍କ ଠାରୁ ଧାନ କ୍ରୟ କରାଯାଉନାହିଁ , ଅଧିକ କଟନୀ ଛଟନୀ କରାଯାଉଛି ବୋଲି ଅଭିଯୋଗ କରିଛି ବିଜେପି । ମଣ୍ଡିରେ ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ଆଜି ରାଜ୍ୟ ବିଜେପି ପକ୍ଷରୁ ମଣ୍ଡୀଚାଲ ଅଭିଯାନ ରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ପ୍ରଦୀପ୍ତ ନାୟକ ଯୋଗ ଦେଇ ଏହା ଅଭିଯୋଗ କରିବା ସହ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଅନେକ ସୁବିଧା କରିଥିବା ବେଳେ ରାଜ୍ୟ ସରକାର ଚାଷୀଙ୍କ ପ୍ରତି ଅବହେଳା କରୁଛନ୍ତି ବୋଲି ସେମାନେ କହିଛନ୍ତି।

ନବରଙ୍ଗପୁର ଜିଲାରେ ଦିନିକିଆ ଗସ୍ତରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାୟକ, ରାଜ୍ୟ ବିଜେପି ସମ୍ପାଦକ କାଳିନ୍ଦୀ ସାମଲ ଓ ରାଜ୍ୟପ୍ରବକ୍ତା ବିରଞ୍ଚି ନାରାୟଣ ତ୍ରିପାଠୀ  ବୁଧବାର ଦିନ ବିଳମ୍ବିତ ରାତ୍ରରେ ପହଞ୍ଚିଥିଲେ।  ଗୁରୁବାର ପୂର୍ବାହ୍ନରେ  କୋଡିଙ୍ଗାର ଧାନ ମଣ୍ଡିକୁ ଯାଇ ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ଏହାପରେ ନବରଙ୍ଗପୁର କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ରାଜ୍ୟ ବିଜେପି ନେତାମାନେ ନବରଙ୍ଗପୁର ଜିଲାରେ ମଣ୍ଡିରେ ଧାନ କିଣାର ଅବ୍ୟବସ୍ଥାନେଇ ରାଜ୍ୟସରକାର ଉପରେ ବର୍ଷିଥିଲେ।  ରାଜ୍ୟସଭାପତି ସମୀର ମହାନ୍ତି କହିଥିଲେ ଯେ, ଧାନମଣ୍ଡି ଗୁଡିକରେ ଦୀର୍ଘ ଦିନ ଧରି ଚାଷୀଙ୍କର ଧାନ ପଡି ରହିଥିବାବେଳେ ମିଲ ପକ୍ଷରୁ ଧାନ ଉଠାଯାଉନାହିଁ। ଜିଲାରେ ମଣ୍ଡିରେ କଟନୀଛଟନୀ ନାଁରେ ୨ରୁ ୭ କେ.ଜି ଧାନ କଟାଯାଉଛି। ଯାହାକି ଦୁଃଖ ଓ ପରିତାପର ବିଷୟ ବୋଲି ସେ ପ୍ରକାଶ କରିଛନ୍ତି। ମଣ୍ଡିରେ ବସ୍ତା ଦିଆଯାଉ ନ ଥିବାବେଳେ ମିଲ୍‌ମାଲିକମାନଙ୍କର ମର୍ଜିରେ ଧାନ କିଣାଯାଉଛି। ଯୋଗାଣ ବିଭାଗ, ଲ୍ୟାମ୍ପ୍ସ ଓ ଆରଏମସି କର୍ମଚାରୀ ରହୁନାହାନ୍ତି। ଜିଲା ପ୍ରାଶସନ ଓ ଯୋଗାଣ ବିଭାଗର ଅଣଦେଖା କାରଣରୁ ମଣ୍ଡିରେ ଧାନ ପଡି ରହିଛି। ଶୀତକାକରରେ ଚାଷୀ ମାନେ ଦୟନୀୟ ଓ ଦୁର୍ଦ୍ଦଶାରେ ରହୁଛନ୍ତି। ଜିଲାପାଳ ୨୪ ଘଣ୍ଟା ଭିତରେ ଧାନ ଉଠାଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ଏଥିପ୍ରତି ମୁଖ୍ୟମନ୍ତ୍ରୀ ଓ ରାଜ୍ୟସରକାର ଦୃଷ୍ଟି ଦେଉନଥିବା କହିଥିଲେ। ଏହି କଟନୀ ଛଟନୀ ନାଁରେ ଜିଲାରେ ୧୫ କୋଟି ଟଙ୍କା ଲୁଟ କରାଯାଇଥିବାବେଳେ ଏହିଟଙ୍କା  କିଏ ନେଉଛି ତାହା ବଡପ୍ରଶ୍ନ ହୋଇଛି ବୋଲି କହିଥିଲେ। ଚାଷୀକୁ ଅଣଦେଖା କରିବା ଶାସକ ଦଳର ବଡପଣ୍ଡାମାନଙ୍କର ସ୍ୱାର୍ଥ ରାଜନୀତି କରି ଟଙ୍କା ଆତ୍ମସାତ କରୁଛନ୍ତି। ଜିଲାରେ ଧାନ ସମେତ ମକା ଓ ମାଣ୍ଡିଆକୁ ସରକାରୀ ଧାର୍ଯ୍ୟମୂଲ୍ୟରେ କିଣିବାକୁ ଦାବି କରିଥିଲେ। ରାଜ୍ୟସରକାର ଏଥିପ୍ରତି ଗୁରୁତ୍ୱଦିଅନ୍ତୁ, ନଚେତ ଏହାକୁ ନେଇ ବିଜେପି ରାଜରାସ୍ତାରେ ଲଢେଇ କରିବା ସହ ବିଧାନସଭାରେ ମଧ୍ୟ ଲଢେଇ ହେବ ବୋଲି ଚେତାବନୀ ଦେଇଥିଲେ। ଜିଲାରେ ମଣ୍ଡିରେ ଧାନ ଉଠାଯାଉନଥିବାରୁ ଧାନର ଅଭାବୀ ବିକ୍ରି ଚାଲିଛି। ଜିଲା ପ୍ରଶାସନ ଗୁରୁତ୍ୱ ଦେଇ ମଣ୍ଡି ରେ ଦୀର୍ଘଦିନ ଧରି ପଡି ରହିଥିବା ଧାନକୁ ଉଠାଇବା ଉଚିତ, ଚାଷୀମାନେ ବହୁକଷ୍ଟରେ ଉପାର୍ଜିତ ଧାନକୁ ବିକ୍ରି କରିନପାରିବା ଅତ୍ୟନ୍ତ ନିନ୍ଦନୀୟ। କେନ୍ଦ୍ର ସରକାର ରାଜ୍ୟରେ ଧାନ କିଣିବା ପାଇଁ ୧୩ ହଜାର କୋଟି ଟଙ୍କା ଦେଇଛନ୍ତି। ରାଜ୍ୟସରକାର ସମସ୍ତ ମଣ୍ଡିରୁ ଧାନ ଉଠାଉନାହାନ୍ତି। ଏହା ଅତ୍ୟନ୍ତ ପରିତାପର ବିଷୟ ବୋଲି ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାୟକ। ନବରଙ୍ଗପୁରଜିଳାରେ ଚାଷୀଙ୍କର ସମସ୍ୟା ସହିତ ଜଳସେଚନ ପାଇଁ ପଦକ୍ଷେପ ନିଆଯାଉନଥିବା ସେ କହିଥିଲେ। ଇନ୍ଦ୍ରାବତୀ ଜଳଭଣ୍ଡାରର ପାଣି ମଧ୍ୟ ନବରଙ୍ଗପୁର ଜିଲାବାସୀ ପାଇବା ପାଇଁ ରାଜ୍ୟସରକାର ପଦକ୍ଷେପ ନେବା ଦରକାର ବୋଲି କହିଥିଲେ। ତେବେ ରାଜ୍ୟସରକାର ଚାଷ ଓ ଚାଷୀ ପାଇଁ କୌଣସି ପଦକ୍ଷେପ ନନେଇ କେବଳ ଭୋଟ ପାଇବା ପାଇଁ କାଳିଆ ଯୋଜନା କରି ଏବେ ନୀରବ ରହିଥିବା କହିଥିଲେ। ରାଜ୍ୟ ସମ୍ପାଦକ କାଳିନ୍ଦୀ ସାମଲ, ରାଜ୍ୟପ୍ରବକ୍ତା ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜ୍ୟସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ କାର୍ଯ୍ୟକାରିଣୀସଦସ୍ୟ ରମେଶ ଚନ୍ଦ୍ର ସାହୁ ଓ ଗୈାରୀଶଙ୍କର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories