www.samajalive.in
Sunday, December 14, 2025
19.1 C
Bhubaneswar

ସିଫା ପକ୍ଷରୁ କୁଚ୍‍ବିହାର ଠାରେ ୨ଟି କୃଷି କ୍ଷେତ୍ର ବିଦ୍ୟାଳୟ ଉଦ୍‍ଘାଟିତ

ପିପିଲି : କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ଦ୍ୱାରା ପରିଚାଳିତ ଏସ୍‌ସିଏସ୍‌ପି ଯୋଜନାରେ ଉତ୍ତରବଙ୍ଗ କୃଷି ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ଉଦ୍ୟମରେ ମଧୁରଜଳ ଜୀବପାଳନ କ୍ଷେତ୍ରରେ କୃଷକମାନଙ୍କ ଉନ୍ନତି ପାଇଁ ଦୁଇଟି କୃଷି କ୍ଷେତ୍ର ବିଦ୍ୟାଳୟ ପଶ୍ଚିମବଙ୍ଗ କୁଚ୍‍ବିହାର ଅଞ୍ଚଳରେ ପ୍ରତିଷ୍ଠା କରାଯାଇଛି । କୁଚ୍‍ବିହାର ଅର୍ନ୍ତଗତ ଚାଟ୍ ଏଲାଜାନ୍ ଠାରେ ଜଳକୃଷି କ୍ଷେତ୍ର ବିଦ୍ୟାଳୟ ଓ ଏଲାଜନେର୍ କୁଠି ଠାରେ ଏକ ପଶୁଧନ କୃଷି କ୍ଷେତ୍ର ବିଦ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି । ଏହି କୃଷି କ୍ଷେତ୍ର ବିଦ୍ୟାଳୟ ଉତ୍ତରବଙ୍ଗ ଅଞ୍ଚଳର ୨୫ଟି ଗ୍ରାମର ୫ହଜାରରୁ ଉର୍ଦ୍ଧ୍ବ କୃଷକଙ୍କୁ ସଶକ୍ତ କରିବା ସହିତ ସେମାନଙ୍କର ଜୀବନ ଜୀବିକାର ଉନ୍ନତିରେ ସହାୟକ ହେବ ବୋଲି ସିଫାର ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ ଆଶାବ୍ୟକ୍ତ କରିଛନ୍ତି ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସିଫାର ନିର୍ଦ୍ଦେଶକ ଡ଼ଃ ସ୍ୱାଇଁ ଯୋଗଦେଇ ଉପସ୍ଥିତ କୃଷକ ଓ ମହିଳା କୃଷିଜୀବୀମାନଙ୍କୁ ମାଛ ଚାଷ କରି ଅଧିକ ଉପାର୍ଜନ କରିବାକୁ ପରାମର୍ଶ ଦେବା ସହ ଆଗ୍ରହୀ କୃଷକମାନଙ୍କୁ ସିଫା ପକ୍ଷରୁ ସମସ୍ତ ବୈଷୟିକ ପରାମର୍ଶ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।  ଓଡିଶା, ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ ସିଫା ପ୍ରୟୋଜିତ ଜଳକୃଷି ବିଦ୍ୟାଳୟର ଜନପ୍ରିୟତା ସଂପର୍କରେ ସେ ଆଲୋକପାତ କରିଥିଲେ । ଉତ୍ତରବଙ୍ଗର ଉପାନ୍ତ ଅଞ୍ଚଳର ମତ୍ସ୍ୟଚାଷୀଙ୍କୁ ଉନ୍ନତ ବୈଜ୍ଞାନିକ ପଦ୍ଧତିରେ ମାଛଚାଷ କରିବା ପାଇଁ ସିଫାର ଏଭଳି ପ୍ରୟାସକୁ ଉତ୍ତରବଙ୍ଗ କୃଷି ବିଶ୍ୱବିଦ୍ୟାଳୟର ସଂପ୍ରସାରଣ ବିଭାଗ ନିର୍ଦ୍ଦେଶକ ଡଃ ପି. କେ. ପାଲ୍ ଭୂୟସୀ ପ୍ରଶଂସା କରିଥିଲେ । ଗ୍ରାମାଞ୍ଚଳର ଜୀବିକା ନିର୍ବାହକୁ ଉନ୍ନତ କରିବାକୁ ହେଲେ ମାଛ ଚାଷକୁ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ସିଫାର ପୋଷଣ ଓ ଶରୀର କ୍ରିୟାତତ୍ତ୍ୱ ବିଭାଗର ମୁଖ୍ୟ ଡଃ ଏସ୍. ଏସ୍. ଗିରି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂପ୍ରସାରଣ ଓ ପରାମର୍ଶ କୈନ୍ଦ୍ରିକ ଏହି କ୍ଷେତ୍ର ବିଦ୍ୟାଳୟର ଅପରେଟର ପୂର୍ଣ୍ଣେଶ୍ୱର ବର୍ମନ, ସଂଜୟ କୀର୍ତ୍ତନିଆ, ସାତ ମାଇଲ ସତୀଶ କ୍ଲବ୍‌ର ସିଇଓ ଅମୋଲ ରାୟ, ଡଃ ଏସ୍. ଅଧିକାରୀ, ଡଃ ବି. ଏନ୍. ପଲ୍, ଡଃ ଆର୍.ଏନ୍. ମଣ୍ଡଳ, ଡଃ ଏଚ୍‍.କେ ଦେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡଃ ଶଙ୍କର ସାହା ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୦୦ ଜଣ ମହିଳା ଓ ପୁରୁଷ କୃଷିଜୀବୀ ଯୋଗ ଦେଇଥିଲେ ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories