www.samajalive.in
Monday, December 8, 2025
20.1 C
Bhubaneswar

କୋଭିଡ ଟିକା ନେବା ପରେ ୨ ନର୍ସିଂ ଛାତ୍ରୀ ଅସୁସ୍ଥ

ବଲାଙ୍ଗିର : ବଲାଙ୍ଗିର ସଦାଇପାଲି ସାଇଟ୍ ନର୍ସିଂ କଲେଜରେ ଅଘଟଣ। କୋଭିଡ୍ ଟିକା ନେଇ ୨ ଛାତ୍ରୀ ଗୁରୁତର ହୋଇପଡିଛନ୍ତି। ଗୁରୁତର ଦୁଇ ଛାତ୍ରୀଙ୍କୁ କଲେଜ ମେଟ୍ରନ୍ ଏକ ଅଟୋ ରିକ୍ସାରେ ଆଣି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଗୁରୁତର ଛାତ୍ରୀ ଦୁହେଁ ହେଲେ ଜିଏନଏମ୍ ତୃତୀୟ ବର୍ଷ ଛାତ୍ରୀ ସୁନୀତା ସାହୁ ଓ ସ୍ମିତା ସୁନା। ଗତକାଲି ସାଇଟ୍ ନର୍ସିଂ କଲେଜର ପ୍ରାୟ ୭୦ ଜଣ ଛାତ୍ରୀ ବଲାଙ୍ଗିର କଲେଜ ଛକ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ କୋଭିଡ ଟିକାକରଣ କେନ୍ଦ୍ରରେ କୋଭିସିଲଡ୍ ଟିକା ନେଇଥିଲେ। ପ୍ରାୟ ଛାତ୍ରୀଙ୍କ ମଧ୍ୟରେ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥିବା ବେଳେ ଜିଏନଏମ୍ ତୃତୀୟ ବର୍ଷରେ ପଢୁଥିବା  କଳାହାଣ୍ଡି ଜିଲା ଡୁଙ୍ଗୁରିଗୁଡାର ସ୍ମିତା ସୁନା ଓ ଅନୁଗୁଳର ସୁନୀତା ସାହୁ ଆଜି ଅପରାହ୍ନରେ ହଷ୍ଟେଲରେ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଥିଲେ । ସୁନୀତାଙ୍କ ଅବସ୍ଥା ଗୁରୁତର ରହିଥିବାରୁ ସେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସ୍ମିତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରଖାନାରୁ ଛାଡି ଦିଆଯାଇଥିବା ବେଳେ ସୁନୀତାଙ୍କୁ ଅବଜାରଭେସନ୍ ରେ ରଖି ଚିକିତ୍ସା କରାଯାଉଛି । ଭୟ ଯୋଗୁଁ ଏଭଳି ପରସ୍ଥିତି ଉପୁଜିଥିବା ନେଇ ଅନୁମାନ କରାଯାଉଥିବା ବେଳେ ତଦନ୍ତ ପରେ ସଠିକ କାରଣ ଜଣାପଡିବ ବୋଲି ଜିଲା ମୁଖ୍ୟ ଚିକିତ୍ସା ତଥା ଜନସ୍ବାସ୍ଥ୍ୟ ଅଧିକାରୀ ଡା.ଭୀମ ସାହୁ ସୂଚନା ଦେଇଛନ୍ତି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories