www.samajalive.in
Thursday, December 11, 2025
13.1 C
Bhubaneswar

ପେଟ୍ରୋଲ ପମ୍ପ, ମଲ, ହୋଟେଲ ଉପରେ ଏନଫୋର୍ସମେଣ୍ଟ୍‍ ଟିମର ଚଢାଉ 

ବୌଦ୍ଧ: ପ୍ରଶାସନିକ ମିଳିତ ସ୍କ୍ୱାଡ଼ର ଏକ ଟିମ୍‍ ମଙ୍ଗଳବାର ବୌଦ୍ଧଗଡ ଏନ୍‍ଏସିର ରାଜନପାଲିଠାରେ ଥିବା ଜୟ ବଜରଙ୍ଗବଲୀ ପେଟ୍ରୋଲ ପମ୍ପ, ଦେବାଶିଷ ହୋଟେଲ ଏବଂ ରେଷ୍ଟୁରାଣ୍ଟ୍‍, ବିଗ୍‍-ଭି ମଲରେ ଅତର୍କିତ ଭାବେ ଚଢାଉ କରିଥିଲେ। ଚଢାଉ ବେଳେ ଉପରୋକ୍ତ ତିନୋଟି ସ୍ଥାନରେ କେତେକ ଦୋଷତ୍ରୁଟି ସାମ୍‍ନାକୁ ଆସିଥିଲା। ଏହାକୁ ନେଇ ପେଟ୍ରୋଲ ପମ୍ପ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ବେଳେ ହୋଟେଲ ଦେବାଶିଷ ଠାରୁ ୭ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ଏବଂ ବିଗ-ଭି ମଲ ମାଲିକଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଏନଫୋର୍ସମେଣ୍ଟ୍‍ ଅଧିକାରୀ ପ୍ରକାଶ କରିଛନ୍ତି।

ଜିଲ୍ଳାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆ, ଯୋଗାଣ ଅଧିକାରୀ ବିଭୂ ପ୍ରସନ୍ନ ଆଚାର୍ଯ୍ୟ, ବୈଧ ପାମଓଜନ ଅଧିକାରୀ, ଅଗ୍ନିଶମ ଅଧିକାରୀ, ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନେଇ ଏକ ଟିମ ଗଠନ କରାଯାଇ ପୋଲିସ ଟିମ୍‍ ଉପସ୍ଥିତିରେ ପ୍ରଥମେ ସହରର ଜୟ ବଜରଙ୍ଗବଲୀ ପେଟ୍ରୋଲ ପମ୍ପରେ ଚଢଉ କରାଯାଇଥିଲା। ଟିମ୍‍ ର ସଦସ୍ୟମାନେ ପେଟ୍ରୋଲ ଓ ଡିଜେଲର ଗୁଣବ। ଓ ପରିମାଣ ଯା କରିବାସହ ପେଟ୍ରୋଲ ପମ୍ପରେ ଗ୍ରାହାକମାନଙ୍କ ପାଇଁ ମୌଳିକ ସୁବିଧା ଉପଳବ୍ଧି ଦିଗରେ ଅବହେଳା ରହିଥିବା ଜଣାପଡିଥିଲା। ଗ୍ରାହାକମାନଙ୍କ ପାଇଁ ଉପଲବ୍ଧ ଟଏଲେଟ୍‍ର ସୁବିଧା ଆଶାଜନକ ନଥିବାବେଳେ ପିଇବାପାଣି ପାଇଁ ଆକ୍ୱାଗାର୍ଡ ସ୍ଥାପନ ହୋଇନଥିବା ଏବଂ ପ୍ରେସର ଚେକ୍‍-ଅପ୍‍ ପାଇଁ ଆବଶ୍ୟକ ମେସିନ୍‍ ରହିଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ନଥିବା ଚଢଉ ଟିମ୍‍ ଦେଖିବାକୁ ପାଇଥିଲେ। ଆହୁରି ମଧ୍ୟ ରେକର୍ଡପତ୍ର ତଦାରଖ ଦିଗରେ ବ୍ୟତିକ୍ରମ ରହିଥିବାରୁ ସମ୍ପୃକ୍ତ ପେଟ୍ରୋଲ ପମ୍ପ ମାଲିକଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯିବ ବୋଲି ଚଢଉ ଟିମ୍‍ ନିକଟରୁ ସୂଚନା ମିଳିଛି। ଏହାପରେ ଜାତୀୟ ରାଜପଥ କଡରେ ଅବସ୍ଥିତ ହୋଟେଲ ଦେବାଶିଷରେ ଏହି ଟିମ୍‍ ଚଢଉ କରିଥିଲା। ଖାଦ୍ୟର ଗୁଣବ। ଓ ଆବଶ୍ୟକ ଲାଇସେନ୍ସ ଯା କରାଯାଇଥିଲା। ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ବ୍ୟବହାର ପରିବେ ର୍ ହୋଟେଲ ପକ୍ଷରୁ ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ ସିଲିଣ୍ଡର ବ୍ୟବହାର କରାଯାଉଥିବା ଯା ବେଳେ ପଦାକୁ ଆସିଥିଲା। ଏନଫୋର୍ସମେଣ୍ଟ୍‍ ଟିମ୍‍ ହୋଟେଲରେ ବ୍ୟବହୃତ ୭ଟି ସିଲିଣ୍ଡର ଜବତ କରିବା ସହ ୭ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାଯାଇଛି। ସେହିପରି ଏବେ ଅଳ୍ପ କିଛିଦିନ ପୂର୍ବରୁ ରାଜନପାଲି ଛକରେ ଖୋଲିଥିବା ମଲ ବିଗ୍‍-ଭିରେ ମଧ୍ୟ ଚଢଉ କରାଯାଇଥିଲା। ମଲ ନିର୍ମାଣ କରି ବ୍ୟବସାୟ ଆରମ୍ଭ ହୋଇଥିଲେ ମଧ୍ୟ ଅଗ୍ନି ନିର୍ବାପକ ବ୍ୟବସ୍ଥା ହୋଇନଥିବା କିମ୍ବା ମଲ ତରଫରୁ ଫାୟାର ସେଫ୍ଟି ଜନିତ ଲାଇସେନ୍ସ ନଥିବା ସ୍ପଷ୍ଟ ହୋଇଥିଲା। ଏହାକୁ ନେଇ ମଲ ମାଲିକଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବାରୁ ବଡ ବଡ ଅଗ୍ନିକାଣ୍ଡ ଘଟୁଥିବା ନଜରକୁ ଆସୁଥିଲେ ମଧ୍ୟ ମଲ ମାଲିକ କିମ୍ବା ଅଧିକାରୀମାନେ ଏ ଦିଗରେ ତତ୍ପରତା ପ୍ରକାଶ କରୁନଥିବା ଜଣାଯାଇଛି। ସହରରେ ଅନେକ ବ୍ୟବସାୟ ପ୍ରତିଷ୍ଠାନ ଖୋଲା ଯାଇଥିଲେ ମଧ୍ୟ ସେଗୁଡିକ ଟାଉନ ପ୍ଲାନିଂ ଅନୁଯାୟୀ ନିର୍ମାଣ ହୋଇନଥିବା ଏବଂ ଆବଶ୍ୟକୀୟ ପାର୍କିଂ ବ୍ୟବସ୍ଥା ନ ଥିବାରୁ ଆଗାମୀ ଦିନରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାଯାଇଛି।

- Advertisement -

ସୂଚନା ଯୋଗ୍ୟ ଯେ, ବୌଦ୍ଧ ବିଜୁ ପଟ୍ଟନାୟକ ଛକଠାରୁ ବୁଟୁପାଲି ପର୍ଯ୍ୟନ୍ତ ସହର ମଧ୍ୟ ଦେଇ ଜାତୀୟ ରାଜପଥ ଯାଇଥିବାବେଳେ ପ୍ରତିଦିନ ଏହି ରାସ୍ତାରେ ଛୋଟ ବଡ ଦୁର୍ଘଟଣା ଘଟୁଅଛି। ପାର୍କିଂ ବ୍ୟବସ୍ଥା କରିନଥିବା ଅନେକ ବ୍ୟବସାୟ ପ୍ରତିଷ୍ଠାନ ଏହି ରାସ୍ତାରେ ଡିଭାଇଡର ନିର୍ମାଣକୁ ବିରୋଧ କରୁଥିବାବେଳେ ପ୍ରଶାସନ ପକ୍ଷରୁ ଆଗାମୀ ଦିନରେ ଏନେଇ କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଜଣାପଡିଛି। ବେଆଇନ ଭାବରେ ନିର୍ମାଣ କରାଯାଇଥିବା ଏହି ବ୍ୟବସାୟ ପ୍ରତିଷ୍ଠାନ ଗୁଡିକୁ କିପରି ବିଦ୍ୟୁତ, ପାନୀୟଜଳ ସଂଯୋଗ ପ୍ରଦାନ କରାଗଲା ତାହା ମଧ୍ୟ ଯାଂଚ କରାଯିବ ବୋଲି ଜଣାପଡିଛି। ତେଣୁ ଆଜିର ଚଢାଉ ପରେ ଜାତୀୟ ରାଜପଥ କଡରେ ବେଆଇନ ନିର୍ମାଣ କରିଥିବା ବ୍ୟବସାୟ ପ୍ରତିଷ୍ଠାନର ମାଲିକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ଜଣାପଡିଛି। ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ଯୋଗୁଁ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇଚାଲିଥିବାବେଳେ ନିର୍ମାଣାଧିନ ବାଇପାସ ରାସ୍ତା କାର୍ଯ୍ୟ ତୁରନ୍ତ ସଂପୂର୍ଣ୍ଣ କରିବାକୁ ସାଧାରଣରେ ଦାବି ହେଉଅଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories