www.samajalive.in
Tuesday, December 9, 2025
23.1 C
Bhubaneswar

କୋହଲିଙ୍କ ଉପରେ ରାଗିଲେ ପ୍ରଶଂସକ, ରାହାଣେଙ୍କୁ ଅଧିନାୟକ କରିବାକୁ ଦାବି କଲେ

ନୂଆଦିଲ୍ଲୀ: ଚେନ୍ନାଇ ଟେଷ୍ଟରେ ଇଂଲଣ୍ଡଠାରୁ ଶୋଚନୀୟ ପରାଜୟ ପରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ପ୍ରଶଂସକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଟ୍ବିଟରରେ ପ୍ରଶଂସକମାନେ କୋହଲିଙ୍କ ଅଧିନାୟକତ୍ବ ଉପରେ ପ୍ରଶ୍ନ ଉଠାଇବା ସହିତ ଆଜିଙ୍କ୍ୟ ରାହାଣେଙ୍କୁ ଅଧିନାୟକ କରିବାକୁ ଦାବି କରିଛନ୍ତି।

କୋହଲିଙ୍କ ଅଧିନାୟକତ୍ବରେ ଭାରତୀୟ ଟିମକୁ ଲଗାତାର ୪ଟି ଟେଷ୍ଟ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଏହା ପୂର୍ବରୁ ଗତ ବର୍ଷ ଫେବୃ୍ରାରୀରେ ଭାରତକୁ ନ୍ୟୁଜିଲାଣ୍ଡ ଗସ୍ତ ସମୟରେ ୱେଲିଂଟନ ଏବଂ କ୍ରିଷ୍ଟଚର୍ଚ୍ଚ ଟେଷ୍ଟରେ ବି ପରାଜିତ ହେବାକୁ ପଡ଼ିଥିଲା। କୋହଲିଙ୍କ​‌ ନେତୃତ୍ବରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଆଡିଲେଡ୍‌ ଟେଷ୍ଟ ମ୍ୟାଚ ବି ଭାରତ ହାରିଥିଲା।

- Advertisement -

ଆଡଲେଡ୍‌ ଟେଷ୍ଟ ପରେ କୋହଲି ପିତୃତ୍ବ ଅବକାଶରେ ଭାରତ ଫେରିଆସିଥିଲେ ଏବଂ ଆଜିଙ୍କ୍ୟ ରାହାଣେ ଅଧିନାୟକ ଦାୟିତ୍ବ ତୁଲାଇଥିଲେ। ରାହାଣେଙ୍କ ନେତୃତ୍ବରେ ଟିମ୍‌ ଇଣ୍ଡିଆ ଅବଶିଷ୍ଟ ୩ଟି ମ୍ୟାଚ ମଧ୍ୟରୁ ୨ଟିରେ ବିଜୟ ହାସଲ କରି ସିରିଜ ହାତେଇବା ସହିତ ଇତିହାସ ରଚିଥିଲା। ଏହା ପରେ ରାହାଣେଙ୍କୁ ଅଧିନାୟକ କରିବାକୁ ବିଭିନ୍ନ ମହଲରେ ଦାବି ଉଠିଥିଲା। ଏପରି ସ୍ଥିତିରେ କୋହଲିଙ୍କ ନେତୃତ୍ବରେ ଭାରତ ଘରୋଇ ମାଟିରେ ଇଂଲଣ୍ଡଠାରୁ ପରାଜିତ ହେବା ପରେ ସୋସିଆଲ ମିଡିଆରେ ପୁଣି ଥରେ ସେହି ଦାବି ଉଠିଛି। ରାହାଣେଙ୍କୁ ଟେଷ୍ଟ ଅଧିନାୟକ ପଦ ଦେବାକୁ ଦାବି ହୋଇଛି।

ଜଣେ ଟ୍ବିଟର ୟୁଜର ସମାଲୋଚନା କରି ଲେଖିଛନ୍ତି, ବିରାଟ କୋହଲି ଏତେ ପ୍ରଭାବଶାଳୀ ଖେଳାଳି ଯେ ତାଙ୍କ ବିନା ଅଷ୍ଟ୍ରେଲିଆରେ ଭାରତୀୟ ଟିମ୍‌ ୩ଟି ଟେଷ୍ଟ ମ୍ୟାଚ ଖେଳିଲା ଏବଂ ଜିତିବାରେ ସଫଳ ହେଲା। କିନ୍ତୁ ସେ ଟିମ୍‌କୁ ଫେରିବା କ୍ଷଣି ଦଳ ହାରିବା ରାସ୍ତାକୁ ଚାଲି ଆସିଲା। ସେ କ’ଣ ପ୍ରଭାବଶାଳୀ ଖେଳାଳି।

ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ରାହାଣେ ନୂଆ ବୋଲର ଏବଂ ଟି-୨୦ ବ୍ୟାଟ୍ସମ୍ୟାନଙ୍କୁ ନେଇ ଅଷ୍ଟ୍ରେଲିଆକୁ ହରାଇ ପାରନ୍ତି। ବିରାଟ କୋହଲି ଟପ୍‌ ବ୍ୟାଟ୍ସମ୍ୟାନ ଏବଂ ଟପ୍‌ ବୋଲରଙ୍କ ସହିତ ଭାତରରେ ଇଂଲଣ୍ଡକୁ ହରାଇପାରୁ ନାହାନ୍ତି। ଏହା ଅତ୍ୟନ୍ତ ଅଜବ।

ଜଣେ ୟୁଜର ଲେଖିଛନ୍ତି, ରାହାଣେଙ୍କୁ ଭାରତୀୟ ଟିମ୍‌ର ଅଧିନାୟକ କରାଯାଉ, ନଚେତ ଇଂଲଣ୍ଡ ବିପକ୍ଷ ସିରିଜ କ୍ଲିନ ସୁଇପ୍‌ ହୋଇଯିବ।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories