www.samajalive.in
Monday, December 15, 2025
26.1 C
Bhubaneswar

ବିଚ୍ଛେଦର ଭୟ କମ୍ କେଉଁଠି ?

ବିବାହ ବିଚ୍ଛେଦ, ଆମ ଭାରତରେ ଏଇ କଥାଟିକୁ ସହଜରେ ଗ୍ରହଣ କରାଯାଉନଥିଲା। ହେଲେ ଗତ କିଛିବର୍ଷ ମଧ୍ୟରେ ଆମ ଦେଶରେ ବିଚ୍ଛେଦ ହାର ବଢ଼ିବାରେ ଲାଗିଛି। ୟୁରୋପ, ଆମେରିକୀୟ ରାଷ୍ଟ୍ରରେ ବିଚ୍ଛେଦର ହାର ସର୍ବାଧିକ, କିନ୍ତୁ ଭାରତୀୟ ପରମ୍ପରା, ସଂସ୍କୃତି ସହ ଗୁରୁଜନଙ୍କ ପରାମର୍ଶକୁ ଦୃଷ୍ଟିରେ ରଖି ଯୁବପିଢ଼ି କେତେକ ଉପଦେଶ ମଧ୍ୟ ପାଳନ କରୁଛନ୍ତି। ୨୦୧୮ରେ ଚେନ୍ନଇର ଏକ ଅନୁଷ୍ଠାନ ୨୦୦ ପରିବାରକୁ ଅନୁଧ୍ୟାନ କରି ସର୍ବେକ୍ଷଣ କରିଥିଲା। ପରିବାରର ବୟସ୍କ ଲୋକଙ୍କ ସହ ଯୁବବର୍ଗଙ୍କ ମତାମତ ମଧ୍ୟ ନିଆଯାଇଥିଲା। ଅନୁଧ୍ୟାନରୁ ସ୍ପଷ୍ଟ ହୋଇଥିଲା, ବାପା-ମା’ଙ୍କ ସମ୍ମତିରେ ବିବାହ କରୁଥିବା ଦମ୍ପତିଙ୍କ ମଧ୍ୟରେ ବିଚ୍ଛେଦ ହାର କମ୍। କଳି, ଝଗଡ଼ା ଦମ୍ପତି ତଥା ଘରର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ହେବା ସାଧାରଣ କଥା, କିନ୍ତୁ ପ୍ରେମ ବିବାହରେ ଦମ୍ପତି ଅନ୍ୟମାନଙ୍କ ପରାମର୍ଶ ଗ୍ରହଣ କରିବାକୁ ପ୍ରସ୍ତୁତ ନଥାନ୍ତି। ନିଜ ନିଷ୍ପତ୍ତିକୁ ସେମାନେ ବେଶ୍ ପ୍ରାଧାନ୍ୟ ଦେଇଥାନ୍ତି, ହେଲେ ସାମାନ୍ୟ କଳିଝଗଡ଼ାକୁ ଶେଷ କରିବାର ଉପାୟ ଏମାନେ ଜାଣିନଥାନ୍ତି।
– ୨୦୧୮ରେ ହୋଇଥିବା ଅନୁସନ୍ଧାନ ଅନୁସାରେ, ପ୍ରତି ୨୦୦ଜଣରେ ୧୦ଜଣ ଯୁବପିଢ଼ି ବାପା-ମା’ଙ୍କ କଥା ଅନୁସାରେ ବିବାହ କରୁଛନ୍ତି। ବିବାହ ପରେ ଏହି ଦମ୍ପତିଙ୍କ ମଧ୍ୟରେ ଅଶାନ୍ତି ଉପୁଜିଲେ, ଶାଶୂ-ଶ୍ବଶୁର, ବାପା-ମା ସମାଧାନ କରନ୍ତି। ହେଲେ ପ୍ରେମ ବିବାହ କରୁଥିବା ଯୋଡ଼ି ଅନ୍ୟମାନଙ୍କ ପରାମର୍ଶକୁ ସହଜରେ ଗ୍ରହଣ କରିନଥାନ୍ତି।
– ଦିଲ୍ଲୀ ନିବାସୀ ଅବସରପ୍ରାପ୍ତ ବ୍ୟାଙ୍କ୍ ମ୍ୟାନେଜର୍ ବିଜେନ୍ଦର ସିଂ ରାଠୋର୍। ୩ଝିଅ, ୨ପୁଅଙ୍କୁ ନେଇ ତାଙ୍କ ସଂସାର। ୨ଝିଅ ଓ ଜଣେ ପୁଅ ତାଙ୍କର ପ୍ରେମ ବିବାହ କରିଛନ୍ତି। ସାନ ପୁଅ ଓ ଝିଅ ତାଙ୍କ କଥା ଅନୁସାରେ ପ୍ରସ୍ତାବିତ ବିବାହ କରିଥିଲେ। ବଡ଼ ପୁଅର ପ୍ରେମ ବିବାହ, ହେଲେ ବିବାହର ୬ ବର୍ଷ ପରେ ବିଚ୍ଛେଦ ହୋଇଥିଲା। ରୀତିମତ ପୁଅ-ବୋହୂଙ୍କ କଳି ପରେ ଦୁହେଁ ଶେଷରେ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ।
– ବୟସ୍କ ଲୋକଙ୍କ ମତ ହେଉଛି ଆଗେ ମଧ୍ୟ ପ୍ରେମ ବିବାହ ହେଉଥିଲା କିନ୍ତୁ ସେଥିପାଇଁ ପରିବାରଲୋକଙ୍କ ସମ୍ମତି ନେବା ଜରୁରୀ ଥିଲା। ଆଜିକାଲିର ପିଲା ବାହାଘରକୁ ଖେଳଘର ଭାବୁଛନ୍ତି, ବିବାହ ପରେ ମନ ନ ମିଶିଲେ ସେମାନେ ସ୍ଥିର କରୁଛନ୍ତି ବରଂ ଅଲଗା ହୋଇଯିବା ଠିକ୍। ସମସ୍ୟାର ସମାଧାନ ପ୍ରକୃତରେ ଏହା ନୁହେଁ, ବୟସ୍କ ପିଢ଼ିଙ୍କ ପରାମର୍ଶ ବିଶେଷ କରି ବିବାହ କ୍ଷେତ୍ରରେ ନେବା ନିତାନ୍ତ ଜରୁରୀ।
– ୧୯୭୦-୮୦ ସମୟରେ ଦମ୍ପତି କଳହରେ ପରସ୍ପରକୁ ଯଦି ବିଚ୍ଛେଦ କଥା କହୁଥିଲେ, ଘର ମୁରବୀମାନେ ଏ କଥାରେ ବିଚାର କରୁଥିଲେ। ସମ୍ଭ୍ରାନ୍ତ ପରିବାରରେ ଆଜି ମଧ୍ୟ ବିଚ୍ଛେଦକୁ ସହଜରେ ଗ୍ରହଣ କରାଯାଏ ନାହିଁ। ଆଜିର ପିଢ଼ି ଏ ଦିଗରେ ଭଲଭାବେ ଚିନ୍ତା କରିବା ଉଚିତ ବୋଲି ବୟସ୍କ ପିଢ଼ିଙ୍କ ମତ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories