www.samajalive.in
Monday, December 15, 2025
27.1 C
Bhubaneswar

ମଙ୍ଗଳବାରଠୁ ଭକ୍ତଙ୍କ ନିମନ୍ତେ ଖୋଲିବ ଭୈରବୀ ମନ୍ଦିର

ଗୋପାଳପୁର: ଜାନୁଆରୀ ୩ ତାରିଖରୁ ସାରା ରାଜ୍ୟରେ ସମସ୍ତ ମନ୍ଦିର ଖୋଲିବା ସହ ଭକ୍ତଙ୍କ ନିମନ୍ତେ କୋଭିଡ ନିୟମ ପାଳନ ପୂର୍ବକ ଭଗବାନ ଦର୍ଶନ ନିମନ୍ତେ ପ୍ରବେଶ ସୁଯୋଗ ଦିଆଯାଇଥିଲା। କିନ୍ତୁ ବ୍ରହ୍ମପୁର ସନ୍ନିକଟ ତଥା ହରଡଗଙ୍ଗ ଠାରେ ଥିବା ପ୍ରସିଦ୍ଧ ଶକ୍ତିପୀଠ ମାଆ ସିଦ୍ଧ ଭୈରବୀଙ୍କ ମନ୍ଦିର ଭକ୍ତ ନିମନ୍ତେ ଖୋଲା ଯାଇ ନ ଥିଲା। ଏହାକୁ ନେଇ ଏଠାକୁ ମାଆଙ୍କ ଦର୍ଶନ ନିମନ୍ତେ ଭକ୍ତ ମାନେ ନିରାଶ ହେବା ସହ ମନ୍ଦିର ପ୍ରବେଶ ପଥରେ ପୂଜାର୍ଚ୍ଚନା କରି ଫେରୁଥିବା ଦେଖିବାକୁ ମିଳୁଥିଲା। ଏହି ଘଟଣା ନେଇ ମନ୍ଦିର ରେ‌ ପୂଜା କାର୍ଯ୍ ସମ୍ପାଦନା କରୁଥିବା ପୂଜକ ମାନଙ୍କ ପକ୍ଷରୁ ଗତ ଜାନୁଆରୀ ୩ ତାରିଖରେ ଜିଲ୍ଲାପାଳ ସମେତ ଅନ୍ୟାନ୍ୟ ପଦାଧିକାରୀଙ୍କୁ ଆସନ୍ତା ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରଖିବାକୁ ଲିଖିତ ଭାବେ ଦାବି ଜଣାଇଥିଲେ। ପୂଜକ ମାନଙ୍କ କହିବା ମୁତାବକ ଏହି ମନ୍ଦିର ଦର୍ଶନ ନିମନ୍ତେ ଓଡ଼ିଶା ସମେତ ପଡୋଶୀ ଆନ୍ଧ୍ର ପ୍ରଦେଶରୁ ଶହଶହ ପର୍ଯ୍ୟଟକ ନିତିଦିନ ଏଠାରେ ଭିଡ଼ ଜମାଇଛନ୍ତି। ମନ୍ଦିର ଖୋଲଗଲେ କରୋନା ସଂକ୍ରମଣ ବ୍ୟାପିବାର ଆଶଂକା ରହିଥିବାରୁ ଭକ୍ତ ମାନଙ୍କୁ ମନ୍ଦିର ପ୍ରବେଶ ଉପରେ ରୋକ ଲଗାଇବା ନିମନ୍ତେ ଦାବି ଜଣାଯାଇଥିଲା। ଏହି କ୍ରମରେ ପ୍ରଶାସନ ପକ୍ଷରୁ ଏହି ଦାବିକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟିକୁ ମନ୍ଦିର ଖୋଲିବା କିମ୍ବା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଆଜି ଯାଏଁ ମନ୍ଦିର ବନ୍ଦ ରହିଥିଲା। ଏହା ମଧ୍ୟରେ ଗତ ମଙ୍ଗଳବାର ଦିନ ହରଡଗଙ୍ଗ ଗ୍ରାମବାସୀ ସମେତ ମନ୍ଦିର ସ୍ଥାନରେ ଉଠା ଦୋକାନ କରି ବ୍ୟବସାୟ କରୁଥିବା ଉଠା ଦୋକାନୀ ସଂଘ ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳ ସମେତ ଗଞ୍ଜାମ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ମନ୍ଦିର ତୁରନ୍ତ ଖୋଲିବା ନିମନ୍ତେ ନିର୍ଦ୍ଦେଶ ଦେବାକୁ ଦାବି ଜଣାଇଥିଲେ। ଏହାକୁ ନେଇ ଗତ ଦୁଇଦିନ ତଳେ ମନ୍ଦିର ସଂକ୍ରାନ୍ତି ପୂଜା କମିଟି ସହ ପ୍ରଶାସନର ଆଲୋଚନା ପରେ କୋଭିଡ ନିୟମ ପାଳନ ପୂର୍ବକ ତୁରନ୍ତ ମନ୍ଦିର ଖୋଲିବା ନିମନ୍ତେ ସ୍ଥିର କରାଯାଇଥିଲା।

ଏହି କ୍ରମରେ ପୂଜା କମିଟି ସଭାପତି ପୂର୍ଣ୍ଣ ସାହୁଙ୍କ ପକ୍ଷରୁ କନିଷି ଅଗ୍ନିଶମ ବିଭାଗ ସହ ଯୋଗାଯୋଗ କରାଯିବା ପରେ ରବିବାର ଦିନ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ମନ୍ଦିର ପରିସରକୁ ସାନିଟାଇଜ କରାଯାଇଥିଲା। ଏହା ନେଇ ଶ୍ରୀ ସାହୁଙ୍କ ସୂଚନା ମୁତାବକ ଆସନ୍ତା ମଗଂଳବାର ଠାରୁ ଭୈରବୀ ମନ୍ଦିର ଭକ୍ତଙ୍କ ନିମନ୍ତେ ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ମଙ୍ଗଳବାର ଦିନ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ପ୍ରତ୍ୟହ ଭକ୍ତଙ୍କ ନିମନ୍ତେ ମନ୍ଦିର ଦର୍ଶନ କରାଯିବାର‌ ବ୍ୟବସ୍ଥା କରାଯାଇଛି। ଏହା ସହ‌ ସପ୍ତାହର‌ ପ୍ରତି ସୋମବାର ଦିନ ମନ୍ଦିର କୁ ସାନିଟାଇଜ କରିବା ନିମନ୍ତେ ମନ୍ଦିର ଭକ୍ତଙ୍କ ଦର୍ଶନ ନିମନ୍ତେ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ପ୍ରକାଶ କରିଛନ୍ତି।। ଦୀର୍ଘ ୧୧ ମାସ ପରେ ମନ୍ଦିର ଖୋଲାଯିବା ନିଷ୍ପତ୍ତି ନିଆଯାଇଥିବାରୁ ଭକ୍ତଙ୍କ ସମେତ ହରଡଗଙ୍ଗର ଆଖପାଖ ଅଞ୍ଚଳ ବାସୀ  ବେଶ ଖୁସି ଥିବା ପ୍ରକାଶ କରିଛନ୍ତି।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories