www.samajalive.in
Sunday, December 14, 2025
23.1 C
Bhubaneswar

ପ୍ରସ୍ତାବିତ ବାଇଲ ପ୍ରତ୍ୟାହର ପାଇଁ ଚିଠି

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ର ସଂସ୍କୃତି ବିଭାଗ ଜାରି କରିଥିବା ପ୍ରସ୍ତାବିତ ହେରିଟେଜ୍‌ ବାଇଲ ପ୍ରତ୍ୟାହର ପାଇଁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର। ଭଗବାନ, ଭକ୍ତ ଓ ସେବାୟତଙ୍କ ସ୍ବର୍ଥକୁ ଦୃଷ୍ଟିରେ ରଖି ପ୍ରତ୍ୟାହର ପାଇଁ କେନ୍ଦ୍ର ଐତିହ୍ୟ ପ୍ରଧିକରଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ପ୍ରଶାସକ।

ସେହିପରି ଜଣେ ବରିଷ୍ଠ ସେବାୟତ କହିଛନ୍ତି ଯେ, ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ଅଧିନିୟମରେ ନା କେବଳ ସେବାୟତ ପରିବାର କ୍ଷତିଗ୍ରସ୍ତ ହେବେ, ମହାପ୍ରଭୁଙ୍କ ସେବାପୂଜା ବି ପ୍ରଭାବିତ ହେବ।

- Advertisement -

ସୂଚନା ଅନୁଯାୟୀ, ଶ୍ରୀଜଗନ୍ନାଥ ମନ୍ଦିର ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ର ସଂସ୍କୃତି ବିଭାଗ ଜାରି କରିଥିବା ପ୍ରସ୍ତାବିତ ହେରିଟେଜ୍‌ ବାଇଲ ସମ୍ପର୍କରେ ସେବକଙ୍କ ପରାମର୍ଶ ଲୋଡ଼ିଥିଲା ମନ୍ଦିର ପ୍ରଶାସନ। ଆବଶ୍ୟକ ପଡିଲେ ଆପତ୍ତି ଓ ପରାମର୍ଶ ଅବଧି ବୃଦ୍ଧିପାଇଁ ଜାତୀୟ ମନୁମେଣ୍ଟସ୍‌ ପ୍ରାଧିକରଣକୁ ଅନୁରୋଧ କରାଯିବ। ହେରିଟେଜ ବାଇଲ ଯୋଗୁଁ ଶତାଧିକ ସେବକ କ୍ଷତିଗ୍ରସ୍ତ ହେବା ଆଶଙ୍କା କରିଛନ୍ତି। ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ଶନିବାର ଏ ସମ୍ପର୍କରେ ଭିଡ଼ିଓ କନ୍‌ଫରେନ୍ସିଂ ଯୋଗେ ଜିଲାପାଳ ସମର୍ଥ ବର୍ମା, ଏସ୍‌ପି କନୱର ବିଶାଲ ସିଂହ, ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ (ପିକେଡିଏ) ଯୋଜନା ସଦସ୍ୟ ଶୁଭେନ୍ଦ୍ର ମିଶ୍ରଙ୍କ ସହ ଆଲୋଚନା ହୋଇଥିଲା। କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ଡ୍ରାଫ୍ଟ ହେରିଟେଜ ବାଇଲ ସମ୍ପର୍କରେ ୩ଦିନ ମଧ୍ୟରେ ନିର୍ଦ୍ଧିଷ୍ଟ ପ୍ରସ୍ତାବ ଦେବାପାଇଁ ପିକେଡିଏ, ପୌରସଂସ୍ଥା ଏବଂ ଜିଲା ପ୍ରଶାସନକୁ ମୁଖ୍ୟ ପ୍ରଶାସକ ଶ୍ରୀ କୁମାର ପରାମର୍ଶ ଦେଇଥିଲେ। ମନ୍ଦିର ପ୍ରଶାସନ ଏ ସମ୍ପର୍କରେ କେତେକ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ଦେବବୋଲି ବୈଠକରେ ସ୍ଥିର କରାଯାଇଥିଲା। ଚଳିତମାସ ୧୮ତାରିଖ ସୁଦ୍ଧା ଡ୍ରାଫ୍ଟ ବାଇଲ ସମ୍ପର୍କରେ ପ୍ରସ୍ତାବ ଏବଂ ମତାମତ ଦେବାକୁ ଜାତୀୟ ମନୁମେଣ୍ଟସ୍‌ ଅଥରିଟି ଦିନଧାର୍ଯ୍ୟ କରିଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories