www.samajalive.in
Sunday, December 7, 2025
23.1 C
Bhubaneswar

ଅଗ୍ନିକାଣ୍ଡରେ ଘର ସହ ଆସବାବପତ୍ର ପୋଡ଼ି ପାଉଁଶ

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ଭୃଙ୍ଗିଯୋଡ଼ି ପଂଚାୟତର ଡ଼ହିଙ୍ଗିଆ ଗ୍ରାମର ମୁଡ଼େ କହଁରଙ୍କ ପୁଅ କୁଲୁ କହଁରଙ୍କ ଘରେ କୌଣସି ପ୍ରକାର ନିଆଁଲାଗି ସଂପୂର୍ଣ୍ଣଭାବେ ପୋଡ଼ି ପାଉଁଶ ହୋଇଯାଇଛି। ଘର ଭିତରେ ଥିବା ୩୦ ବର୍ଷରୁ ଊର୍ଦ୍ଧ୍ବ ଧାନ, ଚାଉଳ ଓ ଲୁଗାପଟା ସହିତ ନଗଦ ୧୫ ହଜାର ଟଙ୍କା ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଏତେ ଜୋରଥିଲା ଯେ, ଗ୍ରମବାସୀ ବହୁ ଚେଷ୍ଟା ପରେ ମଧ୍ୟ ନିଆଁକୁ ଆୟତ କରି ପାରି ନ ଥିଲେ। ଖବର ପାଇ ଫିରିଙ୍ଗିଆ ଦମକଳ ବାହିନି ପହଞ୍ଚି ବହୁ ଚେଷ୍ଟାପରେ ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ସେହି ସମୟ ବେଳକୁ ସଂପୂର୍ଣ୍ଣଭାବେ ପୋଡ଼ି ଯାଇଥିବାର ଦେଖାଯାଇଛି। ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ବର୍ତ୍ତମାନ ଉକ୍ତ ପରିବାରର ସଦସ୍ୟମାନେ ଖୋଲାଆକାଶ ତଳେ ଜୀବନ ବିତାଉଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories